Odisha news

ବୋରିଗୁମ୍ମା ବ୍ଳକ ରେ ଅବକାରୀ ଧରପଗଡ଼ ଜୋରଦାର : ୧୧,୫୦୦ ଲିଟର ପୋଚ ନଷ୍ଟ, ୭୬୦ ଲିଟର ମହୁଲି ଚୋରା ମଦ ଜବତ।

ବୋରିଗୁମ୍ମା(କେ.ସାକିଲି ଦୋରା)–କୋରାପୁଟ ଜିଲ୍ଲାର ଜିଲ୍ଲାପାଳ  ଅବଦୁଲ  ମହମ୍ମଦ ଅଖତର  ଙ୍କ ନିର୍ଦ୍ଧେଶ କ୍ରମେ  ଓ ଅବକାରୀ ସୁପେରିଟେଣ୍ଡେଟ ମନୋଜ କୁମାର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ଓ ଅବକାରୀ ଟିମ ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବି ସିଂହପୁର ଥାନା ଅଧିନ ବିଭିନ୍ନ ଗ୍ରାମରେ ଚଡାଉ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ବି ସିଂହପୁର ଥାନା ଅନ୍ତର୍ଗତ ପାଠୁଆଗୁଡା,ଭୂମିଆଗୁଡା ଓ ବଡ଼ ଶିରିସୀ ଗ୍ରାମ ରେ ମିଳିତ ଚଡାଉ କରାଯାଇଥିଲା।ଏହି ତିନୋଟି ଗ୍ରାମରେ ବେଆଇନ ଭାବେ ଦୀର୍ଘ ଦିନ ହେଲା ସେଠାରେ ଚୋରା ମହୁଲି ମଦ ପ୍ରସ୍ତୁତ କରି ବ୍ଲକ ର ବିଭିନ୍ନ ସ୍ଥାନ କୁ ଚାଲାଣ କରାଯାଉଥିବା ଅଭିଯୋଗ ହେଉଥିଲା।ଆଜି ପୋଲିସ ଓ ଅବକାରୀ ଚଡାଉ ରେ ବିଫୁଳ ପରିମାଣ ର ମଦ ଜବତ ହୋଇଥିବା ସୂଚନା ଦେଇଛନ୍ତି ବୋରିଗୁମ୍ମା ଅବକାରୀ ଅଧିକାରୀ କେ.ତ୍ରିପତି ପଟ୍ଟନାୟକ। ମୋଟ ୧୧,୫୦୦ ଲିଟର ପୋଚ ନଷ୍ଟ କରିବା ସହ ୭୬୦ ଲିଟର ମହୁଲି ଚୋରା ମଦ ଜବତ କରାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
ଏହି ଚଡାଉ ରେ ଏବଂ ସୂତ୍ର ରୁ ଏହି  ଗ୍ରାମର ଖୋଲା ସ୍ଥାନ ରେ ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଜୟପୁର ଅବକାରୀ  ନିରୀକ୍ଷକ  ଦୃବଦଲ ବିଶ୍ୱାଳ ଙ୍କ ନେତୃତ୍ୱ  ରେ   ବୋରିଗୁମ୍ମା ଅବକାରୀ ଥାନା  ଅଧିକାରୀ  କେ. ତ୍ରିପତି ପଟନାୟକ, ରିଜର୍ଭ ପୋଲିସ,କୋଟପାଡ ଅବକାରୀ କର୍ମଚାରୀ ମାନେ ଚଢ଼ାଉ କରିଥିଲେ।ଚଢ଼ାଉ ସମୟ ରେ ପୋଲିସ କୁ ଦେଖୀ ଅଭିଯୁକ୍ତ ମାନେ ଧାଇଁ ପଳାଇଥିଲେ।ଘଟଣା ସ୍ଥଳ ରୁ ୧୧, ୫୦୦ ଲିଟର ମହୁଲି ପୋଚ ନଷ୍ଟ କରାଯାଇଥିବା ବେଳେ ୭୬୦ଲିଟର ମହୁଲି ମଦ ଜବତ ହୋଇଛି।ମଦ ପ୍ରସ୍ତୁତ ରେ ବ୍ୟବହାର ସମସ୍ତ ସାମଗ୍ରୀ କୁ ଜବତ କରାଯାଇଛି।ଏନେଇ ଚାରିଟି ଅବକାରୀ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଙ୍କୁ ଅତି ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ବୋରିଗୁମ୍ମା ଅବକାରୀ ଥାନା ଅଧିକାରୀ କେ.ତ୍ରିପତି ପଟନାୟକ।ଏହି ଚଡାଉ ରେ ମାଜିଷ୍ଟ୍ରେଟ ଭାବେ ବୋରିଗୁମ୍ମା ଅତିରିକ୍ତ ତହସିଲଦାର କାହ୍ନୁ ଚରଣ ପଟ୍ଟନାୟକ, ଜୟପୁର ଅବକାରୀ ଇନ୍ସପେକ୍ଟର ଦ୍ରୁବଦଳ ବିଶ୍ୱାଳ, କୋଟପଡ଼ ଅବକାରୀ ଏ ଏସ ଆଇ ଉମାକାନ୍ତ ଲମତା, ହେମନ୍ତ କୁମାର ବାଗ ଓ କୋରାପୁଟ ରୁ ଆସିଥିବା ପୋଲିସ ଫୋର୍ସ ଯୋଗ ଦେଇଥିଲେ।

Comments are closed.