Odisha news

ଭୁବନେଶ୍ୱର ସାଂସଦଙ୍କ ଜନସମ୍ପର୍କ ପଦଯାତ୍ରା

ବୋଳଗଡ : ଗୁରୁବାର ଭୁବନେଶ୍ୱର ସାଂସଦ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ବୋଲଗଡ଼ ବ୍ଲକର ମାଣିବନ୍ଧ, ସାନପଦର ପଂଚାୟତର ରାସୋଳ , ବୋଲଗଡ଼ ଗ୍ରାମ ପଂଚାୟତର ମର୍ଦ୍ଦାବାଡ଼ିଓ ପଙ୍କାଳ ସାହିରେ ଜନସମ୍ପର୍କ ପଦଯାତ୍ରା କରି ଜନସାଧାରଣ ଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଦଳୀୟ ଭିତ୍ତିରେ ହେଉଥିବାରୁ ଉପରିସ୍ଥ ପଦସ୍ତ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି ସାଂସଦ କହିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷକ ମୋର୍ଚ୍ଚା କୋଷାଧ୍ୟକ୍ଷ ବିଶ୍ଵଜିତ ସ୍ଵାଇଁ,ସାଂସଦଙ୍କ ବୋଲଗଡ଼ ପ୍ରତିନିଧି ଆଇନଜୀ ବିଲୋତକ ବିନ୍ଦୁ ପଟ୍ଟନାୟକ, ବେଗୁନିଆ ପ୍ରତିନିଧି ପ୍ରକାଶ ବିଜୁଳି, ବ୍ଲକ ବିଜେପି ପ୍ରଭାରୀ ସୁବାସ ମିଶ୍ର,  ,ବୋଲଗଡ଼ ବିଜେପି ମଣ୍ତଳ ସଭାପତି ସଞ୍ଜୟ କୁମାର ବେହେରା, ଜୋନ ସମ୍ପାଦକ ଚଇ ପଟ୍ଟନାୟକ ଦୌଲତ ଅଲ୍ଲୀ , ଜଗବନ୍ଧୁ ମୁଦୁଲି,  ପ୍ରମୁଖ ନେତୃମଣ୍ଡଳୀ ସାଂସଦଙ୍କ ଜନସମ୍ପର୍କରେ ସାମିଲ ଥିଲେ।

Comments are closed.