Odisha news

ଚଳନ୍ତା ବସରେ ଲାଗିଲା ନିଆଁ

ରାୟଗଡା : ପରାୟଗଡା ସହର ୪ କି.ମି ଦୂର କୋଟାଲଗୁଡା ନିକଟସ୍ଥ ସ୍ଥିତ ତାରିଣୀ ମନ୍ଦିର ନିକଟରେ ଏକ ଚଳନ୍ତା ବସରେ ନିଆଁ ଲାଗିଯାଇଥିଲା । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଯାତ୍ରୀ ମାନଙ୍କର ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ତେବେ ନିଆଁ କେଉଁ କାରଣରୁ ଲାଗିଲା ତାହା ବର୍ତମାନ ସୁ୍ଦ୍ଧା ଅସ୍ପଷ୍ଟ ରହିଛି । ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡାରୁ ଗଂଜାମ ଜିଲ୍ଲା ପୋଲସରା ଅଭିମୁଖେ ଏକ ଘରୋଇ ବସ ରାୟଗଡା ବସଷ୍ଟାଣ୍ଡ ପହଂଚିବା ପୂର୍ବରୁ କୋଟାଲାଗୁଡା ନିକଟରେ ବସରେ ନିଆଁ ଲାଗିଯାଇଥିଲା । ଯାତ୍ରୀଙ୍କ କହିବା ମୁତାବକ ଲକ୍ଷମିପୁର ନିକଟରେ ଗାଡିରୁ ଧୁଆଁ ବାହାରିବା ବାହାରୁଥିବା କିଛି ଯାତ୍ରୀ ଦେଖି ଘଟଣା ସଂପର୍କରେ ଡ୍ରାଇଭରଙ୍କ ଜଣାଇଥିଲେ । କିନ୍ତୁ ଡ୍ରାଇଭର ଯାତ୍ରୀଙ୍କ କଥା କୁ ନ ଶୁଣି ଗାଡି ଚଳାଇଥିବା ନେଇ ଯାତ୍ରୀ ମାନେ ଅଭିଯୋଗ କରିଛନ୍ତି । ତେବେ ବସଟି ରାୟଗଡା ପଂହଚିବା ପୂର୍ବରୁ ଚକ ଫାଟି ବସରେ ନିଆଁ ଲାଗିଯାଇଥିଲା । ନିଆଁ ବ୍ୟାପିବା ପୂର୍ବରୁ ସମସ୍ତ ଯାତ୍ରୀ ସୁରକ୍ଷିତ ବାହାରକୁ ଆସିବା ପରେ ବସଟି ସଂପୂର୍ଣ୍ଣ ରୂପେ ଜଳିଯାଇଥିଲା । ବସରେ ନିଆଁ ଲାଗିଥିବା ଖବର ରାୟଗଡା ଅଗ୍ନିଶମ ବିଭାଗ ନିକଟରେ ପହଂଚିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇଥିଲେ ।

Comments are closed.