Odisha news

କରୋନା ତିଆରି କରୁଛି ସାମାଜିକ ବାସନ୍ଦ : ସୁସ୍ଥ ହୋଇ ଆସିବା ପରେ ବି କଥା ହେଉନାହାନ୍ତି କି ମିଳାମିଶା କରୁନାହାନ୍ତି

0
ବୋରିଗୁମ୍ମା (କେ.ସାକିଲି ଦୋରା) :  ଜାତିର ପିତା ମହାତ୍ମା ଗାନ୍ଧୀ ସମାଜରେ ଛୁଆଁ ଅଛୁଆଁ କୁ ଘୋର ବିରୋଧ କରିବା ସହ ସାମାଜିକ ବାସନ୍ଦ କୁ ହଟାଇବା ନିମନ୍ତେ ସଂଘର୍ଷ କରିଥିଲେ। ଦେଶରେ ସ୍ବାଧିନତା ଆଣିବା ସହ ସମାଜିକ ବାସନ୍ଦ କୁ ହଟାଇଲେ ସମାଜର ବିକାଶ ହୋଇପାରିବ। ଦେଶ ସ୍ୱାଧୀନତା ର ଦୀର୍ଘ ୭୩ ବର୍ଷ ବିତିଗଲାଣି, ଧୀରେ ଧୀରେ ସମାଜ ରୁ ଛୁଆଁ ଅଛୁଆଁ ଉଠିବା ସହ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ସମନ୍ୱୟ ରହିଛି। କିନ୍ତୁ ମହାମାରୀ କରୋନା ସବୁ ବିଗାଡି ଦେଇଛି।
ଏହି ଅଦୃଶ୍ୟ ମୟ ରୋଗ ଦିନ କୁ ଦିନ ମାଡି ଚାଲିଥିବା ବେଳେ ସରକାର ଏହାର ରୋକିବା ପାଇଁ ସମସ୍ତ ଚେଷ୍ଟା କରୁଛନ୍ତି। ସରକାର ବାରମ୍ବାର ବାରମ୍ବାର କରୋନା ରୋଗୀ କୁ ନୁହେଁ ବରଂ ରୋଗ କୁ ଘୃଣା କର ବୋଲି ନାରା ଦେଉଥିବା ବେଳେ ଏହାର ବିପରୀତ ଦେଖିବାକୁ ମିଳିଛି। ବର୍ତ୍ତମାନ ରୋଗ କୁ କେହି ଭୟ କରୁ ନ ଥିବା ବେଳେ ରୋଗୀ କୁ ଦେଖିଲେ ଶହେ ଗଜ ଦୂରକୁ ପଳାଇ ଯାଉଛନ୍ତି।
କାଳେ ରୋଗୀ ର ସଂସ୍ପର୍ଶରେ ଆସିଲେ କରୋନା ଡେଇଂବ ସେହି ଭୟରେ ଲୋକେ ରୋଗୀ ସହ ମିଶିବା ଦୂରର କଥା ଏପରିକି କଥାବାର୍ତା ବି ହେଉନାହାନ୍ତି। ଏହିଭଳି ସ୍ଥିତି କେବଳ ବୋରିଗୁମ୍ମା ସହର ନୁହେଁ ବରଂ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ଏକ ପ୍ରକାର କହିବାକୁ ଗଲେ କରୋନା ଆଣିଛି ସାମାଜିକ ବାସନ୍ଦ। ବୋରିଗୁମ୍ମା ରେ ବର୍ତ୍ତମାନ କରୋନା ରୋଗୀ ସଂଖ୍ୟା ୪୩ ରେ ପହଁଚିଥିବା ବେଳେ ସେଥିମଧ୍ୟରୁ ୨୭ ଜଣ ସୁସ୍ଥ ହୋଇ ଘର କୁ ଫେରିଲେଣି। କିନ୍ତୁ କରୋନା ସୁସ୍ଥ ବ୍ୟକ୍ତି ଙ୍କ ସହ ସାଧାରଣ ଲୋକେ ମିଳାମିଶା କରିବା ଦୂରର କଥା ଏପରିକି କଥାବାର୍ତ୍ତା ବି କରୁନାହାନ୍ତି।
ସୁସ୍ଥ ବ୍ୟକ୍ତି ମାନଙ୍କ ସାହି ପଡିଶା ମଧ୍ୟ ଘୃଣ୍ୟ ଚକ୍ଷୁ ରେ ଦେଖୁଛନ୍ତି।କରୋନା ସୁସ୍ଥ ପରିବାର ଲୋକଙ୍କ ସହ ବି ଲୋକେ ମିଳାମିଶା କରିବା ପାଇଁ ଅମଙ୍ଗ ହେଉଛନ୍ତି। କରୋନା ଆମକୁ ଯେତିକି କଷ୍ଟ ଦେଇ ନାହିଁ, ସମାଜିକ ବାସନ୍ଦ ସେତିକି କଷ୍ଟ ଦେଇଛି ବୋଲି ଜଣେ କରୋନା ସୁସ୍ଥ ବ୍ୟକ୍ତି ନିଜ ନାମ ଗୋପନ ରଖି କହିଛନ୍ତି।ବୋରିଗୁମ୍ମା ବ୍ଲକ ରେ କରୋନା ସୁସ୍ଥ ବ୍ୟକ୍ତି ବିଶେଷ ମାନେ ଘରୁ ବାହାର କୁ ବାହାରୁ ନ ଥିବା ଦେଖା ଦେଇଛି। ବାହାର କୁ ବାହାରିଲେ କାଳେ ଲୋକେ ଘୃଣା କରିବେ, ସେହି ଭୟରେ କରୋନା ସୁସ୍ଥ ବ୍ୟକ୍ତି ଘରୁ ବାହାର କୁ ଆସୁ ନାହାନ୍ତି। ସତରେ ମହାମାରୀ କରୋନା ଆଣିଛି ସାମାଜିକ ବାସନ୍ଦ ଏଥିରେ ସନ୍ଦେହ ନାହିଁ।
IEC 2 years
Leave A Reply