ନବରଙ୍ଗପୁର (କେ.ସାକିଲି ଦୋରା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଗୋଷ୍ଠି ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବାହାଦୂର ସିଂ ଧୂରୁଆ ଓ ଜେଇ ସୁନୀଲ କୁମାର ସାମଲ ସ୍ୱଚ୍ଛ ଭାରତ ମିଶନ ପାଇଖାନା ଟଙ୍କା ହଡ଼ପ ଅଭିଯୋଗ ରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସୂଚନା ଯୋଗ୍ୟଯେ ପାଇଖାନା ନିର୍ମାଣ ରେ ଦୁର୍ନୀତି କରି ୫ କୋଟି ଟଙ୍କା ହଡ଼ପ କରିଥିବା କଂଗ୍ରେସ ଦଳ ଅଭିଯୋଗ ଆଣିବା ସହ ଦୁଇ ଶହ ରୁ ଅଧିକ ହିତାଧିକାରୀ ଝରିଗାଁ ଥାନା ରେ ଏତଲା ଦେଇଥିଲେ। ଏହାର କାର୍ଯ୍ୟାନୁଷ୍ଠନ ସ୍ୱରୂପ ଦୁହେଁଙ୍କୁ ନିଲମ୍ବିତ କରାଯାଇଛି।ବିଭିନ୍ନ ଗଣମାଧ୍ୟମରେ ପ୍ରଶାରୀତ ଗତ ୨୫ ୧୧ ରିଖ ରେ
ସ୍ୱଛ ଭାରତ ମିଶନ ନାମରେ ଟଙ୍କା ହଡ଼ପ ଅଭିଯୋଗ ନେଇ ବିଡ଼ିଓ ଙ୍କ ବିରୋଧରେ ୨୦୦ ରୁ ଅଧିକା ହିତାଧୀକାରି ଙ୍କ ଏତଲା। ଗ୍ରାମାଞ୍ଚଳ ର ପରିବେଶ କୁ ସୁନ୍ଦର କରିବା ସହ ଗ୍ରାମ ଗୁଡ଼ିକୁ ବାହ୍ୟ ମୁକ୍ତ କରିବା ଉଦ୍ଧେଶ୍ୟ ନେଇ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ମିଶନ ଏବଂ ପ୍ରତ୍ୟେକ ପରିବାର କୁ ଶୌଚାଳୟ ଯୋଗାଇ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ। ପଛୁଆ ଅଞ୍ଚଳ ଭାବେ ବହୁ ପରିଚିତ ଝରିଗାଁ ବ୍ଲକ ର ଯେଉଁଠି ୨୬୩୫୫ ଗୋଟି ଶୌଚାଳୟ ନିର୍ମାଣ ବାବଦକୁ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସେଥି ମଧ୍ୟରୁ ଗୋଟିଏ ଶୌଚାଳୟ ପିଛା ୨୦୦୦/ ଟଙ୍କା ଲାଞ୍ଚ ବିଡ଼ିଓ ଦେବେନ୍ଦ୍ର ବାହାଦୁର ସିଂ ଧୁରୁଆ ନେଇ ଥିବା ଅଭିଯୋଗ କରିଥିଲେ ହିତାଧିକାରୀ ମାନେ। ଏନେଇ ନବରଙ୍ଗପୁର୍ ପ୍ରୋଜେକ୍ଟ ଡାଇରେକ୍ଟର୍ ଓ ଡି.ଆର୍.ଡି.ଏ କାର୍ଯ୍ଯକୁ ପରକ୍ଷି ଏମାନଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଥିଲେ I
