Odisha news

“ଗୁଲାବୋ ସୀତାବୋ”ଅନ୍ ଲାଇନ୍ ରିଲିଜ୍ ବଦଳାଇ ଦେବ କି ଥିଏଟର ଟ୍ରେଣ୍ଡ କୁ

0

ଯାହାର ଭୟ ଥିଲା ତାହା ହିଁ ହେଲା l ଦେଶ କରୋନା ଭାଇରସ ସଂକ୍ରମଣ ଯୋଗୁ ଲକଡାଉନ ନିୟମ ପାଳନ କରୁଥିବା ବେଳେ ସମସ୍ତ ପ୍ରକାର ଧନ୍ଦାରେ ଆର୍ଥିକ ସଙ୍କଟ ଦେଖା ଦେଇଛି l ଆଜି ଯେଉଁ ବିଷୟରେ ଆମେ ଆପଣ ମାନଙ୍କୁ ଜଣେଇବାକୁ ଯାଉଛୁ ତାହା ଚଳଚିତ୍ର ଦୁନିଆ ବିଷୟରେ l ଦର୍ଶକଙ୍କ ପାଇଁ ଏହା ଖୁସିର ଖବର ହୋଇଥିଲେ ମଧ୍ୟ ଥିଏଟର ଦୁନିଆ ଓ ଫିଲ୍ମ ଡିଷ୍ଟ୍ରିବ୍ୟୁଟର ମାନଙ୍କ ପାଇଁ ଦୁଖଦ ବିଷୟ l ନିର୍ଦେଶକ ସୁଜିତ ସରକାର ଲକଡାଉନ ରେ ଚାଲିଥିବା ଆର୍ଥିକ ସଂକଟକୁ ଆଖି ଆଗରେ ରଖି ଗୋଟିଏ ବଡ ନିର୍ଣ୍ଣୟ ନେଇଛନ୍ତି l ଅମିତାଭ ବଚନ ଓ ଆୟୁସ୍ମାନ ଖୁରାନା ଅଭିନୀତ କମେଡି ଚଳଚିତ୍ର ଗୁଲାବୋ ସୀତାବୋ ଅମାଜୋନ ପ୍ରାଇମି ରେ ଅନ୍ ଲାଇନ୍ ରେ ରିଲିଜ୍ କରିବାକୁ ଯାଉଛନ୍ତି l ଏହି ନିର୍ଣୟଟି ସିନେମା ଘରର ଅସ୍ତିତ୍ବ ଉପରେ ବଡ ପ୍ରଶ୍ନ ଉଠାଇଛି l

ଜୁନ ୧୨ ତାରିଖ ଦିନ ଚଳଚିତ୍ର ଗୁଲାବୋ ସୀତାବୋର ୱାର୍ଲଡ ପ୍ରିମିୟର ରିଲିଜ୍ ହେବାକୁ ଯାଉଛି l ଏହି ଚଳଚିତ୍ରଟିରେ ଅମିତାଭ ବଚନ ଓ ଆୟୁସ୍ମାନ ଖୁରାନା ପ୍ରଥମ ଥର ପାଇଁ ଏକ ସାଙ୍ଗରେ ନଜର ଆସିବେ l ଏହିପରି ଭାବରେ ଅନେକ ଚଳଚିତ୍ର ଏବେ ରିଲିଜ୍ ଅପେକ୍ଷା ରେ ଅଛି l ଯେପରି କି ଅମିତାଭ ବଚନଙ୍କ ଝୁଣ୍ଡ ଯେଉଁଥିରେ ସେ ଗରିବ ପିଲା ମାନଙ୍କର ଫୁଟବଲ କୋଚ ଭାବରେ ନଜର ଆସିବେ l ନିର୍ଦେଶକ ଅନୁରାଗ ବାସୁଙ୍କର ଲୁଡୋ ଯେଉଁଥିରେ ଅଭିଷେକ ବଚନ ଅଭିନୟ କରିଛନ୍ତି l ଏଠି ସହିତ ବିଦ୍ୟା ବାଲାନଙ୍କର ଶକୁନ୍ତଳା ଦେବୀ ଓ ଜାହ୍ନବୀ କାପୁରଙ୍କର ଗୁଞ୍ଜନ ସାକ୍ସେନା ପ୍ରଭୃତି ଚଳଚିତ୍ର ରିଲିଜ୍ ଅପେକ୍ଷାରେ ରହିଛି l କିନ୍ତୁ ଏହି ସବୁ ଚଳଚିତ୍ର କୁ ଆପଣ ମାନେ ସିନେମା ଘର ବଦଳରେ ଅନ୍ ଲାଇନ୍ ମାଧ୍ୟମରେ ନେଟଫ୍ଲିକ୍ସ ,ଅମାଜୋନ ପ୍ରାଇମି ଓ ହଟଷ୍ଟାର ପ୍ରଭୁତିରେ ଦେଖିପାରିବେ l

ଯେବେ ଠାରୁ ଲକଡାଉନ ଆରମ୍ଭ ହୋଇଛି ସେବେଠୁ ଦେଶର ସମସ୍ତ କାମଉପରେ ପ୍ରଭାବ ପଡିଛି l ଏଥିସହିତ ଚଳଚିତ୍ରର ସୁଟିଂ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି l ଯଦି ନିର୍ଦେଶକ ଓ ପ୍ରଯୋଜକ ଚଳଚିତ୍ର ଗୁଡିକକୁ ରିଲିଜ୍ ନକରି ପକାଇ ରଖିବେ ତେବେ ତାଙ୍କର କୋଟି କୋଟି ଟଙ୍କା ନଷ୍ଟ ହୋଇଯିବ l ଆସନ୍ତା କିଛି ମାସ ମଧ୍ୟରେ ସିନେମା ଘର ଗୁଡିକ ନ ଖୋଲିବା ତେବେ କରୋନା ର ସଙ୍କଟ ଥିଏଟର ଉପରେ ମଧ୍ୟ ପ୍ରଭାବ ପକାଇବ ଆହୁରି ମଧ୍ୟ ଅନ୍ ଲାଇନ୍ ଟ୍ରେଣ୍ଡ କୁ ଦର୍ଶକ ମାନେ ଗ୍ରହଣ କଲାପରେ ଆଉ ସିନେମା ଘରକୁ ଯିବାକୁ ଇଛା କରିବେ ନାହିଁ l

Leave A Reply