Odisha news

ବାଇକ ଧକ୍କାରେ ମହିଳା ମୃତ

0

ବୁଗୁଡ଼ା : ତା ୧୧/୦୫/୨୩ : ବୁଗୁଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି l ମୃତ ମହିଳା ହେଲେ ସଙ୍କୁରୁ ଗ୍ରାମର ଗୋପୀନାଥ ପାତ୍ରଙ୍କ ସ୍ତ୍ରୀ ଚନ୍ଦ୍ରକଳା ପାତ୍ର (୬୫ ) ବୋଲି ଜଣା ପଡିଛି l ଆଜି ସକାଳ ପ୍ରାୟ ୧୧ ସମୟରେ ଚନ୍ଦ୍ରକଳା ବ୍ୟାଙ୍କ କାମରେ ଆସି ଜେରକ୍ସ କରିବା ପାଇଁ ରାସ୍ତା ପାର ହୋଇ ଯାଉଥିବା ବେଳେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା l ତାଙ୍କୁ ଗୁରୁତର ଅବସ୍ଥାରେ ବୁଗୁଡ଼ା ମେଡିକାଲ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏ ନେଇ ପୋଲିସ ନିକଟରେ କୌଣସି ଖବର ନଥିବା ଜଣା ପଡିଛି l

Leave A Reply