ବୋରିଗୁମ୍ମା (କେ.ସାକିଲି ଦୋରା)— ବୋରିଗୁମ୍ମା ସ୍ଥିତ ମାଁ ମାଣିକେଶ୍ୱରୀ ପୀଠ ରେ ମାଁ ବୁଡି ଠାକୁରାଣୀ ଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି।ନବରାତ୍ରୀ ପୂଜା କମିଟି ପକ୍ଷରୁ ପ୍ରଥମ ଦିନରେ ବେଲ ବୃକ୍ଷ ପୂଜା ଓ ଆମନ୍ତ୍ରଣ କରାଯାଇଥିଲା। ପରଦିନ କଳସ ଯାତ୍ରା, ମହାସ୍ନାନ, ଚକ୍ଷୁ ଦାନ,ପ୍ରାଣ ପ୍ରତିଷ୍ଠା କରାଯାଇଥିଲା।ମାଁ ମାଣିକେଶ୍ୱରୀ ପୀଠ ରେ ମାଁ ଦୁର୍ଗା ଙ୍କ ସହ ନଅ ଗୋଟି ମୂର୍ତ୍ତି ଙ୍କୁ ପୂଜା କରାଯାଇଥାଏ। ନଅ ଦିନରେ ପାର୍ଶ୍ଵ ଦେବୀ ମାନଙ୍କୁ ପୂଜା କରାଯାଇଥାଏ।
ଆସନ୍ତା ଅକ୍ଟୋବର ୧୫ ତାରିଖ ଦିନ ଦଶହରା ହେଉଛି। ସେହି ଦିନ ନବରାତ୍ରୀ ଶେଷ ହେଉଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଅନ୍ୟ ପଟେ ଚଳିତ ବର୍ଷ ଅନେକ ଅବିବାହିତ ପୁଅ ଝିଅ ଓ ମହିଳା ପୁରୁଷ ମାନେ ମାଁ ମାଣିକେଶ୍ୱରୀ ପୀଠ ରେ ନବରାତ୍ରୀ ପୂଜା କରିଥାନ୍ତି।ସେମାନେ ଏହି ନଅ ଦିନ ବ୍ୟାପି ନିଷ୍ଠା ର ସହ ମାଁ ଙ୍କୁ ଆରାଧନା କଲେ ନିଜ ମନ ସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ମାନି ଚଳିତ ବର୍ଷ ନବରାତ୍ରୀ ପୂଜା କରାଯାଉଛି।ମାଁ ଙ୍କ ମୂର୍ତ୍ତି ର ଉଚ୍ଚତା ୪ ଫୁଟ ରହିବା ସହ ତିନି ପଟେ ଆବରଣ କରାଯାଇଛି।ସମସ୍ତ ଭକ୍ତ ମାନେ ମୁହଁରେ ମାସ୍କ ପରିଧାନ କରି ମାଁ ଙ୍କୁ ଦର୍ଶନ କରିବା ନିମନ୍ତେ ନବରାତ୍ରୀ କମିଟି ପକ୍ଷରୁ ଅନୁରୋଧ କରାଯାଇଛି।
Comments are closed.