ବୁଗୁଡ଼ା : ତା ୨୮/୧୧/୨୨ : ବୁଗୁଡ଼ା ଥାନା ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମର ବାଟୁଆ ତୋଟା ନିକଟରେ କାର୍ (ନଂ ଓଡି-୦୨ବିଭି-୧୦୩୦) ଓ ବାଇକ୍ (ନଂ-ଓଡି-୨୫ଡି-୪୮୮୮)ଧକ୍କାରେ ୨ ଜଣ ଆହତ ହୋଇଥିବା ଜଣାଯାଇଛି । ଆହତ ୨ ଜଣ ହେଲେ ଦଦରାଖୋଲ ଗ୍ରାମର ଗନ୍ଧର୍ବ ସ୍ବାଇଁ (୩୫)ଓ ସାଗର ରାଉତ(୨୧) । ପ୍ରକାଶ ଯେ , ଆଜି ଅପରାହ୍ନରେ ସାଗର ଓ ଗନ୍ଧର୍ବ ବାଇକରେ ନିଜ ଗାଁରୁ ବୁଗୁଡ଼ାକୁ ଆସୁଥିବା ବେଳେ କରସିଙ୍ଗି ପଟୁ ଆସୁଥିବା ଏକ କାର୍ ସହ ଧକ୍କା ହେବା ଫଳରେ ସେ ଦୁହେଁ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା ।ଦୁର୍ଘଟଣାରେ ମୁହଁରେ ଆଘାତ ଲାଗିଥିବା ବେଳେ ଗନ୍ଧର୍ବର ଡାହାଣ ଗୋଡ଼ଟି ଭାଙ୍ଗି ଯାଇଥିଲା । ଉଭୟଙ୍କ ପ୍ରାଥମିକ ଚିକିତ୍ସା ପରେ ଗନ୍ଧର୍ବର ଅବସ୍ଥା ଗୁରୁତର ଥିବାରୁ ତାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।
