Odisha news

ଲୋକଙ୍କ ନିକଟରେରେ ପ୍ରଶାସକ ଓ ବିଧାୟକ

0
ବୁଗୁଡା: ରବିବାର ,ସରକାରୀ ଛୁଟୀ,ତଥାପି ବିଧାୟକଙ୍କ ସହ ବ୍ଲକ ପ୍ରଶାସକ ବୁଗୁଡା ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ଅଭାବ ଅସୁବିଧା ବୁଝି ଥିବାର ଜଣାପଡ଼ିଛି।
ଆଜି ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ସହ ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ବିଡ଼ିଓ ତନ୍ମୟ ପାତ୍ର, ବ୍ଲକ ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା, ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ ,ଏବଂ ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ ଓ ଅଶୋକ ସେଠୀ ପ୍ରମୁଖ ବୁଗୁଡା ବ୍ଲକର କଳମ୍ବ, କାଦପଡା, ଡେହୁକା,ଡେଙ୍ଗାପଦର,ରାମଗଡ଼,ଘୋଡାପଡା, ସୁନାକେରା,ଓ ଦଶୀପୁର ଗ୍ରାମକୁ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ଲୋକଙ୍କ ବିଭିନ୍ନ ଅଭାବ ଅସୁବିଧା ବୁଝି ଥିଲେ।
ଏହି ଅବସରରେ ବିଧାୟକ ଡେହୁକା ଗ୍ରାମରେ ଏକ ଗୋଷ୍ଟି କେନ୍ଦ୍ର ଗୃହକୁ ଉଦଘାଟନ କରିଥିଲେ। ବିଧାୟକ ଓ ପ୍ରଶାସକ ଙ୍କ ଏହିପରି ପଦକ୍ଷେପକୁ ସାଧାରଣ ଲୋକମାନେ ପ୍ରଶଂସା କରିଛନ୍ତି।

Leave A Reply