ବୋରିଗୁମ୍ମା: ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମୁଡା ଗ୍ରାମରେ ଅଗ୍ନିକାଣ୍ଡ ଘଟି ପୋଷ୍ଟ ଅଫିସ ସହ ତିନି ବଖରା ପୋଡି ଯାଇଛି। ଗତକାଲି ରାତି ୧୨.୩୦ ରେ କୌଣସି କାରଣରୁ ଗୁମୁଡା ଗ୍ରାମର କୁଡୁମ ସାହି ରେ ଅଗ୍ନିକାଣ୍ଡ ଘଟିଥିଲା। କୁଡୁମ ସାହିର ବୃନ୍ଦାବନ ନାୟକ ଙ୍କ ଘରର ଦୁଇ ବଖରା ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା। ସେହି ଦୁଇଟି ବଖରା ରେ ପୋଷ୍ଟ ଅଫିସ ଚାଲୁଥିଲା। ଅଗ୍ନିକାଣ୍ଡ ରେ ଆବଶ୍ୟକୀୟ ଜିନିଷ ନଷ୍ଟ ହୋଇଥିବା ଜଣାଯାଇଛି। ବୋରିଗୁମ୍ମା ଅଗ୍ନିଶମ ବହିନୀ ତୁରନ୍ତ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ରେ ଦୁଇ ଲକ୍ଷ ଟଙ୍କା ର କ୍ଷୟକ୍ଷତି ହୋଇଥିବା ଜଣାଯାଇଛି। ଅଗ୍ନିକାଣ୍ଡ ରେ କୁଡୁମ ସାହି ର କିଶୋର ଚନ୍ଦ୍ର ନାୟକ ନ୍କ ଗୋଟିଏ ବଖରା ପୋଡ଼ିଛି। ସକାଳୁ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ପହଂଚି କ୍ଷୟକ୍ଷତି ର ଆକଳନ କରିଛନ୍ତି। ପ୍ରଶାସନ ତରଫରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଇଛି।