Odisha news

କୋଣାର୍କ ରେ ଗଣମାଧ୍ୟମ ପ୍ରତିନିଧି ଙ୍କ ଘର କୁ ବୋମା ମାଡ଼,ବିଭିନ୍ନ ମହଲରୁ ନିନ୍ଦା ।

0
କୋଣାର୍କ :ଗଣତନ୍ତ୍ର ର ଜାଗ୍ରତ ପ୍ରହରୀ ଚତୁର୍ଥ ସ୍ତମ୍ବ ଆଜି ଅସୁରଖିତ ,କେତେବେଳେ ଗଣମାଧ୍ୟମ ପ୍ରତିନିଧି ଙ୍କ ଉପରେ ମରୋନାତ୍ଙ୍କକ ଆକ୍ରମଣ ହେଉଛି ତ ଆଉ କେତେ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜୀବନରେ ମାରିଦିଆଯାଉଛି। ଯାହା ଗଣତନ୍ତ୍ର ପାଇଁ ଅଶୁଭ ଲକ୍ଷଣ ଅଟେ କହିଲେ ଅତ୍ୟୁକ୍ତି ହେବନି। ସେହି ଭଳି ଏକ ଘଟଣା ଘଟିଛି କୋଣାର୍କ ଥାନା ଅନ୍ତର୍ଗତ 4ନମ୍ବର ୱାର୍ଡ ବାଲିସାହି ବାସିନ୍ଧା ଓ ଟିଭି ର ପ୍ରତିନିଧି ତଥା କୋଣାର୍କ ପ୍ରେସ କ୍ଲବ ରସଭାପତି ସଞ୍ଜୟ କୁମାର ପତି ଙ୍କ ଘର ଉପରେ ଗତ ଗୁରୁବାର ବିଳମ୍ବିତ ରାତ୍ରରେ ଶ୍ରୀ ପତି ଘରେ ନଥିବାବେଳେ ଅଜଣା ଦୁର୍ବୁତ୍ତ ମାନେ ମୋଟରସାଇକେଲରେ ଆସି  ପତି ଙ୍କ ବାସଭବନକୁ ତିନୋଟି ବୋମା ପକାଇଥିଲେ ଯାହାର ଶବ୍ଦ ଏତେ ମାତ୍ରାରେ ଥିଲାଯେ ପାଖ ଘରର କବାଟ ଝରକା ସବୁ ଦୋହଲି ଯାଇଥିଲା ବୋମା ଶବ୍ଦ ଶୁଣି ସଞ୍ଜୟ ଙ୍କ ଭାଇ ବୟଭିତ ହୋଇ ସଂଜୟଙ୍କୁ ଫୋନ କରିଥିଲେ ।ସଞ୍ଜୟ ସଙ୍ଗେ ସଙ୍ଗେ ଫୋନ ପାଇ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଙ୍କୁ ବୋମା ଫିଙ୍ଗିବା ଘଟଣା ଜଣାଇବା ପରେ ଥାନା ଅଧିକାରୀ ଶ୍ରୀ ମଲ୍ଲିକ ତତକ୍ଷଣାତ ପୋଲିସ ଫୋର୍ସ ଧରି କୋଣାର୍କ ପ୍ରବେଶ ପଥକୁ ସିଲି କରି ଛାନଭିନ କରି ଥିଲେବି ଦୃବୁତ ମାନେ ପୋଲିସ କୁ ଚକ୍ମମା ଦେଇ ବନ୍ଧୁକ ଦେଖାଇ ଖସି ପଳାଇଥିଲେ। ପରଦିନ ଅର୍ଥାତ ଶୁକ୍ରବାର ଦିନ ସକାଳେ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ପୁରୀର ଅତିରିକ୍ତ ଆରକ୍ଷୀ ଅଧିକାରୀ ଅରୁଣ କୁମାର ଜେନା ,ନିମାପଡା ଏସଡ଼ିପିଓ ପ୍ରଦୀପ୍ତ କୁମାର ଦଳେଇ ଙ୍କ ସହ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ପତିଙ୍କ ଘର ଆଗରେ ପଡିଥିବା ବୋମାରେ ବେବହୁତ ହୋଇଥିବା ଜରି ଗୋଡି ଓ ସୁତୁଲିକୁ ଜବତ କରି49/20 ରେ ଏକ ମାମଲା ରୁଜୁ କରୀ ସଂଜୟଙ୍କ ଘର ସାନ୍ନାରେ ଲାଗିଥିବା ସିସିଟିଭି ଫୁଟେଜେ କୁ ତନଖି କରି ପୁଙ୍ଖା ନୁ ପୁଙ୍କଭାବେ
ଅନୁସନ୍ଧାନ କରି ତଦନ୍ତ ଚାଲୁରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ଏବଂ ଆସାମୀ ମାନଙ୍କୁ ଖୁବ ଶୀଘ୍ର ଧରିବାକୁ ପ୍ରୟାସ ଜରିରହିଥିବା ସେ ପ୍ରକାଶ କରିଛନ୍ତି।ଗଣମାଧ୍ୟମ ପ୍ରତିନିଧି ଙ୍କ ଘରକୁ ବୋମା ଫିଙ୍ଗା ଘଟଣାକୁ କୋଣାର୍କ ପ୍ରେସ କ୍ଳବ, କୋଣାର୍କ ମିଡ଼ିଆଫୋରମ ଙ୍କ ସହ ଅଂଛଳର ବୁଦ୍ଧିଜୀବୀ,ଓ ଅଂଚଳର ସବୁ ଦଳର ରାଜ ନେତା ମାନେ ନିନ୍ଦା କରିବାସହ ଆସାମୀ ମାନଙ୍କୁ ଶିଘ୍ର ଗିରଫ ପାଇଁ ଦାବି କରିଛନ୍ତି।
Leave A Reply