Odisha news

ଶ୍ରୀକ୍ଷେତ୍ରର ବିକାଶ ଅଧିକ ଗତିଶୀଳ ହେବ: ସଞ୍ଜୟ ଦାସବର୍ମା

0

ପୁରୀ: ନବନିଯୁକ୍ତ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ରବିବାର ସନ୍ଧ୍ୟାରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିଛନ୍ତି । ଶ୍ରୀଜିଉମାନଙ୍କ ଦର୍ଶନ ସାରି ଫେରିବାପରେ ଶ୍ରୀ ଦାସ ବର୍ମା ଗଣମାଧ୍ୟମକୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଯେଉଁ ଗୁରୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ତାହାକୁ ସେ ନିଷ୍ଠାର ସହ ସମ୍ପାଦନ କରିବା ପାଇଁ ଆନ୍ତରିକ ଉଦ୍ୟମ କରିବେ । ଏଥିପାଇଁ ସେ ସମସ୍ତଙ୍କର ସହଯୋଗ, ଶୁଭେଚ୍ଛା ଓ ଆର୍ଶୀବାଦ କାମନା କରୁଥିଲେ ।

ସେ କହିଥିଲେଯେ,ଶ୍ରୀଜଗନ୍ନାଥଧାମ ପବିତ୍ର ଶ୍ରୀକ୍ଷେତ୍ରର ନବକଳେବର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରୟାସ ଚଳାଇଛନ୍ତି ତାହା କିପରି ଅଧିକ ଗତିଶୀଳ ହେବ ସେଥିପାଇଁ ଉଦ୍ୟମ କରାଯିବ । ନିକଟ ଭବିଷ୍ୟତରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଓ ଅନ୍ୟାନ୍ୟ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ କିଭଳି ଭାବେ ଏହି ପୀଠର ବିକାଶ ସାରା ବିଶ୍ୱକୁ ବାର୍ତ୍ତା ଦେବ ସେଥିପାଇଁ ସେ ପ୍ରୟାସ କରିବେ । ଶ୍ରୀଜଗନ୍ନାଥ ସଂସ୍କୃତି ସବୁ ସଂସ୍କୃତି ଠାରୁ ଉଦ୍ଧ୍ୱର୍ରେ । ଏହି ସଂସ୍କୃତି କେବଳ ଆମ ଜୀବନର ପ୍ରାଣକେନ୍ଦ୍ର ନୁହେଁ ଅଧିକନ୍ତୁ ସାରା ବିଶ୍ୱକୁ ଏହା ମୈତ୍ରୀ ଓ ଭାତୃତ୍ୱର ବାର୍ତ୍ତା ପ୍ରଦାନ କରିବ । ଆମ ଆରାଧ୍ୟ ଦେବତାଙ୍କ ଏହି ପୀଠ ସହିତ ଓଡିଶାର ବିକାଶ ସଂଶ୍ଲିଷ୍ଟ ।

ମହାବାତ୍ୟା ଫନିରେ ପୁରୀ ଜିଲ୍ଲା ଯେଭଳି କ୍ଷତିଗ୍ରସ୍ତ ହୋଇଛି ତାହା ନିଶ୍ଚିତ ଭାବେ ଆମ ପାଇଁ ଏକ ଚ୍ୟାଲେଞ୍ଜ । ପ୍ରଶାସନର ସହଯୋଗରେ ସମ୍ମିଳିତ ଭାବେ ଆମେ ଏହି ଚ୍ୟାଲେଞ୍ଜ ଅତିକ୍ରମ କରିବାକୁ ଚେଷ୍ଟା କରିବୁ । ପୁରୀର ବିଭିନ୍ନ ନିର୍ବାଚନ ମଣ୍ଡଳୀ ବିଶେଷ ଭାବେ ପୁରୀର ବିକାଶକୁ ଆଗେଇ ନେବା ଲାଗି ସମର୍ପିତ ଉଦ୍ୟମ ଆରମ୍ଭ କରାଯିବ । ବ୍ରହ୍ମଗିରିକୁ ନିଜର କର୍ମକ୍ଷେତ୍ର ବୋଲି ଉଲ୍ଲେଖ କରି ଶ୍ରୀଦାସବର୍ମା କହିଥିଲେ ଯେ ଏହି ନିର୍ବାଚନ ମଣ୍ଡଳୀର ବିକାଶ ତାଙ୍କର ପ୍ରାଥମିକତା । ପୁରୀର ବିକାଶରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବନି ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.