Odisha news

ୱାରେଣ୍ଟି କୁ ଧରିବା ପାଈଁ ମାଣିକପୁର ଗ୍ରାମରେ ଆନ୍ଧ୍ର ପୋଲିସ ।

0
ଖଲ୍ଲିକୋଟ-ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଆନ୍ଧ୍ରପ୍ରଦେଶ ପୋଲିସ ।ଜଣେ ୱାରେଣ୍ଟି କୁ ଧରିବା ପାଇଁ ଆସିଥିଲେ ।କିନ୍ତୁ ଘରେ ତାଲା ପଡିଥିବା ଦେଖି ଘର ଆଗରେ ଓ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏ ସମ୍ପର୍କିତ ଏକ ନୋଟିସ ଲଗାଇ ଥିଲେ ଏବଂ ଗ୍ରାମରେ ଧେଣ୍ଡୁରାଦେଇଥିଲେ ।ମାଣିକପୁର ଗ୍ରାମର ନିରଂଜନ ଜେନା ଏକ ଅବକାରୀ ମାମଲାରେ ଗତ ୨୦୧୭ ମସିହାରେ ଆନ୍ଧ୍ରପ୍ରଦେଶ ପୋଲିସ ଦ୍ଵାରା ଗିରଫ ହୋଇଥିଲେ ।
ଏ ସମ୍ପର୍କରେ ବିଜୟୱାଡା ର ଭବାନୀପୁରମ ପୋଲିସ ଥାନାରେ କେସ ନମ୍ବର ୫୭/୨୦୧୭ ରେ ଏକ ମାମଲା ରୁଜୁ ହୋଇଥିଲା ।ବାରମ୍ବାର କୋର୍ଟରେ ହାଜର ନ ହେବାରୁ ତାଙ୍କ ବିରୋଧରେ ବିଜୟୱାଡା ର ମେଟ୍ରୋପଲିଟାନ ସେସନ୍ସ ଜର୍ଜ ୱାରେଣ୍ଟ ଜାରି କରିଥିଲେ ।
ସେହି ଅନୁସାରେ ଆଜି ଆନ୍ଧ୍ରପ୍ରଦେଶ ଭବାନୀପୁରମ ଏକ୍ସାଇଜ ଇନିସ୍ପେକ୍ଟର ଏନ. ନିକ୍ସନ ଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ ମାଣିକପୁର ଆସିଥିଲେ ମଧ୍ୟ ଅଭିଯୁକ୍ତକୁ ପାଇନଥିଲେ ।ଗ୍ରାମର ସତ୍ୟନାରାୟଣ ଜେନା ଓ ସୁରେଶ ନାୟକ ଏବଂ ଗ୍ରାମବାସୀ ଙ୍କ ଉପସ୍ଥିତ ରେ ଅଭିଯୁକ୍ତ ନିରଞ୍ଜନ ଜେନାଙ୍କ ଘର ଆଗରେ ଓ ପାଞ୍ଚାୟତ ଅଫିସରେ ନୋଟିସ ଲଗାଇ ଥିଲେ ଏବଂ ଗ୍ରାମରେ ଧେଣ୍ଡୁରା ମଧ୍ୟ ଦେଇଥିଲେ ।
Leave A Reply

Your email address will not be published.