ଭାରତର ଏଭଳି ଗୋଟିଏ ମନ୍ଦିର ଯେଉଁଠି ମହାବୀର ହନୁମାନଙ୍କ ସହିତ ପୂଜା ପାଇ ଥାଆନ୍ତି ତାଙ୍କ ପତ୍ନୀ ସୁବର୍ଚଲା, କଣ ରହିଛି ଏହା ପଛର ପୌରାଣିକ କଥା
ଆମେ ହିନ୍ଦୁ ପୁରାଣରେ ଅନେକ ପୌରାଣିକ କଥା ଶୁଣିଛୁ, ସେହିଭଳି ମହାବୀର ହନୁମାନ ଙ୍କୁ ନେଇ ମଧ୍ୟ ଅନେକ ପୌରାଣିକ କଥା ରହିଛି l ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ମହାବୀର ହନୁମାନ ବ୍ରହ୍ମଚାରୀ ଅଟନ୍ତି ବୋଲି କୁହାଯାଇଛି l କିନ୍ତୁ ରାମାୟଣର ବର୍ଣନା ଅନୁସାରେ ହନୁମାନ ବିବାହିତ ବୋଲି ଦର୍ଶା ଯାଇଛି l
ସୂର୍ଯ୍ୟଦେବ ମହାବୀର ହନୁମାନଙ୍କ ଗୁରୁ ଅଟନ୍ତି, ଏବଂ ତାଙ୍କ ନିକଟରୁ ହନୁମାନ ସମସ୍ତ ଶିକ୍ଷା ଗ୍ରହଣ କରିଛନ୍ତି l ସୂର୍ଯ୍ୟଦେବ ଙ୍କ ନିକଟରେ ୯ଟି ଦିବ୍ୟ ବିଦ୍ୟା ରହିଥିଲା ଓ ହନୁମାନ ତାଙ୍କ ନିକଟରୁ ସମସ୍ତ ଜ୍ଞାନ ଲାଭକରିବାକୁ ଚାହୁଁଥିଲେ l ସୂର୍ଯ୍ୟଦେବ ହନୁମାନଙ୍କୁ ସମସ୍ତ ପ୍ରକାର ସିଦ୍ଧି ଓ ନିଧି ର ଜ୍ଞାନ ଦେଇଥିଲେ ବୋଲି ପୁରାଣରେ କୁହାଯାଇଛି l ଏହି ଶିକ୍ଷା ଗ୍ରହଣ ସମୟରେ ସୂର୍ଯ୍ୟଦେବ ୯ଟି ରୁ ୫ଟି ଜ୍ଞାନ ହନୁମାନ ଙ୍କୁ ଦେଇଥିଲେ, କିନ୍ତୁ ଅନ୍ୟ ୪ଟି ବିଦ୍ୟା ପାଇଁ ସୂର୍ଯ୍ୟ ଙ୍କ ନିକଟରେ ଗୋଟିଏ ବଡ଼ ସଙ୍କଟ ଆସି ରହିଥିଲା ତାହା ହେଉଛି ମହାବୀର ଙ୍କର ବ୍ରହ୍ମଚର୍ଯ୍ୟ l କାହିଁକି ନା କିଛି ଏପରି ବିଦ୍ୟା ରହିଥିଲା ଯାହାକୁ ହନୁମାନ ବିନା ବିବାହ ରେ ଲାଭ କରିପାରି ନଥାନ୍ତେ l
ସେଥିପାଇଁ ହନୁମାନ ଙ୍କୁ ସୂର୍ଯ୍ୟଦେବ ବିବାହ କରିବା ପାଇଁ ପରାମର୍ଶ ଦେଇଥିଲେ ଓ ମହାବୀର ଏହା ଶୁଣି ଜନ୍ମ ରୁ ବ୍ରହ୍ମଚାରୀ ରହିଥିବା କାରଣରୁ ରାଜି ପଡି ନଥିଲେ l ଏହାପରେ ସୂର୍ଯ୍ୟଦେବ ନିକଟରେ ଶେଷ ୪ଟି ଜ୍ଞାନ ଦେବାକୁ ଅସମର୍ଥ ଥିଲେ l ସେ ମହାବୀର ଙ୍କୁ କହିଥିଲେ ଯେ ଏହି ଜ୍ଞାନ କେବଳ ସେହି ଶିକ୍ଷାର୍ଥୀ ମାନଙ୍କୁ ଦିଆଯାଇ ଥାଏ ଯେଉଁମାନେ ବିବାହିତ ଅଟନ୍ତି l ଏହାପରେ ସୂର୍ଯ୍ୟଦେବ ତାଙ୍କୁ ବିବାହ କରିବା ପାଇଁ ପରାମର୍ଶ ଦେଇଥିଲେ l
ଏହାପରେ ସୂର୍ଯ୍ୟଦେବ କିଛି ସମୟ ଚିନ୍ତା କରି ନିଜ ତେଜ ଦ୍ୱାରା ଗୋଟିଏ କନ୍ୟାର ଉତ୍ପନ୍ନ କରିଥିଲେ ଓ ହନୁମାନ ଙ୍କୁ ସେହି କନ୍ୟା କୁ ବିବାହ କରିବାକୁ କହିଥିଲେ l ମହାବୀର ଙ୍କୁ ଜ୍ଞାନ ପ୍ରାପ୍ତି କରିବାର ଥିଲା ତେଣୁ ସେ ରାଜି ହୋଇଥିଲେ ବିବାହ ପାଇଁ l ଏହାପରେ ସୂର୍ଯ୍ୟଦେବ ମହାବୀର ଙ୍କୁ ବୁଝାଇଥିଲେ ଯେ ତୁମେ ନିଜର ଜ୍ଞାନ ପ୍ରାପ୍ତି ପାଇଁ ଏହି କନ୍ୟାକୁ ବିବାହ କରିବା ପରେ ତୁମର ଜ୍ଞାନ ଉଦୟ ହେବ ଏବଂ ତୁମେ ମଧ୍ୟ ଆଜନ୍ମ ବ୍ରହ୍ମଚର୍ଯ୍ୟ ରହିବ l
ଏହାପରେ ହନୁମାନ ବିବାହ କରିଥିଲେ ଓ ଶେଷ ୪ଟି ଜ୍ଞାନ ଲାଭ କରିଥିଲେ l ଏହାପରେ ସେହି କନ୍ୟାଟି ସୂର୍ଯ୍ୟ ଙ୍କ ମଧ୍ୟରେ ଲୀନ ହୋଇ ଯାଇଥିଲେ ଓ ମହାବୀର ଙ୍କ ବ୍ରହ୍ମଚର୍ଯ୍ୟ ଭଙ୍ଗ ହୋଇ ନଥିଲା l ସୂର୍ଯ୍ୟଙ୍କ ତେଜରୁ ଉତ୍ପନ୍ନ ହୋଇଥିବା କାରଣରୁ ଏହି କନ୍ୟାର ନାମ ସୂର୍ଯ୍ୟ ପୁତ୍ରୀ ସୁବର୍ଚଲା ଭାବରେ ନାମିତ ହୋଇଥିଲା ଓ ହନୁମାନ ଙ୍କ ପତ୍ନୀ ଭାବରେ ପରିଚିତ ହୋଇଥିଲେ l ଏହି କାରଣରୁ ସୂର୍ଯ୍ୟଦେବ ହନୁମାନ ଙ୍କ ଗୁରୁ ସହିତ ଶ୍ୱଶୁର ମଧ୍ୟ ଅଟନ୍ତି l ତେଲେଙ୍ଗାନା ର ଖମମ ଜିଲ୍ଲାରେ ହନୁମାନ ଓ ତାଙ୍କ ପତ୍ନୀ ସୁବର୍ଚଲା ଙ୍କର ପୂଜା ହୋଇଥାଏ l ଏହା ଦୁନିଆର ଗୋଟିଏ ଏଭଳି ମନ୍ଦିର ଯେଉଁଠି ହନୁମାନ ଙ୍କ ସହିତ ତାଙ୍କର ପତ୍ନୀ ସୁବର୍ଚଲା ଙ୍କୁ ପୂଜା କରାଯାଇ ଥାଏ l
