Odisha news

ଚାଷୀ ଙ୍କ ରେଜିଷ୍ଟ୍ରେସନ ସମୟ ବୃଦ୍ଧି ନିମନ୍ତେ ସି ଏସ ଓ ଙ୍କୁ ଦାବିପତ୍ର ପ୍ରଦାନ।

0
ବୋରିଗୁମ୍ମା (କେ.ସାକିଲି ଦୋରା) : ଜୟପୁର ଉପଖଣ୍ଡ ର ଚାଷୀକୂଳ ଆସନ୍ତା ଖରିଫ ମଣ୍ଡିରେ ଧାନ ବିକ୍ରି କରିବା ନିମନ୍ତେ ଲ୍ୟାମ୍ପ ରେ ନିଜ ନାମ ରେଜିଷ୍ଟ୍ରେସନ କରିବା ଆରମ୍ଭ କରିଛନ୍ତି। ଯେଉଁ ଚାଷୀ ଭାଇମାନେ ମଣ୍ଡିରେ ଧାନ ବିକ୍ରି କରିବେ ସେମାନେ ନିଜ ନାମ ନିକଟସ୍ଥ ଲ୍ୟାମ୍ପ ରେ ନାମ ରେଜିଷ୍ଟ୍ରେସନ କରିବେ। ଜିଲ୍ଲା ଯୋଗାଣ ଅଧିକାରୀ ରେଜିଷ୍ଟ୍ରେସନ ସମୟ ସୀମା ଅଗଷ୍ଟ ,୧ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ରଖିଛନ୍ତି।
ଯେହେତୁ ବର୍ତ୍ତମାନ ମହାମାରୀ କରୋନା ସକାଶେ ପ୍ରଶାସନ କେତେବେଳେ ଲକ ଡାଉନ ତ କେତେବେଳେ ସଟ ଡାଉନ କରୁଛନ୍ତି। ଏଣୁ ଚାଷୀଙ୍କୁ ରେଜିଷ୍ଟ୍ରେସନ ସମୟସୀମା ବୃଦ୍ଧି ନିମନ୍ତେ ସମାଜସେବୀ ବି.ହରି ରାଓ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେ ଦାବିପତ୍ର ରେ ଦର୍ଶାଇଛନ୍ତି ଯେ ଲ୍ୟାମ୍ପ ରେ ଚାଷୀ ଙ୍କ ନାଁ  ରେଜିଷ୍ଟ୍ରେସନ ନିମନ୍ତେ ସମୟସୀମା ଅଗଷ୍ଟ ,୩୧ ବଦଳେ ସେପ୍ଟେମ୍ବର ,୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ଯାହାଫଳରେ ଚାଷୀ ମାନେ ନିଜ ନାଁ ରେଜିଷ୍ଟ୍ରେସନ କରାଇପାରିବେ।
Nalco
Leave A Reply