ଭୁବନେଶ୍ୱର ,୧୮ ସେପ୍ଟେମ୍ବର – ଭୁବନେଶ୍ୱରରେ ୭୩% କୋଭିଡ୍ -୧୯ ଆକ୍ରାନ୍ତ ହୋମ୍ ଆଇସୋଲେସନ୍ ରେ ଅଛନ୍ତି । ଯଦିଓ ଆମେ ପରୀକ୍ଷା ବୃଦ୍ଧି କରିଛୁ, ମାମଲା ସଂଖ୍ୟାରେ କୌଣସି ବୃଦ୍ଧି ହୋଇନାହିଁ । ପ୍ରତ୍ୟେକ ଦିନ ୩୦୦ରୁ ୪୦୦ ମଧ୍ୟରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଥିରୁ ଜଣାପଡିଛି, ଗତ ୭ ଦିନ ମଧ୍ୟରେ କରୋନା ଜନିତ ମାମଲାଗୁଡ଼ିକ ହ୍ରାସ ପାଉଛି ଏବଂ ଆସନ୍ତା ୭ ଦିନରେ ସ୍ଥିତି ଆହୁରି ସୁଧୁରିବାର ସମ୍ଭାବନା ରହିଛି ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
