Odisha news

ବନ୍ଧୁଗାଁ ଏବଂ ନାରାୟଣ ପାଟଣାରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ

କୋରାପୁଟ / ବୋରିଗୁମ୍ମା (K.sakil Dora)–କୋରାପୁଟ ଜିଲ୍ଲାର ଉପାନ୍ତ ବ୍ଲକ ଭାବେ ପରିଚିତ  ବନ୍ଧୁଗାଁ ,ନାରାୟଣ ପାଟଣା ବ୍ଲକରେରେ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓଡ଼ିଶା ଙ୍କ ସହଯୋଗରେ ମ୍ୟାଲେରିଆ ନୋ ମୋର ଇଣ୍ଡିଆ ତରଫରୁ ବ୍ଲକ ସ୍ତରୀୟ ଆଶା, ମ୍ୟାଲେରିଆ ସାଥୀ, ଦୂତ ଏବଂ ସ୍ପେଛାସେବୀଙ୍କୁ ନେଇ ମେଳା ଆୟୋଜନ କରାଯାଇଥିଲା।

ବନ୍ଧୁଗାଁ ମେଳାରେ ସିଡିଏମଓ  ଡାକ୍ତର ମକରନ୍ଦ ବେଉରା, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ସବିର ବକ୍ସ ,ଓଡ଼ିଶା ଲିଡ୍ ମ୍ୟାଲେରିଆ ନୋ ମୋର ଡକ୍ଟର ବିଶ୍ୱଜିତ୍ ମହାପାତ୍ର ,ବ୍ଲକ ଅଧକ୍ଷା ଶ୍ରୀମତୀ ପ୍ରମିଳା ଯାକାକା,ବିଡ଼ିଓ ଶ୍ରୀ ରଜନୀ କାନ୍ତ ଦାସ,ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ସାମଲ ଏବଂ ଏଡିପିଏଚଓ (ଭି ବି ଡି) ଙ୍କ ଉପସ୍ଥିତିଥିଲେ। ମେଳାକୁ ସିଡିଏମଓ ଶ୍ରୀ ବେଉରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ପ୍ରଦୀପ ପ୍ରଜ୍ବଳନ କରିଥିବା ବେନେ ନାରାୟଣ ପାଟଣା ବ୍ଲକରେ  ମୁଖ୍ୟ ଅତିଥି ଭାବେ  କୋରାଫୁଟ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଡିଆରଡିଏ ପ୍ରବିର ନାୟକ ,ଗେଷ୍ଟ ଡକ୍ଟର ସବିର ବକ୍ସ ,ଓଡ଼ିଶା ଲିଡ୍ ମ୍ୟାଲେରିଆ ନୋ ମୋର ଡକ୍ଟର ବିଶ୍ୱଜିତ୍ ମହାପାତ୍ର ,ବ୍ଲକ ଅଧକ୍ଷା ,ବିଡ଼ିଓ ଜଦୁମଣି ନାୟକ ମେଳାରେ ଉପସ୍ଥିତ  ଥିଲେ ।ଦୁଇ ବ୍ଲକ ର ସମସ୍ତ ଅଧିବାସୀ ଙ୍କୁ ରାତିରେ ଶୋଇବା ସମୟରେ ମଶାରୀ ଟାଙ୍ଗୀ ଶୋଇବା ପାଇଁ କହିଥିଲେ।

ଏହାଦ୍ବାରା ମ୍ୟାଲେରିଆ ହେବାର କମ ସମ୍ଭାବନା ରହିଥିବା ଅତିଥି ମାନେ ନିଜ ନିଜର ମତ ରଖିଥିଲେ।   ଉପସ୍ଥିତ ଥିବା ସମସ୍ତ ଅତିଥି ବନ୍ଧୁଗାଁ ,ନାରାୟଣ ପାଟଣା ବ୍ଲକ ଅନ୍ତର୍ଗତ ପ୍ରାୟ   ଗ୍ରାମ ରେ ମ୍ୟାଲେରିଆ ରୋଗ ନିୟନ୍ତ୍ରଣ ନ ଥିବା ବେଳେ ସେଠାରେ କାର୍ଯ୍ୟରତ ଗାଁର ମ୍ୟାଲେରିଆ ସାଥୀ, ଦୂତ ଓ ସ୍ପେଛାସେବୀ ଓ ବ୍ଲକର ସମସ୍ତ ଉପାନ୍ତ ଗାଁ ଗୁଡିକରେ ଥିବା ଆଶା କର୍ମୀ ଙ୍କୁ ଉତ୍ସାହିତ କରିବା ସହିତ ଲୋକ ମାନଙ୍କ ଅତି ନିକଟରେ ଥାଇ ମ୍ୟାଲେରିଆ ରୋଗ ନିୟନ୍ତ୍ରଣ କରିବା ପାଇଁ ଲାଗି ପଡ଼ିଥିବା କର୍ମୀ ନିଜ ନିଜ ଅନୁଭୂତି ଜଣାଇଥିଲେ  ।ଆଗାମୀ ଦିନରେ ଆମେ ପ୍ରଥମେ ସଚେତନ ରହି ସାହି ,ପଡିଶା ,ସାଙ୍ଗସାଥୀ ଓ ଗୋଷ୍ଟି ଙ୍କୁ ସଚେତନତା ସୃଷ୍ଟି କରିବା ଓ ବିଶେଷ କରି ବନ୍ଧୁଗାଁ ,ନାରାୟଣ ପାଟଣା ବ୍ଲକବାସୀ ଏକାଠି ହୋଇ ସମୁହେ ମ୍ୟାଲେରିଆ ରୋଗ କୁ ଦେବା ଦୁରେଇବା ପାଇଁ ଶପଥ ନେବାକୁ ଅନୁରୋଧ କରିଛନ୍ତି ।

Comments are closed.