Odisha news

ମୁଣ୍ଡିଆ ଖଣିରେ ଛାତ୍ର ନିଖୋଜ ଘଟଣା ୨ ଟିମ୍ ଓଡ୍ରାଫ ଟିମ୍ ଓ ସ୍କୁବା ଡାଇଭର ଫେଲ ମାରିଲେ : ଆଜି ଖୋଜିବେ ନାଭାଲ ଟିମ

0
* ଦୁଇ ଦିନ ହେବ ନିଖୋଜ ଛାତ୍ରର ପତ୍ତା ମିଳୁନାହିଁ
* ପରିବାର ଲୋକଙ୍କ ଆଖିରୁ ଲୁହ ସୁଖୁନି କି ଘରେ ଚୁଲି ଜଳୁନି
ନିରାକାରପୁର,୯/୭:   ଖୋର୍ଦ୍ଧା ତାପଙ୍ଗ ବଡ ସାଉଁଳି କଳିଙ୍ଗ ମୁଣ୍ଡିଆ କୁ ସୋମବାର ୪ ଜଣ ଛାତ୍ରଛାତ୍ରୀ ବୁଲିବାକୁ ଆସିଥିଲେ। ଏଥିରେ ୩ ଜଣ ଛାତ୍ର ଜଣେ ଛାତ୍ରୀ ଥିଲେ।  ରିଲ୍ସ କରୁ କରୁ କୌଣସି କାରଣ ବଶତଃ ଦୁଇ ଜଣ ଛାତ୍ର ଗଭୀର ପାଣି ରେ ଖସି ଯାଇଥିଲେ। ସାଙ୍ଗରେ ଯାଇଥିବା ଛାତ୍ର ମାନେ ଜଣକୁ ଉଧାର କରିବାରେ ସଫଳ ହୋଇଥିଲେ ମଧ୍ୟ ଅନ୍ୟ ଜଣେ ଓଁ ପ୍ରକାଶ ରଥ କୁ ଉଧାର କରି ପାରି ନଥିଲେ।ସ୍ଥାନୀୟ ଲୋକମାନେ ଖବର ଦେବା ପରେ ସେଠାରେ ଖୋର୍ଦ୍ଧାର ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ମାତ୍ର କୌଣସି ସୁଫଳ ମିଳିନି। ଆଜି ଦୁଇ  ଓଡ୍ରାଫ ଟିମ୍ ଏବଂ ସ୍କୁବା ଡାଇଭର ଘଟଣା ସ୍ଥଳ ରେ ପାଣିରେ ବୁଡିଥିବା ଯୁବକକୁ ଖୋଜାଖୋଜି କରିଥିଲେ ବି ସେମାନେ ନିିଖୋଜ ଛାତ୍ର ଓମ୍ ପ୍ରକାଶ ରଥ କୁ ପାଇବାରେ ଫେଲ୍ ମାରିଛନ୍ତି।ନିଖୋଜ ଯୁବକ ଓମ ପ୍ରକାଶ ରଥ ଖୋର୍ଦ୍ଧାରେ ରୁହନ୍ତି। ସେ   ଫୁଲନଖରା ନିକଟସ୍ଥ ଏକ ମେଡ଼ିକାଲ କଲେଜରେ ପଢ଼ୁଥିଲା। ଘଟଣା ଦିନ ସେ ଖୋର୍ଦ୍ଧା ରେ ତାଙ୍କ ଘରେ ଥିବାବେଳେ   ଫୁଲନଖରା ସ୍ଥିତ ଉକ୍ତ ମେଡିକାଲ କଲେଜର ଅନ୍ୟ ୨ ଜଣ ଛାତ୍ର ଏବଂ ଜଣେ ଛାତ୍ରୀ ଗତକାଲି ଦିନ ୧୧ ଟାରେ ଆସି ଖୋର୍ଦ୍ଧାରୁ ସାଙ୍ଗରେ ଓମ କୁ ଆଣି ତାପଙ୍ଗ ବଡ ସାଉଁଳି ମୁଣ୍ଡିଆ କୁ ବୁଲିବାକୁ ଆସିଥିବାବେଳେ ଏଭଳି ଘଟଣା ଘଟିଛି। ଏହି ଘଟଣା ଘଟିବାର ଦୁଇ ଦିନ ଅତିକ୍ରମ କରିବାକୁ ବସିଥିବାବେଳେ ନିଖୋଜ ଓମ ର କୌଣସି ପତ୍ତା ମିଳୁ ନଥିବରୁ  ତାଙ୍କ ପରିବାର ରେ ଚୁଲି ଜଳୁନି  କି କାହା ଆଖିରୁ ଲୁହ ସୁଖୁନି। ଆଜି ସବୁ ଆଶା ଫେଲ ମାରିବା ପରେ ପରିବାର ଲୋକେ ସ୍ଥାନୀୟ ବିଧାୟକ ସହିତ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଚିଲିକା ନାଭାଲ ଟିମ ସହିତ ଯୋଗାଯୋଗ କରି ବୁଧବାର ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ଲୋଡାଯାଇଛି। ଏ ବିଷୟ ରେ ଖୋରଧା ସଦର ଥାନା ଆଇଆଇସି କାହୁଁ ଚରଣ ସ୍ୱାଇଁଙ୍କ ସହିତ ଯୋଗାଯୋଗ କରିବାରେ ସେ ଜଣାଇଛନ୍ତି ଆମେ ସବୁ କୁ ଦୃଷ୍ଟିରେ ରଖି ତଦନ୍ତ କରୁଛୁ। ବୁଧବାର ଦିନ ଚିଲିକା ନାଭାଲ ଉଦ୍ଧାର କାରୀ ଦଳ ଘଟଣାସ୍ଥଳ କୁ ଆସି ଉଦ୍ଧାର କରିବାର ପ୍ରୟାସ କରିବେ ବୋଲି ଜଣାଇଛନ୍ତି।

Leave A Reply