Odisha news

ଝିଅର ଶବ ପାଖରେ ବସିିଥିବା ପିତାଙ୍କୁ ଗୋଇଠା ମାରିଲା ପୁଲିସ

0

ହାଇଦ୍ରାବାଦ: ସାଧାରଣ ଜନତାଙ୍କ ସେବା କରିବା ପୁଲସର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହୋଇଥାଏ। କିନ୍ତୁ ଅନେକ ସମୟରେ ପୁଲିସ ଏମିତି କିଛି କାମ କରିଥାଏ, ଯାହାକି ଖାକି ପୋଷାକରେ ଦାଗ ଲଗାଇ ଦେଇଥାଏ। ଏମିତି ଏକ ଘଟଣାର ଭିଡିଓ ତେଲେଙ୍ଗାନାରୁ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ସେୟାର କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

ଏହି ଭିଡିଓରେ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରେ ଜଣେ ମୃତ ଝିଅର ବାପାଙ୍କୁ ପୁଲିସ ଗୋଇଠା ମାରୁ ଥିବା ଦେଖିବାକୁ ମିଳୁଛି। ଭିଡିଓରେ ଏଭଳି ଦୃଶ୍ୟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ପୁଲିସର ଏଭଳି କାମକୁ ନିନ୍ଦା କରିଛନ୍ତି।

NDTV

@ndtv

Telangana cop caught on video kicking grieving father of teen who died.

Read more here: https://www.ndtv.com/telangana-news/telangana-cop-caught-on-video-kicking-grieving-father-of-teen-who-died-2186247 

Embedded video

ଏହି ଘଟଣା ଗତ ବୁଧବାର ଘଟିଥିବା ଜଣାପଡ଼ିଛି। ପୁଲିସ ମୃତ ଝିଅର ଶବକୁ ନେଇ ଯାଉଛି। ଏହି ସମୟରେ ମୃତ ଝିଅଙ୍କ ପିତା ସେଠାକୁ ଆସି ଚଟାଣରେ ବସି ପଡ଼ୁଛନ୍ତି। ଏହାପୂର୍ବରୁ ଛାତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍‌ପିଟାଲ ନିଆଯାଇଥିଲା। ବ୍ୟବଚ୍ଛେଦ ପରେ ଛାତ୍ରୀଙ୍କ ମୃତଦେହକୁ ମର୍ଗରେ ରଖା ଯାଇଥିଲା।

କୁହାଯାଉଛି କି, କଲେଜରେ ଛାତ୍ରଛାତ୍ରୀମାନେ ଉକ୍ତ ଛାତ୍ରୀଙ୍କ ମୃତଦେହକୁ ରଖି ପ୍ରଦର୍ଶନ କରିବାକୁ ଚାହୁଁଥିଲେ। ଏହି ସମୟରେ ପୁଲିସକର୍ମଚାରୀ ସେଠାରେ ପହଞ୍ଚି ମୃତଦେହକୁ ପୁଣିଥରେ  ନେଇ ଯାଇଥିଲେ। ଏହି ସମୟରେ ହଠାତ ମୃତ ଛାତ୍ରୀଙ୍କ ପିତା ସେଠାରେ ପହଞ୍ଚି ପୁଲିସ ସାମ୍ନାରେ ବସି ପଡ଼ିଥିଲେ। ସାମ୍ନାରୁ ହଟିବା ପାଇଁ ପୁଲିସ ବୃଦ୍ଧା ପିତାଙ୍କୁ ଗୋଇଠା ମାରିଥିବା ସ୍ଥାନୀୟଲୋକେ କହୁଛନ୍ତି।

ଉଲ୍ଲେଖଯୋଗ୍ୟ, ସଙ୍ଗାରେଡ୍ଡି ଜିଲ୍ଲାସ୍ଥିତ ନାରାୟଣା ଜୁନିୟର କଲେଜରେ ୧୬ବର୍ଷୀୟ ଛାତ୍ରୀ ସନ୍ଧ୍ୟା ରାଣୀ ପାଠପଢ଼ୁଥିଲେ। ସେ ଦ୍ୱାଦଶଶ୍ରେଣୀର ଛାତ୍ରୀ ଥିଲେ। ପ୍ରକାଶିତ ରିପୋର୍ଟ ଅନୁସାରେ, ଛାତ୍ରୀ ହଷ୍ଟେଲର ଫଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। କିନ୍ତୁ ମୃତକଙ୍କ ପରିବାର ଡାକ୍ତରଙ୍କ ଅବହେଳା ପାଇଁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। କାରଣ ଗତ ୪ଦିନ ହେବ ସନ୍ଧ୍ୟାଙ୍କ ଶରୀର ଅସୁସ୍ଥ ରହିଥିଲା।

Nalco

Leave A Reply