Odisha news

ବୋଲେରୋ ଓଲଟି ୨ ଆହତ

0

ବୁଗୁଡ଼ା   : ବୁଗୁଡ଼ା ଥାନା ଅନ୍ତର୍ଗତ କଦମ୍ବ ମଠ ନିକଟସ୍ଥ ଗୁଡିଆ ତୋଟା ଠାରେ ଏକ ବୋଲେରୋ (ଓଡି-୦୨ଏକେ ୧୭୩୧)ରାସ୍ତା କଡ ବିଲମାଳରେ ଓଲଟି ୨ ଜଣ ଆହତ ହୋଇଥିବା ଜଣାଯାଇଛି । ଆହତ ଦୁଇ ଜଣ ହେଲେ ଭେଜିପୁଟୁ ଗ୍ରାମର ବାବୁ ରାଓ (୩୧) ଓ ବାଲିପଦର ଗ୍ରାମର ଦିପୁ ପ୍ରଧାନ (୨୪)  । ଘଟଣାରୁ ପ୍ରକାଶ ଯେ , ଆଜି ସଂଧ୍ୟାରେ ବାବୁ ଓ ଦିପୁ ଅନ୍ଯମାନଙ୍କ ସହ ମିଶି ବି.କରଡ଼ାବାଡ଼ି ଗ୍ରାମର ଏକ ଭୋଜି କାର୍ଯ୍ୟରେ ଯୋଗ ଦେଇ ଫେରୁଥିବା ବେଳେ ଗୁଡିଆ ତୋଟା ଠାରେ ଭାରସାମ୍ୟ ହରାଇ ରାସ୍ତା କଡ ବିଲମାଳରେ ଓଲଟି ପଡିଥିଲା । ଦୁର୍ଘଟଣାରେ ବାବୁ ଓ ଦିପୁ ଆହତ ହୋଇଥିଲା ବେଳେ ସେ ଦୁହିଁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା  ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି । ପ୍ରକାଶ ଯୋଗ୍ୟ ଯେ , ସେହି ଗୁଡିଆ ତୋଟା ଠାରେ ହିଁ ଅନେକ ଦୁର୍ଘଟଣା ଘଟୁଥିବାର ପରିଲକ୍ଷିତ ହେଉଥିବା ଜଣାପଡ଼ିଛି ।

Leave A Reply