Odisha news

ରବିଋତୁର ଆଦାୟ ଧାନ କୁ ଲଣ୍ଡାଗାଁରେ ଧାନମଣ୍ଡି ଖୋଲିବାକୁ ଚାଷିକୁଳର ଦାବୀ

0

ବାଲିଗୁଡା,୧୩/୫-; ରବିଋତୁରେ ହୋଇଥିବା ଧାନ ଅମଳକୁ ନେଇ ସରକାର ମଣ୍ଡ କରାଇ ଧାନ କିଣିବାକୁ ଦାବୀ କରିଛନ୍ତି ଲଣ୍ଡାଗାଁ ଓ ଖମନଖୋଲ ଅଂଚଳବାସୀ । ସରକାର ଲଣ୍ଡାଗାଁରେ ଧାନମଣ୍ଡି କରି ଧାନ କିଣିବାକୁ ନେଇ ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି ଚାଷିମାନେ । ଏହିଦାବୀପତ୍ରରେ ଉଲ୍ଲେଖ ଅଛି ଯେ ଲଣ୍ଡାଗାଁ ଓ ଖମନଖୋଲ ପଂଚାୟତର ଅନୁମାନିକ ୨୫ଟି ଉଠାଜଳସେଚନ ଦ୍ୱାରା ପ୍ରାୟ ୮୫୦ ଏକରରେ ଧାନଚାଷହୋଇଛି ଏହି ରବିଋତୁରେ । ଧାନଚାଷ ଭଲ ହୋଇଛି । ଯାହାକି ପାଖାପାଖି ଦଶହଜାର କୁଇଣ୍ଟାଲ ଧାନ ଆଦାୟ ହେବ । କିନ୍ତୁ ସରକାରଙ୍କ ତରଫରୁ ଆମ କନ୍ଧମାଳ ଜିଲ୍ଲାରେ ଧାନମଣ୍ଡିରେ ଚଳିତ ରବିଋତୁରେ ଅର୍ନ୍ତଭୁକ୍ତ କରାଯାଇନାହିଁ । ଏହାକୁ ନେଇ ଚାଷିକୁଳ ଚିନ୍ତାରେ ଅଛନ୍ତି ।

ବର୍ତମାନ ଆମ ଗ୍ରାମ ଲଣ୍ଡାଗଁରେ ପୁର୍ନବାର ଧାନମଣ୍ଡି କରିବା ପାଇଁ ଆପଣଙ୍କୁ ଗୁହାରୀ କରୁଛୁ । ଆମ୍ଭ ଚାଷିକୁଳର ସର୍ବନିମ୍ନ ଅନୁରୋଧ କରୁକିଯେ ଆପଣ ଆମ ଆଦାୟ ଧାନକୁ ବିକ୍ରୟ କରିବା ପାଇଁ ମଣ୍ଡିର ସୁବ୍ୟବସ୍ଥା କଲେ ଆମେ ଚିର ଉପକୃତ ହେବୁ ବୋଲି ଉଲ୍ଲେଖ ଅଛି । ସୁଚନା ଯୋଗ୍ୟ ଯେ ରାଜ୍ୟ ସରକାର ସାରା ରାଜ୍ୟରେ ଚାଷି ମାନଙ୍କ ହିତ ନିମନ୍ତେ ରବିଋତୁର ଧାନ କ୍ରୟ କରିବାକୁ ମାତ୍ର ୧୭ ଜିଲ୍ଲାରେ ଧାନମଣ୍ଡି କରି କିଣିବାକୁ ଧାର୍ଯ୍ୟ କରିଛନ୍ତି । କିନ୍ତୁ ଏହି ୧୭ ଜିଲ୍ଲା ମଧ୍ୟରେ କନ୍ଧମାଳ ଜିଲ୍ଲାକୁ ବାଦ କରାଯାଇଛି ବା ସ୍ଥାନ ନାହିଁ । କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକର ଲଣ୍ଡାଗାଁ ଓ ଖମନଖୋଲ ପଂଚାୟତରେ ପ୍ରତି ବର୍ଷ ଏହ ରବିଋତୁରେ ଧାନ ଛାଷ କରିୁଛନ୍ତି ଓ ଚଳିତ ବର୍ଷ ମଧ୍ୟ ଧାନ ଛାଷ କରିଛନ୍ତି ।

କିନ୍ତୁ ଧାନ କିଣିବା ନିମନ୍ତେ ମଣ୍ଡିର ବ୍ୟବସ୍ଥା କରାନଗଲେ ଚାଷୀମାନେ ବାଧ୍ୟ ସେମାନଙ୍କର ଆଦାୟ ଧାନକୁ ବେପାରି ମାନଙ୍କୁ କମ ଦରରରେ ବିକିବେ । ଯାହାଫଳରେ ଚାଷିମାନେ ବହୁ କଷ୍ଟରେ ଆଦାୟ କରିଥିବା ଧାନର ଉଚିତ ମୁଳ୍ୟ ପାଇ ପାରିବେ ନାହିଁ । ତେଣୁ ଏଥିପ୍ରତି ସରକାର ଓ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟିଦେଇ ଧାନମଣ୍ଡିର ବ୍ୟବସ୍ଥାକଲେ ଏହି ଅଂଚଳର ଚାଷିମାନେ ଉପକୃତ ହେବେ । ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେବା ସମୟରେ ଲଣ୍ଡାଗାଁର ଚାଷୀ ଦେବେନ୍ଦ୍ର କୁଦେଇ.ଅଭିରାମ ରଣା,ଜିତେନ୍ଦ୍ର କୁଦେଇ,ମତିଲାଲ ରଣା ଓ ଲଣ୍ଡାଗାଁ ଓ ଖମନଖୋଲ ଅଂଚଳର ଚାଷି ମାନେ ଉପସ୍ଥିତ ଥିଲେ ।

Leave A Reply