ବୁଗୁଡ଼ା-:ତା-୩୦-୧୨-୨୦୨୦ : ଗ୍ରାମାଞ୍ଚଳରେ ପ୍ରକୃତ ସାହିତ୍ୟିକ ଅବସ୍ଥାନ କରନ୍ତି ସେମାନଙ୍କୁ ଉଚିତ୍ ସମ୍ମାନ ମିଳୁନାହିଁ, କିନ୍ତୁ ଗବେଷଣା ମୁଳକ ଲେଖା ରଚନା କରି ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି। କିନ୍ତୁ ସେମାନଙ୍କୁ ସରକାରୀ ସ୍ତରରେ ଚିହ୍ନଟ କରି ପ୍ରୋତ୍ସାହନ ପ୍ରଦାନ କରାଯାଇ ପାରିନାହିଁ । ସେମାନଙ୍କୁ ଆବିଷ୍କାର କରି ଲୋକଲୋଚନକୁ ଆଣି ପାରିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ଗୈାରବ ବୃଦ୍ଧି ଘଟିବ ବୋଲି ବୁଗୁଡ଼ା ନିକଟସ୍ଥ ମାଣିତରା ବିଜ୍ଞାନ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ-“ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ଆୟୋଜିତ ୯୪ତମ ସାହିତ୍ୟ ଆସର ଓ ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ଅତିଥି ମତବ୍ୟକ୍ତ କରିଥିଲେ ।।
ପ୍ରତିଷ୍ଠାନର ସଭାପତି ଡ଼କ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଗବେଷକ ଶ୍ରୀରଙ୍ଗ ନାୟକ ଏବଂ ଡଃ.ବାୟାମନ୍ୟୁ ଚର୍ଚ୍ଚିଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ବିଶିଷ୍ଟ ଗବେଷକ ଡକ୍ଟର ପ୍ରଦିପ୍ତଚନ୍ଦ୍ର ସିଂହ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର,କବି ଅନନ୍ତକର, ଅଶୋକ ନନ୍ଦ, ଅନୀଲ କୁମାର ମହାରଣା,ଅନୁପ କୁମାର ପଣ୍ଡା, ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ,ରବି ପଲାଇ ,ଶ୍ରୀମତୀ ଭୁବନେଶ୍ୱରୀ ଖଟେଇ ଜିଲ୍ଲା ପରିଷଦ ମେମ୍ବର , ଶାନ୍ତିଲତା ନାୟକ ସରପଞ୍ଚ,ସମିତି ସଭ୍ୟ, ଯୋଗଦେଇ ଘୁମୁସର ର ଐତିହ୍ୟର ସମ୍ପର୍କରେ ଆଲୋଚନା କରିଥିଲେ।
ଦ୍ଵୀତୀୟ ଅଧିବେଶନର କବିତା ପାଠୋତ୍ସବରେ ଦିଲ୍ଲୀପ କୁମାର ଆଚାର୍ଯ୍ୟ ସଂଯୋଜନା କରିଥିବା ବେଳେ ସର୍ବଶ୍ରୀ ନେତାଜୀ ବିଷୋୟୀ। ,ବାଳକୃଷ୍ଣ ପଟ୍ଟନାୟକ, ଶୁରେଶ ଚନ୍ଦ୍ର ପାଢ଼ୀ,ବସନ୍ତ ବିଷୋୟୀ, କାର୍ତ୍ତିକଶ୍ବର ପ୍ରଧାନ, ଭାସ୍କର ରାଉତ,ଏ.ପ୍ରଶାନ୍ତ କମାର ଆଚାରୀ,ଜି.ରାଜେଶ୍ବର ପାତ୍ର, ରତ୍ନାକର ମହାରଣା,ଇ. ନୀଳନ୍ଚଳ ପାତ୍ର,ମାଣିତରା କଲେଜ ଓଡ଼ିଆ ଅଧ୍ୟାପକ, ରାଜେନ୍ଦ୍ର ପଣ୍ଡା, ପ୍ରମୁଖ ପଚାଶରୁ ଉର୍ଦ୍ଧ୍ବ କବି କବିତା ପାଠ କରିଥିଲେ। ଶେଷରେ ଖଲି ପରିଡା ଉପସଂହାର ବକ୍ତବ୍ୟ ପ୍ରଦାନ କରିଥିଲେ ।।