ବୋରିଗୁମ୍ମା (କେ.ସାକିଲି ଦୋରା)—ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ୭୧ ତମ ଜନ୍ମ ଦିବସ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ସମଗ୍ର ଦେଶ ରେ ସେବା ସପ୍ତାହ ପାଳନ କରୁଅଛି। ଏହି ଅବସର ରେ ବୋରିଗୁମ୍ମା ମଣ୍ଡଳ ବିଜେପି ତରଫ ରୁ ଆଜି ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ନବମ ଓ ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ଓ ଚକୋଲେଟ ବଣ୍ଟନ କରାଯାଇଥିଲା ଏବଂ ମାନନୀୟ ମୋଦିଜୀ ଙ୍କର ଦୀର୍ଘାୟୁ କାମନା କାରାଯାଇଥିଲା।
ଶେଷ ରେ ସେବା ର ଅବସର ପ୍ରଦାନ କରିଥିବା ଯୋଗୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ମାନଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଶ୍ରୀ ରାଜ ସିଂ, ଉପସଭାପତି ମନୋଜ ଗନ୍ତାୟତ, ସାଧାରଣ ସମ୍ପାଦକ ତୁଳସିରାମ ପାଣିଗ୍ରାହୀ, ଅବିସି ମୋର୍ଚା ସଭାପତି ବସନ୍ତ ମେହେର,ଯୁବ ମୋର୍ଚ୍ଚା ସଭାପତି ସରୋଜ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ।ସରକାରୀ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ବିଜୟାନନ୍ଦ ପଟ୍ଟନାୟକ, ପ୍ରଶାନ୍ତ କୁମାର ଦାସ, ଗୌରୀ ସାମନ୍ତରାୟ, ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।
Comments are closed.