ବାସୁଦେବପୁର,୧୨/୫(Basudev Tripathy.) ଅଦୃଶ୍ୟ ଶକ୍ତି କରୋନା ଭୂତାଣୁ ସହିତ ଲଢେଇ କରୁଥିବା କରୋନା ଯୋଦ୍ଧା ପୋଲିସ,ଡାକ୍ତର ଓ ସାମ୍ବାଦିକମାନଙ୍କୁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ବାସୁଦେବପୁର ଗ୍ରସ୍ତକରି ସମ୍ବର୍ଦ୍ଧିତ କରିଛନ୍ତି । ବାସୁଦେବପୁର ନୀଳମଣୀ ଟାଉନ୍ ହଲ ଆଗରେ ବାସୁଦେବପୁରର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ମାସ୍କ,ସାନିଟାଇଜର,ହେଡ୍ କ୍ୟାପ.ଗ୍ଲୋବସ୍ ପ୍ରଦାନ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ । ସାଂସଦଙ୍କ ସହିତ ଧାମନଗର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ସାଂସଦଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି,ବିଜେଡି ଜିଲ୍ଲା ଉପସଭାପତି ଦେବଦର୍ଶନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
ସାଂସଦ ମଞ୍ଜୁଲତା ମଣ୍ଡଳ ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି କରୋନା ଯୋଦ୍ଧାର ମୁଖ୍ୟ ସାରଥି ସାଜିଥିବା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟକର୍ମଚାରୀ ଓ ଭାରପ୍ରାପ୍ତ ଅଧିକାରୀ ଶିଶୁରୋଗ ବିଶେଜ୍ଞ ଡାକ୍ତର ସୁଶାନ୍ତ କୁମାର ସାମନ୍ତଙ୍କ ସମେତ ଡାକ୍ତରଙ୍କୁ ପିପି କିଟିସ୍ (ଗାଉନ୍,ମାସ୍କ,ସାନିଟାଇଜର,ହେଡ୍ କ୍ୟାପ.ଗ୍ଲୋବସ୍ ) ପ୍ରଦାନ କରିଥିଲେ । କରୋନା ଯୋଦ୍ଧାର ଅନ୍ୟତମ ସାରଥି ଆରକ୍ଷୀ ବାହିନୀଙ୍କୁ ବାସୁଦେବପୁର ଥାନା ପରିସର ମଧ୍ୟରେ ସାଂସଦ ଶ୍ରୀମତୀ ମଣ୍ଡଳ ପହଞ୍ଚି ଆୟୋଜିତ ସଚେତନତା ସଭାରେ ବାସୁଦେବପୁର ଥାନାର ଇନ୍ସପେକଫର ମଧୁମିତା ମହାନ୍ତି,ଏସଆଇ ବିଶ୍ୱଜିତ ସିଂ,ଏସଆଇ ବି.ପଣ୍ଡା,ଏସଆଇ ଡି ଖିଲାର,ଏସ.ଏସଆଇ ସାହୁଙ୍କୁ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବାରୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ସମସ୍ତ ଆରକ୍ଷୀ କର୍ମଚାରୀଙ୍କୁ ମାସ୍କ,ସାନିଟାଇଜର,ହେଡ୍ କ୍ୟାପ.ଗ୍ଲୋବସ୍ ପ୍ରଦାନ କରି କରୋନାକୁ ମୁକାବିଲା କରିବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ ଭଦ୍ରକ ସାଂସଦ । ବ୍ଲକ ଓ ପୌରପାଳିକାର କାର୍ଯ୍ୟାଳୟ ପରିସର ମଧ୍ୟରେ ସାଂସଦ ଶ୍ରୀମତୀ ମଣ୍ଡଳ କର୍ମଚାରୀଙ୍କୁ ମାସ୍କ,ସାନିଟାଇଜର,ହେଡ୍ କ୍ୟାପ ବଣ୍ଟନ କରିଥିଲେ । ବିଡିଓ ପ୍ରଣବ କୁମାର ବେହେରା,ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ କୁମାର ଜେନାଙ୍କ ସମେତ କର୍ମଚାରୀ ଓ ସିଡିପିଓ ଜାନକୀ ଦାସ,ସୁପରଭାଇଜର ଶାନ୍ତିଲତା ବେହେରା,ଶ୍ରୀମତୀ ଦାସ,ଭାରତୀ ନାୟକ,ଜୟନ୍ତୀ ରାଉତ ଓ ଅନିତାରାଣୀ ବାରିକ ଓ ଅଙ୍ଗନଓ୍ୱାଡି କର୍ମଚାରୀମାନଙ୍କୁ ବଣ୍ଟନ କରିଥିଲେ ।