Odisha news

ମଦ ଜବତକୁ ନେଇ ଗୋଲିଆରେ ଗୋଷ୍ଠୀ ସଂଘର୍ଷ ଅଟୋ ବାଇକ୍ ଚୁରମାର୍

0
ବୁଗୁଡ଼ା :-୧୮/୭ ବୁଗୁଡ଼ା ଥାନାର ଗୋଲିଆରେ ଗତ କାଲି ଠାରୁ ମଦ ଜବତ ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ରୁ ସଂଘର୍ଷର ସୂତ୍ରପାତ ହୋଇଥିଲା। କୌଣସି ସୂତ୍ରରୁ ଖବର ପାଇ ଗତକାଲି ବୁଗୁଡ଼ା ଅବକାରୀ ବିଭାଗ ପକ୍ଷରୁ ଗୋଲିଆ ନିକଟ ଶତୁରିଶୋଲର କେନାଲ ନିକଟରେ ମଦ ପୋଚ ଥିବା ଜାଣି ଚଢାଉ କରାଯାଇଥିଲା। ସେଠାରେ ଜୈନିକ ଚୋରା ମଦ ବ୍ଯବସାୟୀ ମଦ ପ୍ରସ୍ତୁତି ପାଇଁ ପୋଚ ଗଛିତ ରଖିଥିଲେ। ଅବକାରୀ କର୍ମଚାରୀ ମାନେ ୯୬୦ ଲିଟର୍ ପୋଚ ନଷ୍ଟ କରିବା ସହ ୩୫ ଲିଟର୍ ଚୋରା ଉଦାମଦ ଜବତ କରିଥିଲେ।
ସମ୍ପୃକ୍ତ ଚୋରା ମଦ ବ୍ଯବସାୟୀଙ୍କ ଟେର ପାଇ ନପାରି ଖାଲି ହାତରେ ଫେରିଥିଲେ ଅବକାରୀ କର୍ମଚାରୀ। ଏହି ଅବକାରୀ ଚଢାଉ ଘଟଣା ପରେ ଉକ୍ତ ମଦ ବ୍ୟବସାୟୀ ଙ୍କ ସପକ୍ଷବାଦୀ ମାନେ ଗୋଲିଆର କିଛି ଲୋକଙ୍କ ଉପରେ ସନ୍ଦେହ କରି ଉତ୍ତେଜନା ସୃଷ୍ଟି କରିଥିଲେ। ଯାହାଙ୍କୁ ସନ୍ଦେହ କରିଥିଲେ ତାଙ୍କର ସପକ୍ଷବାଦୀ କିଛି ଲୋକଙ୍କ ଉପରେ ଆକ୍ରମଣ କରିବାକୁ ଯାଇ ଗୋଟେ ଅଟୋରିକ୍ସା ଓ ଗୋଟିଏ ବାଇକ୍ କୁ ବାଡ଼େଇ ଭାଙ୍ଗି ଚୁରମାର୍ କରିଦେଇଥିଲେ। ଫଳରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଟକ୍ କର ହେବା ସ୍ଥିତି ସୃଷ୍ଟି ହୋଇଥିଲା। ବୁଗୁଡ଼ା ପୋଲିସ୍ ଖବର ପାଇ ଆଜି ପୂର୍ବାହ୍ନରେ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ଭାଳି ନେଇଥିଲେ। ଉତ୍ତେଜନା ସୃଷ୍ଟି କରୁଥିବା ୪ ଜଣ ସନ୍ଧିଗ୍ଧ ଙ୍କୁ ପୋଲିସ୍ ଥାନାକୁ ଆଣି ପଚରା ଉଚରା ସହ ଅଟକ ରଖିଥିବା କହିଛନ୍ତି ଆଇ ଆଇ ସି ଚିତ୍ତରଞ୍ଜନ ବେହେରା। କୌଣସି ଗୋଷ୍ଠୀ ପକ୍ଷରୁ ଲିଖିତ ଅଭିଯୋଗ ଏହି ରିପୋର୍ଟ ଲେଖା ହେବା ଯାଏ ପୋଲିସ୍ କୁ ମିଳିନଥିବ ପୋଲିସ କହିଛି। ଏବେ ପରିସ୍ଥିତି ଆୟତ୍ତାଧୀନ ଥିବା ଜଣା ଯାଇଥିବା ବେଳେ ଗୋଲି ଆରେ ପୋଲିସ ମୁତୟନ ରହିଥିବା ଜଣାଯାଇଛି। ପୋଲିସ୍ ଘଟଣାର ତୃଣମୂଳ ସ୍ତରରୁ ତଦନ୍ତ କରି ପଦକ୍ଷେପ ନହେଲେ ପୁଣି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିସ୍ଫୋରକ ସ୍ଥିତି ସ୍ରୁଷ୍ଟି ହେବାକୁ ଏଡାଇ ଦେଇ ହେବନାହିଁ ବୋଲି କିଛି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି। ଲକ୍ ଡାଉନ୍ ର ସୁଯୋଗ ନେଇ ଚୋରା ମଦ ବେକାରୀ ସକ୍ରିୟ ହୋଇଛନ୍ତି। ଏଥିପ୍ରତି ଅବକାରୀ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।
Nalco
Leave A Reply