ବଲିଉଡ୍ କିଙ୍ଗ ସାହାରୁଖ ଖାନ୍ ଙ୍କ ସହ ସାକ୍ଷାତ କରାଇବାକୁ କହି ୧୭ ବର୍ଷୀୟା ନାବାଳିକା ଙ୍କୁ କଲେ ପଶ୍ଚିମ ବଙ୍ଗରୁ ଅପହରଣ
ନୂଆଦିଲ୍ଲୀ : ପଶ୍ଚିମ ବଙ୍ଗର ୧୭ ବର୍ଷୀୟା ଜଣେ ନାବାଳିକାକୁ ବଲିଉଡ୍ କିଙ୍ଗ ସାହାରୁଖ୍ ଖାନ୍ ଙ୍କ ସହିତ ସାକ୍ଷାତ କରାଇବାକୁ କହି ଅପହରଣ କରିଥିବା ଦଳକୁ ଗିରଫ କରିଛି ଦାଦର୍ ଜି ଆର ପି ପୋଲିସ ଓ ଝିଅଟିକୁ ଉଧାର କରାଯାଇଛି ।
ଜି ଆର୍ ପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଝିଅଟି କୁ ଟ୍ରାଫିକିଂ ଜରିଆରେ ମୁମ୍ବାଇ ଅଣା ଯାଇଥିଲା । ପୀଡ଼ିତା ଙ୍କୁ କୁହାଯାଇଥିଲା ଯେ ସାହାରୁଖ୍ ଖାନ୍ ଙ୍କ ସହିତ ତାଙ୍କର ବାନ୍ଦ୍ରା ସ୍ଥିତ ବଙ୍ଗଳା ରେ ଦେଖା କରାଇ ଦେବେ । ଝିଅଟି ମଧ୍ୟ ଏହି ତସ୍କର ମାନଙ୍କ କଥାକୁ ସତ ଭାବି ଚାଲି ଆସିଲା ।
ଦ୍ଵାଦଶ ଶ୍ରେଣୀ ରେ ପଢୁଥିବା ଏହି ପୀଡ଼ିତା ଜଣ ଙ୍କୁ ଉକ୍ତ ବ୍ୟକ୍ତି ନିଜର ପରିଚୟ ଇଭେଣ୍ଟ ମ୍ୟାନେଜର ଭାବରେ ଦେଇଥିଲେ ଓ କହିଥିଲେ ଯେ ତାଙ୍କର ସମ୍ପର୍କ ସାହାରୁଖ୍ ଙ୍କ ସହିତ ରହିଛି । ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ସୁଭନ୍ ଶେଖ୍ , ତାଙ୍କୁ ପୋଲିସ ମୀରା ରୋଡ଼ ରୁ ଗିରଫ କରିଛି । କଲିକତା ପୋଲିସ ମୁମ୍ବାଇ ରେ ପହଞ୍ଚି ଝିଅଟିକୁ ଉଦ୍ଧାର କରିଛି ଓ ଆରୋପୀ ର କଷ୍ଟଡି ନେଇ ଆଗକୁ ପଚରା ଉଚରା ପାଇଁ କଲିକତା ନିଆ ଯାଇଛି ।
୪୩ ବର୍ଷୀୟ ଅରୋପି ଫେସବୁକ୍ ଜରିଆରେ ନିଜ ଜାଲରେ ଫସାଇ ଥିଲେ । ନିଜର ବୟସ ଲୁଚାଇବା ପାଇଁ ନିଜ ପୁଅର ଫଟୋ ଫେସବୁକ୍ ରେ ପ୍ରୋଫାଇଲ୍ ଫଟୋ ଭାବରେ ରଖିଥିଲେ । ଝିଅଟି ସନ୍ଦେହ ନ କରିବ ସେଥିପାଇଁ ଶାହାରୁଖ ଙ୍କ ନାମ କହି ତାକୁ ମୁମ୍ବାଇ ଆଣି ଥିଲେ ।
Comments are closed.