କଥାରେ ଅଛି ଜ୍ଞାନୀ ବ୍ୟକ୍ତି ସର୍ବଦା ଓ ସବୁଠି ପୂଜ୍ୟ ଅଟେ । ସବୁବେଳେ ସମାଜ ରେ ଜ୍ଞାନ ର ମହତ୍ତ୍ଵ ରହିଥାଏ । ଆଜିର ଦୁନିଆ ରେ ଯଦି ଗୋଟିଏ ଡିଗ୍ରୀ ର କେହି ଅଧିକାରୀ ହୋଇ ପାରିଲେ ତେବେ ବଡ ଭାଗ୍ୟ ର କଥା । କିନ୍ତୁ ଭାରତରେ ଏଭଳି ଜଣେ ବ୍ୟକ୍ତି ଥିଲେ ଯିଏ କି ଗୋଟିଏ ନୁହେଁ କି ଦୁଇଟି ନୁହେଁ ୨୦ ଟି ଡିଗ୍ରୀ ର ଅଧିକାରୀ ହୋଇ ପାରିଥିଲେ । ସେ ଆଉ କେହି ନୁହନ୍ତି , ସେ ହେଉଛନ୍ତି ଶ୍ରୀକାନ୍ତ ଜିଚକର , ଯାହାଙ୍କ ନାମ ଲିମକା ବୁକ୍ ଅଫ୍ ରେକର୍ଡ ରେ ମଧ୍ୟ ସ୍ଥାନ ପାଇଥିଲା । ଯାହାଙ୍କୁ ଭାରତର ସବୁଠୁ ଯୋଗ୍ୟ ଓ ଶିକ୍ଷିତ ବ୍ୟକ୍ତି ବୋଲି କୁହାଯାଇ ଥାଏ ।
ଶ୍ରୀକାନ୍ତ ଜିଚକର୍ ଙ୍କ ଜନ୍ମ ସେପ୍ଟେମ୍ବର ୧୪ , ୧୯୫୪ ରେ ନାଗପୁର ରେ ହୋଇଥିଲା । ସେ ଅନେକ ଗୁଡ଼ିଏ ବିଷୟରେ ରିସର୍ଚ୍ଚ କରିଛନ୍ତି । ଯେପରିକି କୃଷି , ରାଜନୀତି , ଥିଏଟର , ଜର୍ଣାଲିଯିମ୍ ଭଳି ବିଷୟରେ ରିସର୍ଚ୍ଚ କରିଥିଲେ । ଶ୍ରୀକାନ୍ତ ଯିଚକର୍ ସର୍ବ ପ୍ରଥମେ ଏମବିବିଏସ ଡିଗ୍ରୀ ଲାଭ କରିଥିଲେ , ଏହାପରେ ସେ ଏମ୍ ଏସ୍ ଡିଗ୍ରୀ ନେବା ଆରମ୍ଭ କଲେ କିନ୍ତୁ ତାହାକୁ ମଝିରେ ଛାଡ଼ି ଦେଇଥିଲେ ଓ ପରେ ସେ ଲ ପଢ଼ିବା ଆରମ୍ଭ କରିଥିଲେ ।
ଶ୍ରୀକାନ୍ତ ଯିଚକର ଏଲ୍ ଏଲ ବି ଡିଗ୍ରୀ ଗ୍ରହଣ କରିବା ପରେ ଏଲ ଏଲ ଏମ ଡିଗ୍ରୀ ଗ୍ରହଣ କରିଥିଲେ । ଏହାପରେ ଏମ୍ ବି ଏ ଡିଗ୍ରୀ ଓ ଏହାପରେ ଜର୍ଣାଲିଯିମ ଡିଗ୍ରୀ ହାସଲ କରିଥିଲେ । ୧୯୭୩ ରୁ ୧୯୯୦ ମଧ୍ୟରେ ଶ୍ରୀକାନ୍ତ ଜୀଚକର ୪୨ ଟି ବିଶ୍ଵ ବିଦ୍ୟାଳୟ ର ପରୀକ୍ଷା ଦେଇଥିଲେ । ଯେଉଁଥିରେ ସେ ୨୦ ଟି ରେ ଉତ୍ତୀର୍ଣ୍ଣ ହୋଇଥିଲେ । ଅନେକ ଗୁଡ଼ିଏ ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀ ରେ ଉତିର୍ଣ୍ଣ ହେବା ସହ ଅନେକ ଗୁଡ଼ିଏ ପରୀକ୍ଷାରେ ଗୋଲ୍ଡ ମେଡାଲ ମଧ୍ୟ ଲାଭ କରିଥିଲେ । ଏହାଛଡା ଜୀଚକର୍ IPS ପରୀକ୍ଷାରେ ମଧ୍ୟ ଉତିର୍ନ ହୋଇଥିଲେ , କିନ୍ତୁ ଖୁବ୍ ଶୀଘ୍ର ତ୍ୟାଗପତ୍ର ଦେଇ ଦେଇଥିଲେ । IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୪ ମାସ ପର୍ଯ୍ୟନ୍ତ ଚାକିରୀ ରେ ରହିବା ପରେ ତ୍ୟାଗ ପତ୍ର ଦେଇ ରାଜନୀତି ରେ ଅଂଶ ଗ୍ରହଣ କରିଥିଲେ ଓ ଭାରତୀୟ ଜାତୀୟ କଂଗ୍ରେସ ରେ ଯୋଗ ଦେଇଥିଲେ ।
୧୯୮୦ ରେ IAS ରେ ଉତିର୍ଣ ହେଲା ପରେ ସେ ନିଜର ଦିଗକୁ ପରିବର୍ତ୍ତନ କରି ରାଜନୀତି ରେ ପାଦ ଥାପି ଥିଲେ ଓ ନିଜର ପ୍ରଥମ ବିଧାନସଭା ମତଦାନ ଲଢି ଜୟଯୁକ୍ତ ହୋଇଥିଲେ ଓ ୧୪ ଟି ବିଭାଗ ର ଦାୟିତ୍ଵ ମଧ୍ୟ ତୁଲାଇ ଥିଲେ । ଶିକ୍ଷାରେ ଯେଭଳି ସେ ସୁଦୃଢ଼ ଥିଲେ ରାଜନୀତି ରେ ମଧ୍ୟ ସେଭଳି ସୁଦକ୍ଷ ଥିଲେ । ୧୯୮୬-୯୨ ପର୍ଯ୍ୟନ୍ତ ମହାରାଷ୍ଟ୍ର ବିଧାନ ପରିଷଦ ଓ ୧୯୯୨-୯୮ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ । ମାତ୍ର ୨୫ ବର୍ଷ ବୟସ ରେ ସେ ଏମ ଏଲ ଏ ହୋଇ ପାରିଥିଲେ । ଜୁନ୍ ୨ତାରିଖ , ୨୦୦୪ ରେ ଶ୍ରୀକାନ୍ତ ଜିଚକର୍ ଙ୍କର ଗୋଟିଏ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିଲା ।