ବୋରିଗୁମ୍ମା (k.sakil Dora)—- ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆ ଏସ ଓ ୯୦୦୧-୨୦୧୫ ମାନ୍ୟତା ଲାଭ କରିଛି। ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼.ରାଜାରାମ ସ୍ୱାଇଁ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଥମିକ ସେବା, ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା, ନିଦାନ ଯୋଜନାରେ ମୁକ୍ତ ରକ୍ତ ପରୀକ୍ଷା, ନିରାମୟ ଯୋଜନାରେ ମାଗଣା ଔଷଧ ପ୍ରଦାନ ଓ ପରିଷ୍କାର ପରିଚ୍ଛନ୍ନ ପାଇଁ ସି ଏଚ ସି କୁ ଆଇ ଏସ ଓ ମାନ୍ୟତା ମିଳିଛି।ଆଇ ଏସ ଓ ମାନ୍ୟତା ଆସନ୍ତା ୨୦୨୪ ପର୍ଯ୍ୟନ୍ତ ରହିବ ବୋଲି ଆଇ ଏସ ଓ ପ୍ରମାଣପତ୍ର ପ୍ରଦାନକାରୀ ସଂସ୍ଥା ଉଲ୍ଲେଖ କରିଛନ୍ତି।ଏହାର ସମସ୍ତ ଶ୍ରେୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କୁ ଯାଉଛି ବୋଲି ମେଡ଼ିକାଲ ଅଧିକାରୀ ଡ଼.ସ୍ୱାଇଁ କହିଛନ୍ତି।
