କ୍ୟାନମାସ ଦ୍ୱାରା ପାରାଦ୍ୱୀପ ଜୟଦେବ ସଦନଠାରେ ଆୟେଜିତ ଅଷ୍ଟାଦଶ ନାଟକ ମହୋସôବର ୪ର୍ଥ ସଂଧ୍ୟାରେ ଜଗନ୍ନାଥ ଲଳିତ କଳା ମଣ୍ଡପ, ପାରାଦ୍ୱୀପର କଳାକାରମାନଙ୍କ ଦ୍ୱାରା କ୍ୟାପ୍ଟେନ୍ ଅତୁଲ୍ୟ ମହାପାତ୍ରଙ୍କ ନିଦେ୍ର୍ଦଶନାରେ ମଂଚସ୍ତ ହୋଇଥିଲା ଓଡିଆ ନାଟକ ସ୍ୱୟମ୍ବର । ପୁର୍ବ କାଳରେ ରାଜା ରାଜୁଡା ଶାସନ ସମୟରେ ରାଜକୁମାରୀମାନଙ୍କର ବିବାହ ଯେପରି ସ୍ୱୟମ୍ବର ମଧ୍ୟରେ ଅନୁଷ୍ଠିତ ହେଉଥିଲା ସେହି ପରଂପରାର କିଛି ଆଭାଷ ଏହି ନାଟକରେ ଦେଖିବାକୁ ମିଳିଥିଲା । ନାଟକର ଅନ୍ୟତମ ଚିରିତ୍ର ବିବେକାନନ୍ଦ ବହିଦାରଙ୍କ ଉଚ୍ଚ ଶିଖିତା କନ୍ୟା ଅନୁପମା ଆମେରିକାରେ ରୁହେ ।
ନିଜ ଦେଶରେ ଶିକ୍ଷା ଗ୍ରହଣ କରୁଥିଲା ବେଳେ ୩ ଜଣ ବାଲ୍ୟ ବଂଧୁଙ୍କ ସହିତ ତାର ସଂପର୍କ ଥିଲା ଓ ସେହି ବାଲ୍ୟ ବନ୍ଧୁମାନେ ଅନୁପମାର ଭାରତ ପ୍ରତ୍ୟାବର୍ତନ କରୁଥିବା ଶୁଣି ବହିଦାର ବାବୁଙ୍କ ଘରକୁ ଆସନ୍ତି ତାକୁ ଗ୍ରହଣ କରିବା ପାଇଁ । କିନ୍ତୁ ଚିକିସôା ବିଜ୍ଞାନର ଚମକôାରିତା ଯୋଗୁଁ ଅନୁପମା ନିଜର ଲିଙ୍ଗ ପରିବର୍ତନ କରି ଅନୁପମ ହୋଇ ଘରକୁ ଫେରି ଆସିଛି ଏବଂ ୩ ବନ୍ଧୁଙ୍କୁ ଏହି ନିରାଟ ସତ୍ୟତାକୁ ଗ୍ରହଣ କରିବା ପାଇଁ ବାଧ୍ୟ କରିଛି । ନିଜର ଦେଶପ୍ରିତୀ ଓ ସ୍ୱୟମ୍ବରର ପରଂପରାକୁ ଭାଙ୍ଗି ଏକ ଭିନ୍ନ ସ୍ୱାଧୀନ ଜୀବନ ଜିଇଁବାରେ ଥିବା ଆନନ୍ଦ ତାକୁ ଆଜି ଅନୁପମାରୁ ଅନୁପମକୁ ପରିବର୍ତିତ କରିଛି ବୋଲି ସେ କହିଛି ।
ନାଟକର ଶେଷରେ ମୁଖ୍ୟ ଅତିଥି ବନ୍ଦରର ଟ୍ରାଫିକ ମ୍ୟାନେଜର ଶ୍ରୀ ଶୁଶାନ୍ତ କୁମାର ମିଶ୍ର ନିଦେ୍ର୍ଦଶକ ଓ କଳାକାରମାନଙ୍କୁ ସମ୍ମାନିତ କରିଥିଲେ । ୫ମ ସଂଧ୍ୟାରେ ଭୋପାଳର କଳାକାରମାନଙ୍କ ଦ୍ୱାରା ହିନ୍ଦୀ ନାଟକ ନେପଥ୍ୟେ ଶକୁନ୍ତଳା ମଂଚସ୍ତ ହେବ ।