Odisha news

ଭୂମିଆଗୁଡା ରେ ସାମାନ୍ୟ ବଚସା ରୁ ହତ୍ୟାକାଣ୍ଡ,ହତ୍ୟାକାରୀ ଗିରଫ। ପାଞ୍ଚ ଦିନ ମଧ୍ୟରେ ବୋରିଗୁମ୍ମା ବ୍ଲକରେ ଦ୍ଵିତୀୟ ହତ୍ୟାକାଣ୍ଡ।

0
ବୋରିଗୁମ୍ମା (କେ.ସାକିଲି ଦୋରା)- ବୋରିଗୁମ୍ମା ଥାନା ଅନ୍ତର୍ଗତ ଛତ୍ରଲା ନିକଟ ଏକ ଧାନ ଵିଲ ରୁ ମୃତ ଦେହ ଉଦ୍ଧାର ଘଟଣା ମାନସପଟ ରୁ ନ ଲିଭୁଣୁ ଆଜି ଆଉ ଏକ ହତ୍ୟାକାଣ୍ଡ ଘଟିଛି। ବୋରିଗୁମ୍ମା ବ୍ଲକ ବି ସିଂହପୁର ଅଧିନ ଭୂମିଆଗୁଡା ରେ ସାମାନ୍ୟ ବଚସା କୁ ନେଇ ଏକ ହତ୍ୟାକାଣ୍ଡ ଶନିବାର ବିଳମ୍ବିତ ରାତିରେ ଘଟିଯାଇଛି।।ପୋଲିସ ର ସୂଚନା ଅନୁସାରେ ଭୂମିଆଗୁଡା ଗ୍ରାମରେ ଡମ୍ବୁରୁ ଭୁମିଆ,ବୟସ ୨୭ ବର୍ଷ ଶନିବାର ବିଳମ୍ବିତ ରାତିରେ ମଦ ପିଇ ଗାଁ ଦାଣ୍ଡରେ ପାଟି କରୁଥିଲା।
ଭରତ ନାୟକ ବୟସ ୨୩ ବର୍ଷ ଡମ୍ବୁରୁ କୁ ମଦ ପିଇ କାହିଁକି ପାଟି କରୁଛୁ ବୋଲି ପଚାରିଥିଲା। ଏହିପରି ଭାବେ ଦୁଇ ଯୁବକ ଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ ଡମ୍ବୁରୁ ନିକଟରେ ଥିବା ଏକ କାଠ ଫାଳିଆ କୁ ଧରି ଭରତ ର ମୁଣ୍ଡ କୁ ଆକ୍ରମଣ କରିଥିଲା। ଆକ୍ରମଣ କରିବା ପରେ ଭରତ ର ପରିବାର ଲୋକେ ଭରତ କୁ ଘରକୁ ନେଇ ପାଣି ପିଆଇଥିଲେ। ସେଠାରେ ହିଁ ଭରତ ର ମୃତ୍ୟୁ ହୋଇଥିଲା। ଭରତ ର ବାପା ସକାଳୁ ବି ସିଂହପୁର ଥାନାରେ ଏତଲା ଦେଇଥିଲେ। ପୋଲିସ ଭୂମିଆଗୁଡା ପହଞ୍ଚି ପ୍ରଥମେ ଅଭିଯୁକ୍ତ ଡମ୍ବୁରୁ କୁଦୌଡ଼ି ପଳେଇ ଯିବା କୁ ଚେଷ୍ଟା କରୁଥିବା ବେଳେ କାବୁ କରି ଥିଲେ। ପରେ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିବା ସହ ଫରେନସିକ ଟିମ ପହଞ୍ଚି ତନ୍ନ ତନ୍ନ ଯାଞ୍ଚ କରି କାଠ ଫାଳିଆ କୁ ଜବତ କରିଥିଲେ।
ତେବେ ଅଭିଯୁକ୍ତ ଡମ୍ବୁରୁ ମଦ ପିଇ ବେଳେ ବେଳେ ଗାଁ ଦାଣ୍ଡରେ ପାଟିତୁଣ୍ଡ କରୁଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ ପୋଲିସ ଥାନାରେ ଏକ ମାମଲା କେସ ନମ୍ବର ୧୮ / ୨୦୨୧ ଦଫା ,୩୦୨ ରୁଜୁ କରିଛନ୍ତି। ତଦନ୍ତ କାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଦାମୋଦର ବିହାରୀ ଅଧିକ ତଦନ୍ତ କରୁଥିବା ବେଳେ ମୃତ ଭରତ ର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ପ୍ରକାଶ ଥାଉକି ମୃତ ଭରତ ନାୟକ ପରିବାର ର ସାନ ଭାଇ ହୋଇଥିବା ବେଳେ ଗାଁ ରେ ଜଳଖିଆ ଦୋକାନ କରିଥିଲା।ଗତ ପାଞ୍ଚ ଦିନ ମଧ୍ୟରେ ବୋରିଗୁମ୍ମା ବ୍ଲକରେ ଏହା ହେଉଛି ଦ୍ଵିତୀୟ ହତ୍ୟାକାଣ୍ଡ। ପ୍ରଥମ ଘଟଣା ର ଅଭିଯୁକ୍ତ ମାନେ ଧରା ପଡି ନ ଥିବା ବେଳେ ଆଉ ଏକ ହତ୍ୟାକାଣ୍ଡ ଘଟିଯାଇଛି।
Leave A Reply