Odisha news

ଆଜି ହେଉଛି ରବିବାର ଓ ବର୍ଷର ପ୍ରଥମ ଏକାଦଶୀ , ଶ୍ରୀହରୀ ଓ ସୂର୍ଯ୍ୟ ଦେବଙ୍କ କୃପା ପାଇବା ପାଇଁ ଘରକୁ ଆଣନ୍ତୁ ଏହି ଗୋଟିଏ ଜିନିଷ

0

ହିନ୍ଦୁ ଧର୍ମ ରେ ଏକାଦଶୀ ବ୍ରତର ଅନେକ ମହତ୍ୱ ରହିଛି l ବର୍ଷକୁ ସମୁଦାୟ ୨୪ ଟି ଏକାଦଶୀ ପଡିଥାଏ l ବର୍ଷର ପ୍ରଥମ ଏକାଦଶୀ ରବିବାର ଜାନୁଆରୀ ୭ ତାରିଖ ରବିବାର ଦିନ ପାଳିତ ହେବ l ପଉସ ମାସର ଏକାଦଶୀ କୁ ସଫଳ ଏକାଦଶୀ କୁହାଯାଇ ଥାଏ l ମାନ୍ୟତା ରହିଛି ଯେ ସଫଳ ଏକାଦଶୀ ବ୍ରତ ରଖିବା ଦ୍ୱାରା ସମସ୍ତ କାର୍ଯ୍ୟ ରେ ସଫଳତା ମିଳିଥାଏ l ଶାସ୍ତ୍ର ଅନୁସାରେ ସଫଳ ଏକାଦଶୀ ଦିନ ଶ୍ରୀହରୀ ବିଷ୍ଣୁ ଙ୍କ ର କିଛିଟା ଜିନିଷ ଘରକୁ ଆଣିବା ଦ୍ୱାରା ସମସ୍ତ କାର୍ଯ୍ୟ ରେ ସଫଳତା ପ୍ରାପ୍ତି ହୋଇଥାଏ l ଏବଂ ଜୀବନ ର ସମସ୍ତ ସମସ୍ୟା ଦୂର ହୋଇଥାଏ l ଆଜି ଆସନ୍ତୁ ଜାଣିବା ସଫଳ ଏକାଦଶୀ ରେ କେଉଁସବୁ ଜିନିଷ କୁ ଘରକୁ ଆଣିବା ଜରୁରୀ l

* ସଫଳ ଏକାଦଶୀ ରେ ଘରକୁ କାମଧେନୁ ଗାଈ ର ମୂର୍ତ୍ତି ଘରକୁ ଆଣିବା ଖୁବ ଶୁଭ l ଏହାଦ୍ୱାରା ଗୃହ ରେ ସୁଖ ସମୃଦ୍ଧି ବାସ କରିଥାଏ l

* ଏକାଦଶୀ ଦିନ ଘରକୁ ଧଳା ହାତୀ ର ମୂର୍ତ୍ତି ଯୁଗଳ ଆଣନ୍ତୁ l ଏହା ଶାନ୍ତି ର ପ୍ରତିକ ଏହାଦ୍ୱାରା ଗୃହ କ୍ଳେଶ ଦୂର ହୋଇଥାଏ l

* ଏକାଦଶୀ ଦିନ ଘରକୁ ତୁଳସୀ ଗଛ ଆଣିବା ଶୁଭ ହୋଇଥାଏ l ତୁଳସୀ ହେଉଛନ୍ତି ମାଲକ୍ଷ୍ମୀ ଙ୍କ ରୂପ l ଏକାଦଶୀ ରେ ତୁଳସୀ ବୃକ୍ଷ ନିକଟରେ ଘିଅ ଦୀପ ଜଳାଇବା ଖୁବ ଶୁଭ ଅଟେ l ଏହାଦ୍ୱାରା ଜୀବନ ର ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ l

* ସଫଳା ଏକାଦଶୀ ରେ ଘରକୁ ମୋତୀ ଆଣିବା ଖୁବ ଶୁଭ ହୋଇଥାଏ l ଏହାଦ୍ୱାରା ଘରର ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ –

* ଆଜି ଏକାଦଶୀ ସହିତ ରବିବାର ତେଣୁ ଘରର ମୁଖ୍ୟ ଦ୍ୱାରରେ ତମ୍ବା ର ସୂର୍ଯ୍ୟ ଙ୍କ ମୂର୍ତ୍ତି ଲଗାନ୍ତୁ l ଏହାଦ୍ୱାରା ବର୍ଷ ସାରା ସମସ୍ତ ବିଘ୍ନ ଦୂରେଇ ରହିବ l ଏବଂ ଜୀବନ ସୁଖମୟ ହେବ l

Leave A Reply