Odisha news

କରୋନା ଲଢ଼େଇରେ ସାମିଲ ବନ ସୁରକ୍ଷା ସମିତି ବର୍ତ୍ତନା ସଂରକ୍ଷିତ ଜଙ୍ଗଲ ପରିଚାଳନା କମିଟୀ ଓ ସବୁଜ ବନାନୀ ଜଙ୍ଗଲ କମିଟୀର ସମାନ୍ତରାଳ ରକ୍ତଦାନ ଶିବିର

0

ବେତନଟୀ, ୧୨/୫ : କରୋନା ପ୍ରତିବନ୍ଧକ ସମୟରେ ମାନବ ସମାଜକୁ ବ୍ୟାପକ କଠିନତାର ସମ୍ମୁଖୀନ ହେବାକୁ ପଡୁଛି । ଜୀବନ ଜୀବିକା ସବୁ କିଛି ପ୍ରଭାବିତ ହୋଇଛି । ସଂପ୍ରତି କରୋନା ପ୍ରତିବନ୍ଧକ ହେତୁ ଓଡିଶା ରକ୍ତ ଭଣ୍ଡାର ଗୁଡିକରେ ବ୍ୟାପକ ରକ୍ତର ଅଭାବ ଦେଖା ଯାଇଛି । ତେବେ ଏହାକୁ ମୁକାବିଲା କରିବାକୁ ବୈଶିଙ୍ଗା ଥାନା ଅଧୀନ ବର୍ତ୍ତନାର ସଂରକ୍ଷିତ ଜଙ୍ଗଲ ପରିଚାଳନା କମିଟୀ ଓ ସବୁଜ ବନାନୀ ଜଙ୍ଗଲ କମିଟୀ ତରଫରୁ ଦୁଇଟି ସମାନ୍ତରାଳ ରକ୍ତଦାନ ଶିବିର ଆୟୋଜନ କରା ଯାଇ ଥିଲା ।

ଏହି ରକ୍ତଦାନ ଶିବିରରେ ବେତନଟୀ ରେଞ୍ଜର ବନ କର୍ମଚାରୀ, ଜଙ୍ଗଲ କମିଟୀର ମହିଳା ସଦସ୍ୟା ମାନେ ରକ୍ତଦାନ କରି କରୋନା ଲଢ଼େଇରେ ସାମିଲ ହୋଇଛନ୍ତି । ଉଭୟ କମିଟୀର ଏହି ଅତୁଳନୀୟ ଅବଦାନ ପାଇଁ ସେମାନଙ୍କୁ ପରିବେଶବିତ ମାନେ ପ୍ରଶଂସା କରିଛନ୍ତି । ସଂରକ୍ଷିତ ଜଙ୍ଗର ପରିଚାଳନା କମିଟୀ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିରକୁ ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାନଟ କରି ଥିଲେ ।

ସେହିପରି ସବୁଜ ବନାନୀ ଜଙ୍ଗଲ କମିଟୀ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିରକୁ ଉଭୟ କମିଟୀର ଉପଦେଷ୍ଟା ବଳରାମ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରି ଥିଲେ । ସଭାପତି ବୁଧୁରାମ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିିିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଓଡିଶା ରକ୍ତ ଭଣ୍ଡାର ବାରିପଦା ଶାଖାର ଡା. ସୌମ୍ୟରଞ୍ଜନ ନାୟକ, ସ୍ଥାନୀୟ ଡା. ସାଗର ସାହୁ, ବେତନଟୀ ବନପାଳ ସୁଶାନ୍ତ କୁମାର ବାଗ, ବୈଶିଙ୍ଗା ବନପାଳ ହିମାଂଶୁ ଶେଖର ମହାନ୍ତ, ବଡାମପୁର ବନପାଳ ଶିରିଶ କୁମାର ଦଳେଇ, ଜାଇକାର ସଂଯୋଜକ ନିହାର ରଞ୍ଜନ ସାମଲ, ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସଭାପତି ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି କାର୍ତ୍ତିକ ବିଶ୍ୱାଳ, ସହସମ୍ପାଦକ ଆଶିଷ କୁମାର ଦାସ, ରତିକାନ୍ତ ବେହୁରା, ବିଜୟ କୁମାର ସାହୁ, ମେରଦାର ପୂର୍ବତନ ସରପଞ୍ଚ ଶ୍ରୀକାନ୍ତ ସାହୁ, ଅନନ୍ତ ଭୋଈ ପ୍ରମୁଖ ଯୋଗ ଦେଇ ଥିଲେ ।

ସମ୍ପାଦକ ପ୍ରଭାତ ସେଠୀ ବିବରଣୀ ପାଠ କରିବା ସହିତ ସଂପ୍ରତି କରୋନାର ବିଭିଷିକା ଓ ସାମାଜିକ ଦୂରତା ବାବଦରେ ଲୋକ ମାନଙ୍କୁ ଅବଗତ କରାଇ ଥିଲେ । ଛାତ୍ରୀ ଲକ୍ଷ୍ମୀପ୍ରିୟା ପୃଷ୍ଟି କରୋନା ଉପରେ ପ୍ରସ୍ତୁତ ଏକ ସଙ୍ଗୀତରେ ରକ୍ତଦାତା ମାନେ ମନ୍ତ୍ରମୁଗ୍ଧ ହୋଇ ପଡି ଥିଲେ । ଶିବିରକୁ ପରିଚାଳନା କରିବାରେ ନିଶାମଣୀ ସିଂ, ରଘୁନାଥ ପ୍ରଧାନ, ରଘୁନାଥ ସାହୁ, ପୁରୁଷୋତ୍ତମ ସାହୁ, ଭଗବାନ ସାହୁ, ଶମ୍ଭୁନାଥ ସାହୁ, ନନ୍ଦକିଶୋର ସେଠୀ, ପାଇକ ସିଂ, ଲୀଳାବତୀ ମାଝୀ, ଗୋବିନ୍ଦ ହେମ୍ବ୍ରମ, ଘନଶ୍ୟାମ ସ୍ୱାଇଁ, ପୂନେଶ୍ୱରୀ ମାଝୀ ପ୍ରମୁଖ ସହଯୋଗ କରି ଥିଲେ ।

ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ଉଭୟ ଶିବିରରେ ସ୍ୱେଚ୍ଛାକୃତ ଭାବେ ବାବୁଲା ସିଂ, ବୁଦ୍ଧିଆ ସିଂ, ଜଗଦୀଶ ବିନ୍ଧାଣୀ, ମାଧବ କୁମାର ସିଂ, ପ୍ରଦୀପ ସିଂ, ସୁଶାନ୍ତ କୁମାର ବାଗ, ଭଗବାନ ସିଂ, ତପନ କୁମାର ପାତ୍ର, ପାନେଶ୍ୱରୀ ମାଝୀ, ମିଲନ ସିଂ, ସୁରେଶ କୁମାର ଦଳେଇ, ରାଜା ସେଠୀ, ପଙ୍କଜ କୁମାର ବାରିକ, କାବେରୀ ସେଠୀ, ମଙ୍ଗଲ ସିଂ, ଇନ୍ଦ୍ରଜିତ ସାହୁ, ନନ୍ଦକିଶୋର ସିଂ, ଗଣେଶ୍ୱର ଭୋଈ, ଆଶିଷ ଧରମହାପାତ୍ର, ପାଇକ ସିଂ, ଜୟନ୍ତୀ ପୃଷ୍ଟି, ରଜତ କୁମାର ସାହୁ, ସରସ୍ୱତୀ ମାଝୀ, ସନାତନ ସାହୁ, ଗୋବିନ୍ଦ ମାଝୀ, ଦେବାଶିଷ ଧର ମହାପାତ୍ର ଓ ସହଯୋଗୀ ମାନେ ରକ୍ତଦାନ କରି ଶିବିର ଗୁଡିକ ସଫଳ କରି ଥିଲେ । ଏହି ଶିବିରରୁ ଓଡିଶା ରକ୍ତ ଭଣ୍ଡାରର ବାରିପଦା ଶାଖାର ପୁଣ୍ଡରୀକାକ୍ଷ୍ୟ ଦାସ, ପ୍ରଫୁଲ୍ଲ ମାଝୀ, ସବିତା ରାଣୀ ଶେଜପଡା, ଧୀରେନ ମୁଖି ପ୍ରମୁଖ ରକ୍ତ ସଂଗ୍ରହ କରି ଥିଲେ

Leave A Reply