ଏହି ଦୁନିଆ ସବୁବେଳେ ଅଦ୍ଭୁତ ଅଦ୍ଭୁତ ଜିନିଷରେ ପରିପୂର୍ଣ ଅଟେ l ଯାହା ବିଷୟରେ ଆମେ ଭାବି ମଧ୍ୟ ନଥାଉ l ଆମ ଜୀବଜଗତ ସବୁବେଳେ ଆଶ୍ଚର୍ଯ୍ୟ କଲାଭଳି ଜିନିଷ ରେ ପରିପୂର୍ଣ ଅଟେ l ଆମ ଜଳଭାଗ ରେ ଏଭଳି ଅନେକ ଜୀବ ରହିଛନ୍ତି ସେହି ବିଷୟରେ ଆମେ ବୋଧହୁଏ ଜାଣି ନଥାଉ l ଆମେ ସାଧାରଣ ଭାବରେ ଜାଣିଚୁ ଯେ ମୂଲ୍ୟବାନ ମାଛ ବିଷୟରେ ଯେଉଁଥିରେ ଔଷଧ ତିଆରି ହୋଇଥାଏ କିମ୍ବା କାହାର କଣ୍ଟା ରେ କିଛି ଗୋଟିଏ ଶକ୍ତ ଜିନିଷ ତିଆରି ହୋଇଥାଏ ଏଭଳି ଅନେକ କଥା ଶୁଣିଛୁ l ଆଜି ଆମେ ଆପଣଙ୍କୁ ଦୁନିଆର ନିଆରା ମାଛ ବିଷୟରେ କହିବୁ l ଆଜ୍ଞା ହଁ , ଏହି ମାଛଟିର ମୂଲ୍ୟରେ ବିଶାଳ ପ୍ରସାଦ ଭଳି ଘର ମଧ୍ୟ କିଣା ଯାଇପାରିବ l କୁହାଯାଏ ଯେ ଏହି ମାଛଟିର ଆକ୍ଷି ହୀରା ଠାରୁ ମଧ୍ୟ ମୂଲ୍ୟବାନ ଅଟେ l ଏହି ମାଛଟିର ନାମ ହେଉଛି ବ୍ଲୁ ଫିନ ଟୁନା l ସୂଚନା ଅନୁସାରେ ମାଛଟିର ମୂଲ୍ୟ ୨କୋଟି ରୁ ମଧ୍ୟ ଅଧିକ ଅଟେ l
କେବଳ ଏତିକି ନୁହେଁ ଆଜ୍ଞା ଏହାର ମୂଲ୍ୟ ୨ ଟନ ଅର୍ଥାତ ୨୦୦ କିଲୋ ରୁ ମଧ୍ୟ ଅଧିକ ଅଟେ ଓ ଏହାର ଲମ୍ବ ୧୦ ଫୁଟ ରୁ ମଧ୍ୟ ଅଧିକ ରହିଥାଏ l ଏହି ମାଛଟି ୪୦୦ ବର୍ଷରୁ ମଧ୍ୟ ଅଧିକ ସମୟ ଧରି ବଂଚି ରହିଥାଏ l ଏହି ମାଛଟିକୁ ବିଶେଷ ହବାରେ ଗ୍ରୀଷ୍ମ ଋତୁରେ ପ୍ରଶାନ୍ତ ମହାସାଗରରେ ଦେଖିବାକୁ ମିଳିଥାଏ l ଏହି ମାଛଟିର ଆକ୍ଷି ୨ଟି ମୂଲ୍ୟବାନ ହେବା ସହିତ ଏଥିରେ ପ୍ରୋଟିନ ଓ ଉମେଗା 3 ଭରପୁର ମାତ୍ରାରେ ରହିଥାଏ ତେଣୁ ଏହାକୁ ଔଷଧ ପ୍ରସ୍ତୁତି ପାଇଁ ବିଶେଷ ଭାବରେ ବ୍ୟବହାର କରାଯାଇ ଥାଏ l
ବ୍ଲୁ ଫିନ ଟୁନା ମାଛକୁ ଶିକାର କରିବା ପାଇଁ ବ୍ୟାନ ଲାଗିଛି l ଯଦି ଯେହି ଏହି ମାଛକୁ ଶିକାର କରିଥାଏ ତେବେ ଜେଲ ମଧ୍ୟ ଯିବାକୁ ପଡିପାରେ l ଯଦିବି କୌଣସି ବ୍ୟକ୍ତି ଏହି ମାଛକୁ ସମୁଦ୍ରରୁ ଧରି ପକାଇ ଥାଆନ୍ତି ଭୁଲ ବଶତଃ ତେବେ ଏହାକୁ ତୁରନ୍ତ ପାଣିରେ ଛାଡ଼ିଦେବା ଜରୁରୀ ଅଟେ l ଏହି ମାଛ ଗୁଡ଼ିକ ବିଶେଷ ଭାବରେ ଗ୍ରୀଷ୍ମ ଋତୁରେ ଅଧିକ ଦେଖିବାକୁ ମିଳିଥାଏ । ବ୍ଲୁ ଫିନ ଟୁନା ମାଛ ବିଶେଷ ଭାବରେ ଅଧିକ ଦୃତ ଗତିରେ ସମୁଦ୍ରରେ ଯାଇ ଥାଆନ୍ତି ଓ ଶକ୍ତିଶାଳୀ ହୋଇ ଥାଆନ୍ତି । ଏହି ମାଛ ଗୁଡ଼ିକ ର ମାଂସପେଶୀ ଖୁବ୍ ଶକ୍ତ ମଧ୍ୟ ହୋଇଥାଏ । ୨୦୨୦ ରେ ଜାପାନ ର ଟୋକିଓ ରେ ଗୋଟିଏ ବ୍ଲୁ ଫିନ୍ ଟୁନା ମାଛ କୁ ୨୧୮ କୋଟି ରେ ନିଲାମ କରାଯାଇ ଥିଲା ।