Odisha news

ହିଂଜିଳିକାଟୁ :ପ୍ରଶାସନର ନିର୍ଦ୍ଦେଶକୁ ଡାକ୍ତରଙ୍କ ବେଖାତିରି,ଜରୁରୀ ସେବା ବ୍ୟାହତ।

0
ହିଂଜିଳିକାଟୁ,୨୦/୪ :- ମହାମାରୀ କରୋନା କୁ ମୁକାବିଲା ସକାଶେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ବ୍ୟାପକ ପ୍ରସ୍ତୁତି ଚାଲିଛି।ଜିଲ୍ଲା ପ୍ରଶାସନ ଠାରୁ ସ୍ୱାସ୍ଥ୍ୟ ବିଭାଗ ଯାଏଁ ଏହାକୁ ମୁକାବିଲା ପାଇଁ ସବୁଠି ବେଶ ତତ୍ପରତା ଦେଖାଦେଇଛି।ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ ଡାଉନ ସହ ସଟ ଡାଉନ ଘୋଷଣା କରି ସତର୍କତାମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଛି।ଏହି ଜାତୀୟ ବିପର୍ଯ୍ୟୟ ମୁକାବିଲା  ସମସ୍ତଙ୍କ ପାଇଁ ଏକବଡ ଆହ୍ୱାନ ହୋଇଥିଲା ବେଳେ କିନ୍ତୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ବେଖାତିରି କରୁଛନ୍ତି ଜଣେ ମେଡିକାଲ ଅଧିକାରୀ। ଏଭଳି ଘଟଣା ହିଂଜିଳି ବ୍ଲକ ଅଧିନ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ପରିଚାଳିତ କଞ୍ଚୁରୁ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ନିତିଦିନିଆ ଘଟଣା ହୋଇଛି।ସବୁଠାରୁ ଉଲ୍ଲେଖ ନୀୟ ପ୍ରସଙ୍ଗ ହେଲା ଜରୁରୀ କାଳୀନ ସେବା ପ୍ରଦାନ ପାଇଁ  ସରକାରଙ୍କ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ କଡା ନିର୍ଦ୍ଦେଶ ଥିବା ବେଳେ ଏଠାରେ ନିୟୋଜିତ ଡାକ୍ତର ଜଣକ କିନ୍ତୁ ନିଜ ଇଚ୍ଛା ମୁତାବକ କେବେ କେମିତି ଚିକିତ୍ସାଳୟକୁ ଆସୁଥିବା ଜଣା ଯାଇଛି । କରୋନା ମୁକାବିଲା ପାଇଁ  ଜରୁରୀ ସେବାର ବ୍ୟବସ୍ଥା ଓ ନିର୍ଦ୍ଦେଶ  ସତ୍ତ୍ୱେ ସମ୍ପୃକ୍ତ ଡାକ୍ତରଙ୍କ ଆସନ ଦୈନିକ ସମୟ ସାରଣୀ ଠାରୁ ପ୍ରାୟତଃ  ଖାଲି ପଡୁ ଥିବା ଜଣାପଡିଛି।ଏନେଇ ଆମ ପ୍ରତିନିଧି ମେଡିକାଲ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ।କିନ୍ତୁ ଉପସ୍ଥିତ ଥିବା କର୍ମଚାରୀ ମାନେ ଅସହାୟତା ପ୍ରକାଶ କରିଥିଲେ।ପରେ ବେଲଗାଁ ଇନଚାର୍ଜଙ୍କ ସହ ଯୋଗାଯୋଗ ବେଳେ ସେ ଡାକ୍ତରଙ୍କ ଦୋଷ ଦୁର୍ବଳତାକୁ ଘଣ୍ଟ ଘୋଡାଇ ସଫେଇ ଦେଇଥିଲେ। ଲକ ଡାଉନ ସ୍ଥିତି ନିୟନ୍ତ୍ରଣ ପାଇଁ    ଦଣ୍ଡ ଓ ତଣ୍ଡ ନୀତି ଆପଣେଇ ନିୟମ ଉଲଂଘନକାରୀଙ୍କ ପ୍ରତି ଜିଲ୍ଲା ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ପନ୍ଥା ଗ୍ରହଣ କରି ଆଭିମୁଖ୍ୟ ଜାରୀ ରଖିଛି। ତେବେ ବିପର୍ଯ୍ୟୟ ମୁକାବିଲା କର୍ତ୍ତବ୍ୟ ବିମୁଖ ଅମାନିଆ ଚିକିତ୍ସାଧିକାରୀଙ୍କ ପ୍ରତି ପ୍ରଶାସନ କେଉଁ ଆଭିମୁଖ୍ୟ ଗ୍ରହଣ କରି ୫ଟିର ସ୍ୱଚ୍ଛତା ରକ୍ଷା କରିବ  ତାହା ହିଁ ଅଞ୍ଚଳରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି।
Leave A Reply