ପୋଲସରା,(ରଞ୍ଜୟ ପାଣିଗ୍ରାହୀ) – ଗଞ୍ଜାମଜିଲା ଶିକ୍ଷା ଅଧିକାରୀ ଙ୍କ ନିଦ୍ଧେଶ କ୍ରମେ ସମସ୍ତ ସ୍କୁଲକୁ ଖୋଲିବା ସହଛାତ୍ର, ଛାତ୍ରୀଙ୍କୁ ପଢ଼ାଇବାନିଦ୍ଧେଶ କରିଥିବାବେଳେ ପୋଲସରା ବ୍ଲକ ରେ ଥିବା ମୋଟ 32 ଗୋଟି ହାଇସ୍କୁଲ ସହ ଆଦର୍ସ ବିଦ୍ୟାଳୟ ଖୋଲିବା ସହ ପଢ଼ାଇବା ପାଇଁ ପୋଲସରା ଶିକ୍ଷା ଅଧିକାରୀ ତ୍ରିଲୋଚନ ତ୍ରିପାଠୀ ଚଳିତ ମାସ 8 ତାରିଖ ଦିନ ସ୍ଥିର କରି ସ୍କୁଲମାନ ଖୋଲିଛନ୍ତି।ଏହିପରି ଏହି ବ୍ଲକ ର ହାତୀଓଟ ଠାରେ ଥିବା ଆଦର୍ସ ବିଦ୍ୟାଳୟ 8 ତାରିଖ ଠାରୁ ଦଶମ ଶ୍ରେଣୀର ମୋଟ 69 ଜଣ ଛାତ୍ରଛାତ୍ରୀ ନେଇ ପାଠ ପଢା ଆରମ୍ଭ କରାଯାଇ ଅଛି ।
ଏହି ଛାତ୍ର ଛାତ୍ରୀ ଙ୍କୁ ନେଇ ଆଘ 2 ଟି ବଖରା ରେପଢ଼ାଯାଉଥିଲା କିନ୍ତୁ ବର୍ତ୍ତମାନ ତାହାକୁ ନକରି କୋଭିଡ଼ି ନିୟମ ଅନୁଯାୟୀ କିଛି ପରିବର୍ତ୍ତନ କରାଯାଇ କ୍ଲାସ ଖୋଲିବା ପୂର୍ବରୁ 2 ଜଣ ଅଧ୍ୟକ୍ଷ ଛାତ୍ର, ଛାତ୍ରୀ ଙ୍କୁ ଗେଟ ରେ ପରୀକ୍ଷା କରି ପ୍ରବେଶ କରିଥାନ୍ତି।3ଟି ବଖରାରେ ସମାଜିକଦୁରତା ରେ ବିଭକ୍ତ କରାଯିବା ସହ ପଢ଼ାଯାଉଅଛି।ଏହି ମୋଟ ଛାତ୍ର ଛାତ୍ରୀ ଙ୍କୁ ଦିନକର 5 ଟି କ୍ଲାସ କୁ 8 ଜଣ ଅଧ୍ୟକ୍ଷ, ଅଧ୍ୟକ୍ଷୀୟା ମାନେ ପଢ଼ାଇଥାନ୍ତି।ପ୍ରତି 45 ମିନିଟ ବେବଧାନରେ ଛାତ୍ର, ଛାତ୍ରୀ ଙ୍କୁ ବିଶୋଧନ କରା ଯାଇଥାଏ ।ଏହିପରି ଭାବେ ଖୋଲିବା ଦିନଠାରୁ ଆଜି ପଯ୍ୟନ୍ତ କିଛି ଅସୁବିଧା ହୋଇନଥିବା ବିଦ୍ୟାଳୟ ର କାଯ୍ୟ କରି ଅଧ୍ୟକ୍ଷ। ସ୍ମିତା ନୀୟକ ପ୍ରକାଶ କରିବାସହ ଅସୁବିଧା ଯେପରି ନହେବ ସେଥିପାଇଁ ସ୍କୁଲ ର ସମସ୍ତ ସରକାରୀ କର୍ମଚାରୀ ମାନେ ସଜାଗ ଥୀବା କହିଛନ୍ତି।ସେହିପରି ହାତୀଓଟ ଠାରେ ଥିବା ନୋଡାଲ ହାଇସ୍କୁଲ ରେ ମଧ୍ୟ ଅନୁରୂପ ଭାବେ କ୍ଲାସ କୁ ଜୀବପୂର୍ବରୁ ମୁଖ୍ୟ ଦୁଆର କୁ ବିଶୋଧନ କରିବା ସହ କ୍ଲାସ ଓ ଛାତ୍ର, ଛାତ୍ରୀ ଙ୍କୁ ମଧ୍ୟ ବିଶୋଧନ କରାଯାଏ ।ସ୍କୁଲ ର ଦଶମ ର ମୋଟ55 ଜଣ ଛାତ୍ର, ଛାତ୍ରୀ ଙ୍କୁ ଏକ କୋଠରୀ ବଦଳରେ 3 ଟି କ୍ଲାସ ରେ ବିଭକ୍ତ କରି 12 ଶିକ୍ଷକ ,ଶିକ୍ଷୟିତ୍ରୀ ପାଠ ପଢ଼ାଇଥାନ୍ତି ।ପ୍ରତି 40 ମିନିଟ ଅନ୍ତର ରେ ବିଶୋଧନ କାର ଯାଇଥାଏ ପ୍ରତି ଦିନ 6 ଟି କ୍ଲାସ କରାଯାଇଥାଏ ଏହି ସମୟ ମଧ୍ୟରେ ଛାତ୍ର, ଛାତ୍ରୀ ଙ୍କୁ ଶିକ୍ଷକ ମାନେ ହାତଧୁଆ କାଯ୍ୟକ୍ରମ କରିଥିବା ସ୍କୁଲ ର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶ କହିବା ସହ ଯେପରି ଅସୁବିଧା ନହେବ ସେଥିପ୍ରତି ଆମର ଶିକ୍ଷକ ମାନେ ସଜାଗ ଥିବା କହିଛନ୍ତି ।ଏହିପରି ଏହି ବ୍ଲକ ର ସମସ୍ତ ସ୍କୁଲ ଠିକ ରେ ଚାଲିଥିବା ବ୍ଲକ ର ଶିକ୍ଷା ଅଧିକାରୀ ତ୍ରିଲୋଚନ ତ୍ରିପାଠୀ ପ୍ରକାଶ କରିଛନ୍ତି ।
