Odisha news

କୂଅରେ ଖସି ପଡି ମହିଳା ଗୁରୁତର

0

ବୁଗୁଡ଼ା : ତା ୧୩/୦୬/୨୩ : ବୁଗୁଡ଼ା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମରେ କୂଅରେ ପଡି ଜଣେ ମହିଳା ଗୁରୁତର ହୋଇଥିବା ଜଣା ପଡିଛି l ଗୁରୁତର ମହିଳା ହେଲେ ପୂର୍ବତନ ସରପଞ୍ଚ ବସନ୍ତ ସାମଲଙ୍କ ପତ୍ନୀ ମାମାଲି ସାମଲ l ମାମାଲି ଆଜି ସନ୍ଧ୍ୟା ପ୍ରାୟ ୮ଟା ସମୟରେ ବାରିପଟ କୂଅରୁ ପାଣି କାଢ଼ୁଥିବା ବେଳେ କୂଅ ଉପରେ ପଡ଼ିଥିବା କାଠଟି ଭାଙ୍ଗି ଯିବା ଫଳରେ ସେ କୂଅରେ ପଡି ଯାଇଥିଲେ l ଖବର ପାଇ ବୁଗୁଡ଼ା ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ମାମାଲିଙ୍କୁ ଉଦ୍ଧାର କରିବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବୁଗୁଡ଼ା ମେଡିକାଲ ଅଣାଯାଇଥିଲା l ମାମାଲିଙ୍କ ବାମ ହାତ ଭାଙ୍ଗି ଯାଇଥିବା ବେଳେ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି l

Leave A Reply