ଆଜିର ବିଜି ଲାଇଫ ରେ ଆମେ ସାଧାରଣ ଭାବରେ ବିଭିନ୍ନ ରୋଗ ଦ୍ୱାରା ଆକ୍ରାନ୍ତ ହେଉଚୁ l ଯାହାର ମୁଖ୍ୟ କାରଣ ରହିଛି ନିଜକୁ ନିଜେ ଅବହେଳା କରିବା ଏବଂ ନିଜ ଦିନ ଚର୍ଯ୍ୟା କୁ ଠିକ ଭାବରେ ନକରିବା l ଏହାର ସବୁଠୁ ବଡ଼ କାରଣ ହେଉଛି ରାତିରେ ଡେରିରେ ଶୋଇବା ଓ ସକାଳୁ ଡେରିରେ ଉଠି ତରବରିଆ ଭାବରେ ନିଜ ଦିନ ଚର୍ଯ୍ୟା କରିବା l ଏବଂ ଏହି ତରବରିଆ ଜୀବନ ଚର୍ଯ୍ୟା ରେ ଆମେ ଭୁଲି ଯାଇଥାଉ ସକାଳ ର ଜଳଖିଆ ଖାଇବା ପାଇଁ ନଚେତ ଅବହେଳା ବଶତଃ ଖାଇ ନଥାଉ l
ସକାଳ ଜଳଖିଆ ହେଉଛି ଦିନ ସାରା ର ସବୁଠୁ ଗୁରୁତ୍ୱପୂର୍ଣ ଭୋଜନ ଆମ ପାଇଁ l ଆମେ ରାତ୍ରି ଭୋଜନ ଓ ସକାଳ ଜଳଖିଆ ମଧ୍ୟରେ ଦୀର୍ଘ ସମୟ ଗ୍ୟାପ ରହିଯାଏ, ଯାହାକି ଶରୀର ପାଇଁ ଅନେକ ରୋଗ ଟାଣି ଆଣିଥାଏ l ଅନେକ ଗୁଡିଏ ରିସର୍ଚ୍ଚ ରୁ ଏହା ସାମ୍ନାକୁ ଆସିଛି ଯେ ଯେଉଁ ଲୋକମାନେ ସକାଳର ଜଳଖିଆ ଖାଇବା ଅବହେଳା କରନ୍ତି, ଗମ୍ଭୀର ରୋଗରେ ପୀଡିତ ହୁଅନ୍ତି l
– ଗୋଟିଏ ରିପୋର୍ଟ ଅନୁସାରେ ସକାଳର ଜଳଖିଆ ନଖାଇବା ଦ୍ୱାରା ଉଭୟ ପୁରୁଷ ଓ ମହିଳା ମାନଙ୍କ ନିକଟରେ ଟାଇପ 2 ମଧୁମେହ ସମସ୍ୟା ଅଧିକ ବଢ଼ିଯାଇ ଥାଏ l କାହିଁକି ନ ଜଳଖିଆ ଛାଡିବା ଦ୍ୱାରା ବ୍ଲଡ଼ ରେ ସୁଗାର ର ମାତ୍ରା ବଢ଼ିଯାଇ ଥାଏ l ଯେଉଁ କାରଣରୁ ମଧୁମେହ ବୃଦ୍ଧି ହୋଇଥାଏ l
– କିଛି ଲୋକଙ୍କର ଧାରଣା ରହିଛି ସକାଳ ଜଳଖିଆ ସ୍କିପ କରିବା ଦ୍ୱାରା ଓଜନ ନିୟନ୍ତ୍ରିତ ହୋଇଥାଏ l କିନ୍ତୁ ଗୋଟିଏ ରିସର୍ଚ୍ଚ ଅନୁସାରେ ଯେଉଁମାନେ ସକାଳ ଜଳଖିଆ ଖାଇ ନଥାଆନ୍ତି ସେମାନେ ଲଞ୍ଚ ଓ ଡିନର ରେ ଅଧିକ ଭୋଜନ ଗ୍ରହଣ କରି ଥାଆନ୍ତି ଯାହାକି ଓଜନ ବୃଦ୍ଧି କରିଥାଏ l
– ସକାଳୁ ଜଳଖିଆ ନଖାଇବା ଦ୍ୱାରା ମେଟାବୋଲିଯିମ ପ୍ରଭାବିତ ହୋଇଥାଏ l ମେଟାବୋଲିଯିମ କୁ ବଢାଇବା ପାଇଁ ଜଳଖିଆ ରେ ଭିଟାମିନ ସି ଯୁକ୍ତ ଭୋଜନ , ଫାଇବର ଯୁକ୍ତ ଭୋଜନ କରିବା ଆବଶ୍ୟକ l
– ଯେଉଁ ଲୋକ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉପବାସ ରହି ଥାଆନ୍ତି , ସେମାନଙ୍କୁ ଖୁବ ଶୀଘ୍ର କ୍ରୋଧ ଆସିଥାଏ l ଏବଂ ମସ୍ତିଷ୍କ ର ଶକ୍ତି ମଧ୍ୟ ବାଧାପ୍ରାପ୍ତ ହୋଇଥାଏ l ତେଣୁ ସକାଳ ଜଳଖିଆ ଶରୀର ପାଇଁ ନିହାତି ଜରୁରୀ l