ଶରୀର ର ସମସ୍ତ ଓଜନ ହାଡ ବହନ କରିଥାଏ । ତେଣୁ ହାଡ ମଜବୁତ୍ ଓ ସୁସ୍ଥ ହେବା ଖୁବ୍ ଆବଶ୍ୟକ । ଏହାଛଡା ହାଡ ମଧ୍ୟ ମସ୍ତିସ୍କ ଓ ଫୁସଫୁସ କୁ ସୁରକ୍ଷା ଦେଇଥାଏ । ଏହା ସହିତ ଖଣିଜ ପଦାର୍ଥ କୁ ଶରୀର ରେ ଗଚ୍ଛିତ କରି ରଖିଥାଏ ଓ ଲାଲ୍ ରକ୍ତ କୋଷିକା ଏବଂ ଶ୍ୱେତ ରକ୍ତ କୋସିକା କୁ ନିର୍ମାଣ କରିଥାଏ । ବିଶେଷ ଭାବରେ ଦେଖିବାକୁ ଗଲେ ହାଡ଼ରେ କୌଣସି ପ୍ରକାରର ଅସୁବିଧା ଆପଣଙ୍କୁ ଶାରୀରିକ ସମସ୍ୟାର ସମୁଖୀନ କରାଇ ଥାଏ l ହାଡ଼ରେ ଯଦି କୌଣସି ସମସ୍ୟା ଦେଖା ଦେଇଥାଏ ତେବେ ଆପଣ ଅଷ୍ଟ୍ରିୟାପରସିସ, ବୋନ କ୍ୟାନ୍ସର , ହାଡ଼ ପତଳା ହୋଇଯିବା, ହାଡ଼ରେ ସଂକ୍ରମଣ, ଇତ୍ୟାଦି ଦେଖା ଦେଇଥାଏ l ନିକଟରେ AIIMS ଡାକ୍ତର ମାନଙ୍କର ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ କ୍ୟାଲସିୟମ, ପ୍ରୋଟିନ ଓ ଭିଟାମିନ ଡି ଭଳି ପି[ଓସକ ତତ୍ୱର ଆବଶ୍ୟକତା ରହିଛି, ଏହି ସମସ୍ତ ଜିନିଷ ଆମକୁ ଖାଦ୍ୟରୁ ମିଳିଥାଏ l କିନ୍ତୁ ଚିନ୍ତାର ବିଷୟ ଏହା ଯେ ଆଜିକାଲି ଏହି ୩ଟି ଉପାଦାନ ଖାଦ୍ୟରେ ମିଳୁନାହିଁ l ପ୍ରତିଦିନ ଆମେ ଖାଉଥିବା ଜିନିଷ ଗୁଡିକ ହାଡ଼କୁ ଖୁବ ପ୍ରଭାବିତ କରୁଛି l
– ଅଧିକ ଲବଣ ଯୁକ୍ତ ଖାଦ୍ୟ ଖାଇବା –
୨୦୧୬ ରେ ଏସିଆ ପେସିଫିକ ଜର୍ନାଲ ଅଫ କ୍ଲିନିକାଲ ନ୍ୟୁଟ୍ରିସନ ର ସୂଚନା ଅନୁସାରେ ଚୀନ ରେ ଯେଉଁ ଲୋକମାନେ ଲୁଣ ଯୁକ୍ତ ଭୋଜନ ଅଧିକ ସେବନ କରନ୍ତି ସେମାନଙ୍କ ମଧ୍ୟରେ ଅଷ୍ଟ୍ରିୟପୋରୋସିସ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ l ଏହି ରୋଗରେ ହାଡ଼ ଖୁବ ପତଳା ଓ ନିର୍ଜୀଵ ହୋଇ ଯାଇଥାଏ l ତେଣୁ ଲୁଣ ସେବନ ପ୍ରତି ସତର୍କ ରହିବ ଆବଶ୍ୟକ ବୋଲି ଏହି ଅଧ୍ୟୟନ ରେ କୁହାଯାଇ ଥିଲା l
– ଅତ୍ୟଧିକ ମିଠା ଜିନିଷ ସେବନ –
ଅଧିକ ମିଠା ସେବନ ଦ୍ୱାରା କେବଳ ମଧୁମେହ ସମସ୍ୟା ଦେଖାଯାଇ ନଥାଏ, ହାଡ଼ ମଧ୍ୟ ଦୁର୍ବଳ ହୋଇ ଯାଇଥାଏ l ମଧୁମେହ ର ପ୍ରଭାବ କାରଣରୁ ହାଡ ମଧ୍ୟ ଦୁର୍ବଳ ହୋଇଥାଏ। ଏହାଛଡା ଅତ୍ୟଧିକ ମିଠା ସେବନ ଶରୀର ର ରୋଗ ପ୍ରତିରୋଧକ କ୍ଷମତା କୁ ହ୍ରାସ କରିଥାଏ ।
– ଅଧିକ କାଫିନ୍ ସେବନ –
ଏହି ଅଧ୍ୟୟନ ଦ୍ଵାରା ଜଣା ପଡିଥିଲା ଯେ ବିଶ୍ୱରେ ୭୩ ହଜାର ମହିଳା ଙ୍କ ର ଶୋଡା ବା କାଫିନ ସେବନ କାରଣରୁ ହାଡ ଦୁର୍ବଳ ରହୁଛି। ଏହି ଦୁଇଟି ଖାଦ୍ୟ ବିଶେଷ ଭାବରେ ମହିଳାଙ୍କ ହାଡ଼ର ଘନତ୍ଵ କୁ ପ୍ରଭାବିତ କରୁଛି । ଏହି କାରଣରୁ ଫ୍ୟାକଚର୍ ସମସ୍ୟା ବୃଦ୍ଧି ହୋଇଥାଏ ।
– କ୍ୟାଲସିୟମ ରେ ଭରପୁର ଖାଦ୍ୟ ସେବନ କରିବା ଆବଶ୍ୟକ –
ଦିଲ୍ଲୀ ଏମ୍ସ ସ୍ଥିତ ନ୍ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟଙ୍କା ସେରାବତ ଙ୍କ ସୂଚନା ଅନୁସାରେ ନିୟମିତ ନିଜ ଖାଦ୍ୟରେ ୫୦୦ ରୁ ୧୦୦୦ ମିଲିଗ୍ରମ୍ କ୍ୟାଲସିୟମ ର ଆବଶ୍ୟକତା ରହିଥାଏ । ତେଣୁ ଏହାକୁ ପୁରା କରିବା ପାଇଁ ନିୟମିତ ଦୁଗ୍ଧ , ଦହି , ଛେନା , ପନିର ଭଳି ଖାଦ୍ୟ ସେବନ କରିବା ଆବଶ୍ୟକ । ଏହାଛଡା ଭିଟାମିନ ଡି ଯୁକ୍ତ ଭୋଜନ ର ଆବଶ୍ୟକତା ରହିଛି । ଏବଂ ନିୟମିତ କିଛିଟା ବ୍ୟାୟାମ କରିବା ଦ୍ୱାରା ମଧ୍ୟ ହାଡ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ ।
