Odisha news

ପଦ୍ମ ଛାଡି ଶଙ୍ଖ ଧରିଲେ ବିଜେପି ନଗର ମଣ୍ଡଳ ସଭାପତି ସୂର୍ଯ୍ୟ ନାରାୟଣ

0
ବୁଗୁଡ଼ା : ତା ୦୨/୧୨/୨୩ :  ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବୁଗୁଡ଼ା ଅଞ୍ଚଳରେ ରାଜନୈତିକ ଉଷ୍ମତା ଦେଖା ଦେଇଥିବା ବେଳେ ବିଜେପିର ନଗର ମଣ୍ଡଳ ସଭାପତି ସୂର୍ଯ୍ୟ ନାରାୟଣ ମହାନ୍ତି ପଦ୍ମ ଛାଡି ଶଙ୍ଖ ଫୁଙ୍କିବା ଘଟଣା ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ଯାଣୀ ମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅବସରରେ ବିଜେପି ନଗର ମଣ୍ଡଳ ସଭାପତି ତଥା ପ୍ରାକ୍ତନ କାଉନସିଲର ସୂର୍ଯ୍ୟ ନାରାୟଣ ମହାନ୍ତି ତାଙ୍କର ସମର୍ଥକଙ୍କ ସହ ବିଜେଡିରେ ମିଶିଥିବା ବେଳେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସେମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ବୁଗୁଡ଼ା ଏନଏସି ବିଜେଡି ସଭାପତି କେ.ତ୍ରିଲୋଚନ ଦୋରାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅବସରରେ ଗୀତାଞ୍ଜଳି ମହାରଣା , ସୁବାସ ଚନ୍ଦ୍ର ଜେନା , ପ୍ରଶାନ୍ତ ନାୟକ , ରବିନ୍ଦ୍ର ମହାନ୍ତି , ବାସୁଦେବ ସାହୁ , ଶୁଭମ୍ ପାତ୍ର , ଶୁଭେନ୍ଦୁ ଖଟେଇ , ରବି ସାହୁ , ମଳୟ ଦଳେଇ , ପ୍ରଣବ ଦଳେଇ , ଲକ୍ଷ୍ମୀ ମହାରଣା , ମହେଶ୍ୱତା ବେହେରା , ବବିତା ପାତ୍ର., ଦିଲ୍ଲୀପ କୁମାର ପାତ୍ର , ଅରବିନ୍ଦ ସ୍ବାଇଁ ପ୍ରମୁଖ ବିଜେଡିରେ ମିଶିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ  ଓ ସମ୍ପାଦକ ମନୋରଞ୍ଜନ ଦାଶ , ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଯୁବ କାଉନସିଲର ଆଶୁତୋଷ ବଢେଇ , ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା ଓ ସାଂସଦ ପ୍ରତିନିଧି ବସନ୍ତ ଦଳେଇ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ବିଜେଡିରେ ସାମିଲ ହୋଇଥିବା ବ୍ଯକ୍ତିଙ୍କୁ ସ୍ବାଗତ କରିଥିଲେ । ଅନ୍ଯପକ୍ଷରେ ,ସଂପ୍ରତି ବିଜେପି ନଗର ମଣ୍ଡଳ ସଭାପତି ଭାବେ କେଦାରନାଥ ମହାରଣା ଦାୟିତ୍ବ ତୁଲାଇ ଆସୁଥିବା ନେଇ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ ପ୍ରକାଶ କରିଛନ୍ତି । ତେବେ ସ୍ତ୍ରୀ ଭାଗ୍ଯଲତା ମହାନ୍ତି ସଂପ୍ରତି ବିଜେପି ପକ୍ଷରୁ ୫ ନମ୍ବର ଓ୍ବାର୍ଡର କାଉନସିଲର ରହିଥିବା ବେଳେ ସ୍ବାମୀ ସୂର୍ଯ୍ୟ ନାରାୟଣ ମହାନ୍ତି ଆଜି ବିଜେଡିରେ ଯୋଗଦାନ କରିବା ଘଟଣାକୁ ନେଇ ଏଠାକାର ରାଜନୈତିକ ମହଲ ସରଗରମ ହୋଇଉଠିଥିବା ଦେଖାଯାଇଛି ।

Leave A Reply