ଭଗବାନ ଙ୍କ ସୃଷ୍ଟିରେ ଅନେକ ପ୍ରଜାତିର ବିଭିନ୍ନ ପ୍ରକାର କୀଟ ପତଂଗ ରହିଛନ୍ତି l ଏହି କୀଟ ପତଂଗ ମାନଙ୍କ ମଧ୍ୟରେ ଅନେକ ଦୁର୍ଲଭ କୀଟ ପତଂଗ ମଧ୍ୟ ରହିଛନ୍ତି l ଆମ ମାନଙ୍କ ମଧ୍ୟରୁ ଅନେକ ଲୋକ କୁକର, ବିଲେଇ, ଘୋଡା, ଆଦିକୁ ପୋଷା ଜୀବ ଭାବରେ ପାଳନ କରିଥାଆନ୍ତି l ଏମାନଙ୍କୁ କିଣି ପାଳନ ପୋଷଣ କରିବା ମଧ୍ୟରେ ଲୋକେ ମୋଟା ଅଙ୍କ ଖର୍ଚ୍ଚ କରିଥାଆନ୍ତି l କିନ୍ତୁ ଆଜି ଗୋଟିଏ ଏଭଳି ଜୀବ ବିଷୟରେ ଜାଣିବା ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ l ବିଶେଷ ଭାବରେ ଏହି ଜୀବଟି ଗୋଟିଏ ପୋକ ଅଟେ ଓ ଏହା କୌଣସି ସାଧାରଣ ପୋକ ନୁହେଁ l ଯାହାକୁ ପାଳିବା ପାଇଁ ଲୋକେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦେଇ କିଣି ଥାଆନ୍ତି l ହଁ ଆଜ୍ଞା, ଆଜି ଆମେ ଜାଣିବା ଦୁନିଆର ସେହି ମୂଲ୍ୟବାନ ପୋକ ବିଷୟରେ l
ପୃଥିବୀ ପୃଷ୍ଠାରେ ରହିଥିବା ଅନେକ ପୋକ ମାନଙ୍କ ମଧ୍ୟରେ ଏଭଳି ଗୋଟିଏ ଦୁର୍ଲଭ ପୋକ ରହିଛି, ଯାହାକୁ ପାଳିବା ପାଇଁ ଲୋକେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଥାଆନ୍ତି l ଏହି ଦୁର୍ଲଭ ପୋକଟିର ମୂଲ୍ୟ ଏତେ ଅଧିକ ଯେ ଯେଉଁଥିରେ ଗୋଟିଏ ବଡ଼ ପ୍ରାସାଦ ସଦୃଶ ଘର ମଧ୍ୟ ତିଆରି କରାଯାଇ ପାରିବ l ଏହି ମୂଲ୍ୟବାନ ପୋକ ତୀର ନାମ ହେଉଛି ଷ୍ଟେଗ ବିଟଲ l ଏହି ଦୁର୍ଲଭ ପୋକଟି ୨ରୁ ୩ ଇଞ୍ଚ ହୋଇଥାଏ l ଯେଉଁଠାରେ ସାଧାରଣ ଲୋକେ ପୋକକୁ ଘୃଣା କରନ୍ତି ସେଠାରେ ଏହି ପୋକ କୁ କିଣିବା ପାଇଁ ଖୁବ ଭିଡ଼ ଜମିଥାଏ l
ତେବେ ଆସନ୍ତୁ ଜାଣିବା ଏହି ପୋକଟିର ମୂଲ୍ୟ ଏତେ ଅଧିକ କାହିଁକି ? ଓ କଣ ରହିଛି ଏହା ପଛର କାରଣ –
ବୋଧହୁଏ କୌଣସି ମଣିଷ ପୋକଟିଏ କିଣିବା ପାଇଁ ୧୦୦ ଟଙ୍କା ମଧ୍ୟ ଖର୍ଚ୍ଚ କରିନପାରେ l କିନ୍ତୁ ଷ୍ଟେଗ ବିଟଲ ନାମକ ପୋକ ଟିକୁ କିଣିବା ପାଇଁ ଲୋକେ କୋଟିଏ ଟଙ୍କା ଖର୍ଚ୍ଚ କରି ଥାଆନ୍ତି l ଏହି ପୋକଟିକୁ ଯେ କେହି ଦେଖିବ ତାକୁ ଭଲ ଲାଗିବ ନାହିଁ, କିନ୍ତୁ ଲୋକେ ଯେତେବେଳେ ଏହାର ବିଶେଷତା ଜାଣନ୍ତି ସେତେବେଳେ କିଣିବା ପାଇଁ ୫୦ ଲକ୍ଷରୁ ୧କୋଟି ପର୍ଯ୍ୟନ୍ତ ପଇସା ଖର୍ଚ୍ଚ କରନ୍ତି l ଏହା ଲୁକାନିଡେ ପ୍ରଜାତିର ପୋକ ଅଟନ୍ତି l ମିଳିଥିବା ସୂଚନା ଅନୁସାରେ ଏହି ପୋକ ଦ୍ୱାରା ଅନେକ ପ୍ରକାରର ଦାମୀ ଔଷଧ ପ୍ରସ୍ତୁତ କରାଯାଇ ଥାଏ l ଏହି ପୋକ ଟିର ଗୋଟିଏ ବିଶେଷ ପରିଚୟ ହେଲା ଏହାର ମୁଣ୍ଡରୁ ବାହାରିଥିବା ୨ଟି ସିଂଘ l କିଛି ବର୍ଷ ପୂର୍ବରୁ ଜଣେ ଜାପାନୀ ନାଗରିକ ଏହି ପୋକ ଟିକୁ ପ୍ରାୟ ୬୫ ଲକ୍ଷ ଟଙ୍କାରେ ବିକ୍ରୀ କରିଥିଲେ l ଏହି ପୋକଟି ଗରମ ଜାଗାରେ ରହିଥାଏ l ଥଣ୍ଡା ଦିନ ରେ ଅନେକ ଷ୍ଟେଗ ବିଟଲ ଙ୍କର ମୃତ୍ୟୁ ହୋଇଥାଏ l ଏମାନେ ଅଳିଆ ଆବର୍ଜନା ଭଳି ଉଷୁମ ସ୍ଥାନରେ ରହିବାକୁ ପସନ୍ଦ କରନ୍ତି l
