Odisha news

ପ୍ରବାସୀ ମାନଙ୍କୁ ବାହାନ ଯୋଗାଇ ଦେବାକୁ ସୀମାନ୍ତରେ ଦଲାଲ ସକ୍ରିୟ : ପଶୁଙ୍କ ଭଳି ବୁହା ହେଉଛନ୍ତି ମଣିଷ, ବଦଳରେ ମୋଟା ଅଙ୍କର ଟଙ୍କା ଆଦାୟ କରୁଛନ୍ତି ମଧ୍ୟସ୍ଥି (

0

ବେତନଟୀ, ୧୨/୫ : କରୋନା ମହାମାରୀ ସାଧାରଣ ମଣିଷକୁ ଏପରି ସ୍ଥିତିରେ ପହଞ୍ଚାଇ ଦେବ ଏକଥା କେହି ହେଲେ ଚିନ୍ତା କରି ନଥିଲେ । ଯେତେବେଳେ ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ, ଆନ୍ଧପ୍ରଦେଶ ଓ କେରଳକୁ ଯାଉ କାମ ପାଇଁ ଯାଉ ଥିଲେ ସେତେବେଳେ ଏହି ଲୋକ ମାନଙ୍କର ଛଇଛାଟ କିଛି ଅଲଗା ଥିଲା । କରୋନା ପ୍ରତିବନ୍ଧକ ପରେ ଏହି ପ୍ରବାସୀ ମାନଙ୍କର ସମସ୍ତ ଛଇଛାଟ ମରି ଯାଇଛି ଏବେ ଏମାନଙ୍କ ମଧ୍ୟରେ ଗୋଟିଏ କଥା କୌଣସି ମତେ ଘରେ ପହଞ୍ଚିବେ ଓ ପରିବାର ଲୋକଙ୍କୁ ଦେଖିବେ ।

ପ୍ରତ୍ୟେକ ଦିନ ଚାଲିଚାଲି, ସାଇକେଲରେ ବା କୌଣସି ଗାଡିରେ ଲୁଚିଛପି, ମାଲବାହୀ ଟ୍ରକ ଉପରେ ବସି ଶହ ଶହ ଲୋକ ମୟୂରଭଞ୍ଜ ସୀମାନ୍ତ କଳମାରେ ପହଞ୍ଚୁଛନ୍ତି ଓ ୧୮ ନମ୍ବର ଜାତୀୟ ରାଜପଥ ଦେଇ ଝାଡଖଣ୍ଡ ଓ ପଶ୍ଚିମବଙ୍ଗକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରେ କେତେକ ମୟୂରଭଞ୍ଜ ଜିଲ୍ଲାର ଅଧୀବାସୀ ମଧ୍ୟ ଅଛନ୍ତି ସେମାନେ ମଧ୍ୟ ନିଜ ନିଜ ଘରକୁ ଯାଉଛନ୍ତି । ଏମାନଙ୍କର ସଠିକ ସଂଖ୍ୟା ଓ କିଏ କେଉଁଠୁ ଆସୁଛି ସେନେଇ ତଥ୍ୟ ସଂଗ୍ରହ କରିବା ପ୍ରଶାସନ ଓ ପୋଲିସ ପକ୍ଷରେ କଷ୍ଟକର ବ୍ୟବସାୟ ହୋଇ ପଡିଛି । ଖାଦ୍ୟପେୟର ଅଭାବ, ଦୀର୍ଘ ଦିନର ଅକ୍ଳାନ୍ତ ପରିଶ୍ରମ ଓ ପ୍ରବଳ ଗରମ ଓ ଗୁଳୁଗୁଳି ହେତୁ ଏମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡିଛି ।

ଦୁସ୍ଥ ଲୋକଙ୍କର ଅବସ୍ଥାରୁ ଫାଇଦା ଉଠାଉଛନ୍ତି କେତେକ ଦଲାଲ ଓ ମଧ୍ୟସ୍ଥି । ଝାଡଖଣ୍ଡ ଓ ପଶ୍ଚିମବଙ୍ଗକୁ ଫେରୁ ଥିବା ଗାଡି, ଟ୍ରଲର, ଖାଦ୍ୟଦ୍ରବ୍ୟ ନେଇ ଯାଉ ଥିବା ଟ୍ରକ ଓ ଟ୍ରଲର ଡ୍ରାଇଭର ସହିତ ଯୋଗାଯୋଗ କରି ଏମାନେ ଏହି ଦୁସ୍ଥ ପ୍ରବାସୀ ମାନଙ୍କୁ ଗାଡିରେ ଯିବାର ବନେ୍ଦାବସ୍ତ କରିବାରେ ଲାଗିଲେଣି । ସେଥିରେ ମଧ୍ୟ ମୋଟା ଅଙ୍କର ଆୟ ହେଉଛି । ଅନ୍ୟ ପକ୍ଷରେ ଦୀର୍ଘ ଦିନ ଚାଲି ଚାଲି, ଏଣେତେଣେ ଧକା ଖାଇ ନୟାନ୍ତ ହୋଇ ଥିବା ଏହି ପ୍ରବାସୀ ମାନେ ଅନ୍ୟ ଉପାୟ ନପାଇ ଶେଷରେ ଏମାନଙ୍କ ପ୍ରଲୋଭନର ଶିକାର ହୋଇ ଗାଡିରେ ଯିବା ପାଇଁ ରାଜି ହେଉଛନ୍ତି ।

ଏମିତିକି ଗୋଟିଏ ଗୋଟିଏ ଟ୍ରକରେ ଗୋରୁଗାଈ, ଛେଳିମେଣ୍ଢାଙ୍କ ଭଳି ଲଦାଲଦି ହୋଇ ଏମାନଙ୍କୁ ପରିବହନ କରା ଯାଉଛି । ଏହା ବ୍ୟତୀତ ଏମାନେ ଜିଲ୍ଲା ମଧ୍ୟକୁ ପଶିବା ପରେ କେଉଁଠି ଉହ୍ଲାଉଛନ୍ତି, କଣ କରୁଛନ୍ତି ତାକୁ ଦେଖିବାକୁ କେହି ନାହିଁ । ଏମାନଙ୍କ ମଧ୍ୟରେ ଯଦି ସଂକ୍ରମତେବେ ଏମାନଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିବାର ପୋଲିସ ଓ ପ୍ରଶାସନର ଦାୟୀତ୍ୱ ରହିବା ଦରକାର । କାରଣ ଏମାନେ ଏପରି ହୁଗୁଳା ବ୍ୟବସ୍ଥାରେ ପରିବହନ କରାଯିବା ମୟୂରଭଞ୍ଜକୁ ଅଧିକ ବିପଦ ଆଣିବ ଏନେଇ ଆଶଙ୍କା ପ୍ରକାଶ ପାଉଛି । ମୟୂରଭଞ୍ଜ ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

IEC 2 years
Leave A Reply