Odisha news

କଳିଙ୍ଗ ଟ୍ରେଡର୍ସ ମାଲିକଙ୍କ ପରଲୋକ

0
ବୁଗୁଡ଼ା  : ସ୍ଥାନୀୟ କଳିଙ୍ଗ ଟ୍ରେଡର୍ସ  ମାଲିକ କୃଷ୍ଣ ଚନ୍ଦ୍ର ଦାସ(୭୫)ଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ସକାଳ ସାଢେ ଛଅଟା ବେଳେ ସେ ନିଦରୁ ଉଠିବା ପରେ ସଂଜ୍ଞାହୀନ ହୋଇ ପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ତାଙ୍କର ମହିମା ନଗରସ୍ଥିତ ବାସଭବନରେ ଲୋକେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସାନ୍ତନା ଦେଇଥିଲେ  । ସେ ଜଣେ ମେଳାପୀ ଓ ବନ୍ଧୁପ୍ରିୟ ବ୍ଯକ୍ତି ହୋଇଥିବାରୁ ଲୋକେ ତାଙ୍କୁ ଶ୍ରଦ୍ଧାରେ କଳିଙ୍ଗ ଷଣ୍ଢ ବୋଲି ଡାକୁଥିଲେ । ସେ ଜଣେ ବ୍ଯବସାୟୀ ସାଙ୍ଗକୁ ଉଚ୍ଚକୋଟୀର ମୂର୍ତ୍ତି କାରିଗର ରୂପେ ପରିଚିତ ଥିଲେ । ତାଙ୍କର ମୃତ୍ୟୁରେ ଅଞ୍ଚଳର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।
Leave A Reply