ଭୁବନେଶ୍ୱର,୨୪/୭ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡାରୁ କିଛି ନିର୍ଦ୍ଦିଷ୍ଟ ସହରକୁ ବସ୍ ଚଳାଚଳ ବନ୍ଦ କରାଯାଇଛି । ଝାରସୁଗୁଡାରୁ ଗଞ୍ଜାମ, ବାଲେଶ୍ୱର, ଭଦ୍ରକ ଜିଲ୍ଲା ସମେତ ଭୁବନେଶ୍ୱର ଓ ରାଉରକେଲାକୁ ବସ୍ ବନ୍ଦ ରହିବ । ସେହିପରି ସଂପୃକ୍ତ ଅଂଚଳରୁ ମଧ୍ୟ କୌଣସି ବସ୍ ଝାରସୁଗୁଡ଼ାକୁ ଆସିବାକୁ ଦିଆଯିବନି । ଅନ୍ୟାଦେଶ ଯାଏଁ ଏହି ସହର ମଧ୍ୟରେ ବସ୍ ଚଳାଚଳ ସଂପୂର୍ଣ୍ଣ ବାତିଲ୍ ରଖିବାକୁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି ।
