ବୁଗୁଡ଼ା : ତା ୧୦/୦୭/୨୪ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ଏବଂ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚବିଦ୍ୟାଳୟ ଆଦି ଦୁଇଟି କେନ୍ଦ୍ରରେ ଆଜି ଶିକ୍ଷାବର୍ଷ ୨୦୨୩-୨୪ର ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବ୍ଲକ ଓ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ମୋଟ ୨୪୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ସେଥି ମଧ୍ୟରୁ ଷଷ୍ଠ ଶ୍ରେଣୀ (ଷ୍ଟେଜ୍-୧)ର ୧୨୧ ଜଣ ଏବଂ ନବମ ଶ୍ରେଣୀ (ଷ୍ଟେଜ୍-୨) ର ୧୨୮ ଜଣ ଛାତ୍ରଛାତ୍ରୀ ରହିଥିଲେ । ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ ଷ୍ଟେଜ୍-୧ର ୫୫ ଜଣ ଏବଂ ଷ୍ଟେଜ୍-୨ର ୬୩ ମୋଟ ୧୧୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଧାନ ଶିକ୍ଷକ କାଳି ଚରଣ ବେହେରା ସୁପରିଟେଣ୍ଡେଣ୍ଟ୍ ଏବଂ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ ଡେପୁଟି ସୁପରିଟେଣ୍ଡେଣ୍ଡ ଦାୟିତ୍ୱ ନିର୍ବାହକରିଥିଲେ । ସେହିପରି ଶ୍ରୀ ବିରଞ୍ଚି ନାରାୟଣ ବାଳିକାଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଷ୍ଟେଜ୍-୧ର ୬୬ ଜଣ ଓଷ୍ଟେଜ୍-୨ର ୬୫ ଜଣ ହିସାବରେ ମୋଟ ୧୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଭାରପ୍ରାପ୍ତା ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣା ସୁପରିଟେଣ୍ଡେଣ୍ଟ ଏବଂ ସହକାରୀ ଶିକ୍ଷକ ୟୁ. ରବି କୁମାର ଡେପୁଟି ସୁପରିଟେଣ୍ଡେଣ୍ଡ ଦାୟିତ୍ଵରେ ରହିଥିଲେ । ବିଇଓ ଚିନ୍ମୟ ମହାପାତ୍ର ଉଭୟ କେନ୍ଦ୍ରକୁ ପର୍ଯ୍ୟବେକ୍ଷଣ କରିଥିବା ବେଳେ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ଜଣାଯାଇଛି ।