ମହିଳା ମାନଙ୍କ ନିକଟରେ ବ୍ରେଷ୍ଟ କ୍ୟାନ୍ସର ଖୁବ ସାଧାରଣ ଅଟେ, ଏହା ସେତେବେଳେ ହୋଇଥାଏ ଯେତେବେଳେ ସେଲସ ଆବଶ୍ୟକତା ଠାରୁ ଅଧିକ ବଢି ଯାଇଥାଏ , ସେତେବେଳେ ତାହା ଟ୍ୟୁମର ର କାରଣ ହୋଇଥାଏ l ପୁରୁଷ ମାନଙ୍କ ନିକଟରେ ମଧ୍ୟ ଏଭଳି ଲକ୍ଷଣ ଦେଖିବାକୁ ମିଳିଥାଏ l ମହିଳାଙ୍କ ନିକଟରେ ବ୍ରେଷ୍ଟ କ୍ୟାନ୍ସର ଗୋଟିଏ ସାଧାରଣ କଥା , କିନ୍ତୁ କଣ ଆପଣ ଜାଣିଛନ୍ତି ପୁରୁଷ ମାନଙ୍କ ନିକଟରେ ମଧ୍ୟ ବ୍ରେଷ୍ଟ କ୍ୟାନ୍ସର ର ବିପଦ ଦେଖା ଯାଇଥାଏ l
୨୦୨୨ରେ ପୁରୁଷ ମାନଙ୍କ ନିକଟରେ ବ୍ରେଷ୍ଟ କ୍ୟାନ୍ସର ଗୋଟିଏ ମାମଲା ସାମ୍ନାକୁ ଆସିଥିଲା, ୨୦୨୩ ରେ ୩ରୁ ୪ଟି ମାମଲା ସାମ୍ନାକୁ ଆସିଥିଲା l କିନ୍ତୁ ୨୦୨୪ ରେ ଏହା ବୃଦ୍ଧି ହୋଇ ୧୫ ପହଂଚି ଯାଇଛି l ଯଦି ମହିଳା ମାନଙ୍କ ସହିତ ତୁଳନା କରିବା ତେବେ ଏହା ପୁରୁଷ ମାନଙ୍କ ନିକଟରେ କମ ଦେଖିବାକୁ ମିଳିଥାଏ l
ପୁରୁଷ ମାନଙ୍କ ନିକଟରେ ବ୍ରେଷ୍ଟ କ୍ୟାନ୍ସର ର ଲକ୍ଷଣ –
– ପୁରୁଷ ମାନଙ୍କ ନିକଟରେ ବ୍ରେଷ୍ଟ କ୍ୟାନ୍ସର ଖୁବ ଦୁର୍ଲଭ ଅଟେ, ବ୍ରେଷ୍ଟ କ୍ୟାନ୍ସର ସେତେବେଳେ ହୋଇଥାଏ ଯେତେବେଳେ ବ୍ରେଷ୍ଟ ରେ ସେଲସ ଅନିୟନ୍ତ୍ରିତ ଭାବରେ ବଢିଥାଏ l ପୁରୁଷ ମାନଙ୍କ ନିକଟରେ ଦୁଗ୍ଧ ଉତ୍ପନ କରୁଥିବା ଗ୍ଲାଣ୍ଡ ନଥାଏ l କିନ୍ତୁ ସେମାନଙ୍କ ନିକଟରେ ବ୍ରେଷ୍ଟ ସେଲସ ରହିଥାଏ l ଯାହାକି କ୍ୟାନ୍ସର ର କାରଣ ହୋଇଥାଏ l
– ବ୍ରେଷ୍ଟ ରେ କିଛି ଗେଟା ଦେଖାଯିବା
– ନିପଲ ରୁ ରକ୍ତସ୍ରାବ ହେବା
– ବ୍ରେଷ୍ଟ ର ସେଲସ ମୋଟା ହୋଇଯିବା
– ନିପଲ ର ଆକାର ବଦଳିଯିବା
– ଲିମ୍ଫ ରେ ନୋଡଶ ସୃଷ୍ଟି ହୋଇଥାଏ
– ସ୍କିନ କିମ୍ବା ତ୍ୱଚା ରେ ଘା
କେଉଁ କାରଣରୁ ହୋଇଥାଏ ପୁରୁଷଙ୍କୁ ବ୍ରେଷ୍ଟ କ୍ୟାନ୍ସର –
– ମଦ୍ୟପାନ
– ଅଧିକ ଓଜନ ବୃଦ୍ଧି
– ଶାରୀରିକ ଗତିବିଧି ର କମି
– ଅଧିକ ଆମିଷ ଭକ୍ଷଣ
