Odisha news

ଗଞ୍ଜାମ : ପିକଅପ ଓଲଟି ତିନି ଶ୍ରମିକ ମୃତ,ଦୁଇ ଗୁରୁତର,ଅନେକ ଆହତ।

0
ଗଞ୍ଜାମ:20,4 :  ଗଞ୍ଜାମ ବ୍ଲକ, ରମ୍ଭା ଥାନା ଅଧିନସ୍ଥ ସାନ ରାମଚନ୍ଦ୍ର ପୁର ପଞ୍ଚାୟତର ଡିଆଁଡେଇଁ ଗ୍ରାମର ଶ୍ରମଜୀବୀ ମାନଙ୍କୁ ନେଇ ଯାଉଥିବା ଏକ ପିକଅପ ଭ୍ୟାନ ଦୃଘଟଣା ଗ୍ରସ୍ଥ ହୋଇ ତିନିଜଣଙ୍କ ମୃତ୍ୟ ଘଟିଥିବା ବେଳେ ଦୁଇଜଣ ଗୁରୁତର ଓ ଅନେକ ଆହତ ହୋଇଥିବା ଜଣାପଡିଛି ପ୍ରାପ୍ତ ସୂଚନାନୁଯାୟୀ ରବିବାର ରାତ୍ର ଦୁଇଟା ସମୟରେ ଓ ଡି 07 ଜେ 4841 ନମ୍ବର ବିଶିଷ୍ଟ ଏକ ପିକଅପ ଭାବନ୍ଧ ପଥର କ୍ୟୁଆରୀ ରେ କାମ କରିବାକୁ ଯାଉଥିବା ବେଳେ ରମ୍ଭା – ଖଣ୍ଡଦେଉଳି ରାସ୍ତା ର ଖଣ୍ଡଦେଉଳି ନିକଟସ୍ଥ  ରାଜ ଘାଇ ଠାରେ ଭ୍ୟାନ ଟି ରାତ୍ର 3 ଟା ସମୟରେ ଓଲଟି ପଡିଥିଲା।  ଘଟଣାସ୍ଥଳରେ ଡିଆଁଡେ଼ଇଁ ଗ୍ରାମର ଶରତ ନାହାକ(42),ସୁପ୍ରଶନ ନାହାକ(38),ବି. ଟି ନୁଆଁଗାଁର କବି ନାହାକ(25) ତିନି ଜଣଙ୍କ ମୃତ୍ୟୁ ଘଟିଥିଲା।ପ୍ରଶାନ୍ତ ନାହାକ ଓ ରୋହିତ ନାହାକ ଦୁହେଁ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲ ଚିକିତ୍ସିତ ହେଉଥିବା ବେଳେ ପ୍ରଶାନ୍ତ ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ରେଫର କରାଯାଇଥିଲା। ଆହତ ମାନେ ଡିଆଁ ଡେଇଁ ଗ୍ରାମର ଅଜ୍ଞାତ ନାହାକ,ବାଦଲ ନାହାକ,ଶ୍ରୀ କୃଷ୍ଣ ନାହାକ,ପ୍ରବୀଣ ନାହାକ ,ଭିକା ନାହାକ, ଦେବସ ନାହାକ, ବାଦଲ ନାହାକ,ପ୍ରଭାତ ନାହାକ,ଅମରେଶ ନାହାକ,ସିଦ୍ଧାର୍ଥ ନାହାକ,ଚଣ୍ଡିଆ ନାହାକ,ପ୍ରକାଶ ପ୍ରଧାନ ଓ ବି ଟି ନୁଆଁ ଗାଁ ର ରତ୍ନାକର ନାହାକ ପ୍ରମୁଖ ଆହତ ହୋଇ ବ୍ରହ୍ମପୁର
ବଡ଼ ମେଡିକାଲ ରେ ଚିକିଶ୍ଚିତ ହେଉଥିବା ଜଣା ପଡ଼ିଛି।
 ଘଟଣା ସ୍ଥଳରେ ଏସ ଡି ପି ଓ ଗୌତମ କିଷାନ ଓ ରମ୍ଭା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ ପହଞ୍ଚି ଅନୁଧ୍ୟାନ କରି ଫେରିବା ସହ ତଦନ୍ତ କରୁଥିବା ଜଣା ପଡ଼ିଛି।ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।
Leave A Reply