ରାୟଗଡା,୧୯ ।୫(ସ.ବୁ୍ୟ)ଲକଡ଼ାଉନ ଯୋଗୁ ପ୍ରବାସୀ ଶ୍ରମିକ ର୍ଦୁଦିନରେ ଫସିଛନ୍ତି । ବିଭିନ୍ନ ରାଜ୍ୟର ଗଳିକନ୍ଦିରେ ଭୋକ ଉପାସରେ ସଢୁଛନ୍ତି ସେମାନଙ୍କୁ ଫେରାଇ ଆଣିବା ପାଇଁ ଭାଜପା ତରଫରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ର୍ଧଶ୍ୟରେ ଏକ ଦାବୀପତ୍ର ଦିଆଯାଇଛି । କରୋନା ଭଳି ବିପତ୍ତି ଭିତରେ ଛନ୍ଦିହୋଇଯାଇଛନ୍ତି ଦେଶର ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ବ୍ୟକ୍ତି ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଓଡିଶାର ଶ୍ରମିକ ମାନଙ୍କୁ ବାହାର ରାଜ୍ୟରେ ଅକଥନୀୟ ନିର୍ଯ୍ୟାତନା ଦିଆଯାଉଛି ।
ଯେଉଥି ପାଇଁ ଓଡିଆ ଶ୍ରମିକ ମାନେ ଭୟଭୀତ ଅବସ୍ଥାରେ ବାହାରେ ରାଜ୍ୟରେ ଥିବା ଜଣାପଡିଛି । ବିଶେଷ କରି ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକ ରାଜ୍ୟରେ ଲକ୍ଷାଧିକ ଓଡିଆ ଶ୍ରମିକ ମାନେ ଫସି ରହିଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ଶ୍ରିମକ ଟ୍ରେନ ଚଳାଚଳ କରି ପ୍ରବାସୀ ଓଡିଆ ମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଉଛନ୍ତି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତରଫରୁ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକ ମାନଙ୍କୁ ଆଣିବା ପାଇଁ ରାୟଗଡା ବିଜେପି ତରଫରୁ ଏକ ଦାବୀ ପତ୍ର ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ପ୍ରଦାନ କରାଯାଇଛି ।
ଯେଉଁ ରାୟଗଡା ଜିଲ୍ଲା ବାସିନ୍ଦା ମାନେ ବାହାର ରାଜ୍ୟରେ ଫସି ରହିଛନ୍ତି ତୁରନ୍ତ ସେମାନଙ୍କୁ ନିଜ ନିଜ ଘରକୁ ଫେରାଇ ଆଣିବା ପାଇଁ ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଶିବ ପଟ୍ଟନାୟକ ଦାବୀ କରିଛନ୍ତି । ଏ ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଦାବୀ ପତ୍ର ପ୍ରଦାନ ସମୟରେ ରଜତ ମାଦଳା, କାଳିରାମ ମାଝି, , କିଶୋର ପଣ୍ଡା, ବୃନ୍ଦାବନ ସେନାପତି,ବାବୁ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।