Odisha news

ଅନାସ୍ଥାରେ ହାରିଲେ ଏନଏସି ଅଧକ୍ଷା ମମତା ବେହେରା

0

ବାଲିଗୁଡା,:ବାଲିଗୁଡା ଏନଏସି ଅଧକ୍ଷା ମମତା ବେହେରାଙ୍କ ପଦବି ଅନାସ୍ଥା ଭୋଟରେ ହରାଇଲେ । ଆଜି ଦିବା ୧୧ଟାରେ ଏନଏସି କାର୍ଯ୍ୟାଳୟ ପରିସରରେ ନିର୍ବାଚନ ଅଧିକାରୀ ଭାବେ ବାଲିଗୁଡା ଉପଜିଲ୍ଲାପାଳ ଦେବେନ୍ଦ୍ର ନନ୍ଦଙ୍କ ଉପସ୍ଥିତିରେ ହୋଇଥିଲା ଅନାସ୍ଥା ପ୍ରସ୍ତାବକୁ ନେଇ ଭୋଟ ଏଥିରେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଢଙ୍ଗି,ଅତିରିକ୍ତ ଜିଲ୍ଲାପାଳ ହଳଧର ନାୟକ ଓ ବରିଷ୍ଠ କିରାଣି ଅରୁଣ କୁମାର ରାଉତ ଉପସ୍ଥିତଥିଲେ । ଏଥିରେ ବାଲିଗୁଡା ଏନଏସିର ୧୩ କାଉଁସିଲର ମଧ୍ୟରୁ ଉପସ୍ଥିତ ଥିଲେ ୧୧ ଜଣ କାଉଁସିଲର ।

ଏହି କାଉଁସିଲର ମାନେ ଅଧକ୍ଷା ପଦବୀ ପାଇଁ ଦେଇଥିଲେ ଭୋଟ । ଭୋଟ ବାକ୍ସରେ ପଡିଥିଲା ୧୧ ଜଣ କାଉଁସିଲରଙ୍କ ଭୋଟ । ଭୋଟ ବାକ୍ସ ଖୋଲି ଦେଖିବା ବେଳେ ୧୧ ଜଣ କାଉଁସିଲର ଅଧକ୍ଷା ମମତା ବେହେରାଙ୍କ ବିପକ୍ଷରେ ପଡିଥିଲା ଭୋଟ । ଗୋଟିଏବି ଭୋଟ ଅଧକ୍ଷା ମମତା ବେହେରାଙ୍କ ସପକ୍ଷରେ ପଡିନଥିଲା ।୧୩ ଜଣ କାଉଁସିଲର ମାନଙ୍କମଧ୍ୟରୁ ୧୨ ନମ୍ବର କାଉଁସିଲର ଶିରିଶ ପ୍ରଧାନ ଓ ଖୋଦ ଅଧକ୍ଷା ମମତା ବେହେରା ଆଜିର ଏହି ବୈଠକରେ ଅନୁପସ୍ଥିତ ଥିଲେ ।

୧୧ ଜଣ କାଉଁସିଲର ମାନଙ୍କ ମଧ୍ୟରୁ ବିଜେଡି,କଂଗ୍ରେସ ଓ ବିଜେପିର ସମସ୍ତ କାଉଁସିଲର ଏକତ୍ରିତ ହୋଇ ଅଧକ୍ଷା ହଟାଇବା ଅଭିଯାନ ଚଳଃାଇଥିଲେ ଓ ସେମାନେ ଆଜି ଏହି ଅଭିଯାନରେ ସଫଳ ବି ହୋଇଛନ୍ତି ।
ସୁଚନା ୍େୟାଗ୍ୟ ଯେ ଗତ ପୁର୍ବରୁ ବିଜେଡିର ୭ କାଉଁସିଲର ଅଧକ୍ଷା ଓ ଉପାଦକ୍ଷଙ୍କ ବିରୁଧରେ ଆଣିଥିଲେ ଅନାସ୍ଥା ପ୍ରସ୍ତାବ । ତଳ ଦିନରେ ହୋଇଥିବା ଅନାସ୍ତା ପ୍ରସ୍ତାବ ଭୋ ସମୟରେ ମମତା ବେହେରା ଓଡିଶା ଉଚ୍ଚତମ ନ୍ୟାୟାଳୟରୁ ରହିତାଦେଶ ଆଣି ନିଜ ପଦକୁ କାଏମ ରଖିଥିଲେ । ଯାହାଫଳରେ ଅନାସ୍ଥା ଟଳିଯାଇଥିଲା ।

Leave A Reply