ବୋରିଗୁମ୍ମା(କେ.ସାକିଲି ଦୋରା) — ସାରା ବିଶ୍ୱକୁ ଏବେ କରୋନା ଭାଇରସ କାୟା ବିସ୍ତାର କରିଛି।ବିଶ୍ୱର ବହୁ ଦେଶ ଏବେ ସେମାନଙ୍କ ଦେଶ ମାନଙ୍କୁ ଲକ ଡାଉନ କରିସାରିଲେଣି। ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ପ୍ରତିହତ କରିବା ପାଇଁ ୨୧ ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି। ଏପ୍ରିଲ , ୧୪ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ବଳବତ୍ତର ରହିବ। ଲକ ଡାଉନ ସମୟରେ ବହୁ ଶ୍ରମିକ ଶ୍ରେଣୀ ର ଲୋକମାନେ ଭୋକ ଉପାସରେ ରହିବାର ନଜର କୁ ଆସିଛି। ଏଥିସହ ଅସହାୟ ଓ ଗରୀବ ଲୋକମାନେ ବି ଭଲଭାବେ ଖାଇବାକୁ ପାଉନାହାନ୍ତି। ଏଣୁ ରାଜ୍ୟ ସରକାର ମାର୍ଚ୍ଚ ୨୮ ତାରିଖ ଦିନ ସବୁ ପଂଚାୟତରେ ଅସହାୟ, ଶ୍ରମିକ ଏବଂ ଗରୀବ ଲୋକମାନଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ। ନିର୍ଦ୍ଦେଶ ଦେଇଥିଲେ। ୨୯ ତାରିଖ ପରଠାରୁ ବୋରିଗୁମ୍ମା ବ୍ଲକ୍ରର ବିଭିନ୍ନ ପଂଚାୟତରେ ବ୍ଲକ ପ୍ରଶାସନ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ସହଯୋଗ ରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଆସୁଛି। ପ୍ରଥମ ଦଶ ଦିନ ମଧ୍ୟରେ ବ୍ଲକ ପ୍ରଶାସନ ମୋଟ ୩୧ ଗୋଟି ପଂଚାୟତରେ ୧୦,୮୫୫ ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇଛନ୍ତି।।ସେଥି ମଧ୍ୟରୁ ୮୨୬ ଜଣ ବାହାର ରାଜ୍ୟରୁ ଫେରନ୍ତା ଲୋକ ବୋଲି ସୂଚନା ଦେଇଛନ୍ତି। ବ୍ଲକ ପ୍ରଶାସନ ପ୍ରଥମ ଦିନରେ ୧୧୬୨ ଜଣ, ଦ୍ଵିତୀୟ ଦିନରେ ୧୬୮୦ ଜଣ, ତୃତୀୟ ଦିନରେ ୧୬୪୭ ଜଣ, ଚତୁର୍ଥ ଦିନ ରେ ୧୨୦୦ ଜଣ, ପଞ୍ଚମ ଦିନରେ ୧୩୧୭ ଜଣ, ଷଷ୍ଠ ଦିନରେ ୧୨୨୪ ଜଣ , ସପ୍ତମ ଦିନରେ ୭୨୨ ଜଣ, ଅଷ୍ଟମ ଦିନରେ ୬୪୮ ଜଣ, ନବମ ଦିନରେ ୬୪୩ ଜଣ ଓ ଦଶମ ଦିନରେ ୬୧୨ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି ଜି ପି ଇ ଓ ସୁବାସ ଚନ୍ଦ୍ର ମିଶ୍ର କହିଛନ୍ତି। ଲକ ଡାଉନ ସରିବା ପର୍ଯ୍ୟନ୍ତ ଲୋକ ମାନଙ୍କୁ ମାଗଣା ରନ୍ଧା ଖାଦ୍ୟ ଦିଆଯିବ ବୋଲି ବି ଡ଼ି ଓ ପ୍ରଣୟ ରଞ୍ଜନ ବେହେରା କହିଛନ୍ତି।